High Court: ସରକାରୀ ହସ୍ପିଟାଲରେ ଜନଔଷଧୀ କେନ୍ଦ୍ର ବନ୍ଦ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ

Advertisment

ସରକାରୀ ହସ୍ପିଟାଲ ପରିସରରେ କାର୍ଯ୍ୟ କରୁଥିବା ଜନ ଔଷଧୀ କେନ୍ଦ୍ର ବନ୍ଦ କରିବାପାଇଁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।  ଏହାଦ୍ବାରା...

ସରକାରୀ ହସ୍ପିଟାଲ ପରିସରରେ କାର୍ଯ୍ୟ କରୁଥିବା ଜନ ଔଷଧୀ କେନ୍ଦ୍ର ବନ୍ଦ କରିବାପାଇଁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।  ଏହାଦ୍ବାରା...

Untitled-7

ନୂଆଦିଲ୍ଲୀ :  ସରକାରୀ ହସ୍ପିଟାଲ ପରିସରରେ କାର୍ଯ୍ୟ କରୁଥିବା ଜନ ଔଷଧୀ କେନ୍ଦ୍ର ବନ୍ଦ କରିବାପାଇଁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।  ଏହାଦ୍ବାରା ସିଦ୍ଦରମୈୟାଙ୍କ ନେତୃତ୍ବାଧୀନ ପ୍ରଶାସନକୁ ଶକ୍ତ ଝଟ୍‌କା ଲାଗିଛି।  ରୋଗୀଙ୍କ ପାଇଁ ବାହ୍ୟ ସୂତ୍ରରୁ ଔଷଧ ବ୍ୟବହାର ବନ୍ଦ ପାଇଁ  ଥିବା ନୀତିକୁ ଏହି ଜନ ଔଷଧୀ କେନ୍ଦ୍ରଗୁଡ଼ିକ ବିରୁଦ୍ଧାଚରଣ କରୁଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଯୁକ୍ତି ବାଢ଼ିବାପରେ ରାଜ୍ୟ ସରକାର ମେ’ ୧୪ ତାରିଖରେ ସରକାରୀ ହସ୍ପିଟାଲଗୁଡ଼ିକରେ ଜନ ଔଷଧୀ କେନ୍ଦ୍ର ଚାଲିପାରିବନି ବୋଲି ନିର୍ଦ୍ଦେଶ ଦେଇଥିଲେ।

Life mantra: ଜୀବନ-ମନ୍ତ୍ର: ବ୍ରହ୍ମଚାପୁଡ଼ା କଥା

କିନ୍ତୁ ରାକେଶ ମହାଲିଙ୍ଗପ୍ପା ଏବଂ ଅନ୍ୟମାନଙ୍କ ଦ୍ବାରା ଏହାକୁ ବିରୋଧ କରି କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରାଯାଇଥିଲା।  ହାଇକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି ଜନ ଔଷଧୀ ବନ୍ଦ ସଂକ୍ରାନ୍ତ ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି।  ଉଲ୍ଳେଖଯୋଗ୍ୟ,  ଗତ ଜୁଲାଇ ୮ ତାରିଖରେ ହାଇକୋର୍ଟ ଏହି ସମାନ ସରକାରୀ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇବାପରେ ଆଜି ଏହାକୁ ରଦ୍ଦ କରିଦେଇଛନ୍ତି।

For the first time: ପ୍ରଥମ ଥର ପାଇଁ ପହଲଗାମ ଆକ୍ରମଣ ସହ ଲସ୍କରକୁ ଯୋଡ଼ିଲେ ଟ୍ରମ୍ପଙ୍କ ଦଳର ସାଂସଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe