Photograph: (google)
ନୂଆଦିଲ୍ଲୀ: ବାଂଲାଦେଶରେ ଜଣେ ହିନ୍ଦୁ ପୁଲିସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯାଇଛି। ଅଭିଯୁକ୍ତ ଦିଲ୍ଲୀ ଦେଇ ୟୁରୋପ ପଳାଇବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି। ଅଭିଯୁକ୍ତର ନାମ ଅହମ୍ମଦ ରେଜା ହାସନ ମେହେଦି। ଇମିଗ୍ରେସନ ବିଭାଗ ମେହେଦିଙ୍କୁ ବିମାନବନ୍ଦରରେ ଅଟକାଇଛନ୍ତି।ଅହମ୍ମଦ ରେଜା ହାସନ ମେହେଦି ୨୦୨୪ ମସିହାରେ ଜଣେ ହିନ୍ଦୁ ପୁଲିସ ଅଧିକାରୀ ସନ୍ତୋଷ ଶର୍ମାଙ୍କ ହତ୍ୟା ପାଇଁ ଦାୟୀ। ବାଂଲାଦେଶର ଏକ ପୁଲିସ ଷ୍ଟେସନରେ ବସି ଏହି ବୟାନ ଦେଉଥିବାର ଏକ ଭିଡିଓ ଅନଲାଇନରେ ଭାଇରାଲ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ ମେହେଦିଙ୍କ ଦିଲ୍ଲୀ ପହଞ୍ଚିବା ବିଷୟରେ ସୂଚନା ପାଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ୟୁରୋପକୁ ଯିବା ପାଇଁ ବିମାନରେ ଚଢ଼ିବା ପୂର୍ବରୁ ତାଙ୍କୁ ଅଟକାଯାଇଛି। ଆବଶ୍ୟକୀୟ ପ୍ରକ୍ରିୟା ପୂରଣ କରିବା ପରେ, ତାଙ୍କୁ ବାଂଲାଦେଶକୁ ପଠାଇ ଦିଆଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ:ପରମାଣୁ ପରୀକ୍ଷଣ କଲା କି ଇରାନ!: ଉତ୍ତେଜନା ମଧ୍ୟରେ ୫.୫ ତୀବ୍ରତାଯୁକ୍ତ ଭୂମିକମ୍ପ
ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିଲା ମୃତଦେହ
୫ ଅଗଷ୍ଟ ୨୦୨୪ରେ ବଣିଆଚଙ୍ଗ ପୁଲିସ ଷ୍ଟେସନରେ ଏସଆଇ ସନ୍ତୋଷ ଶର୍ମାଙ୍କୁ ହତ୍ୟା କରାଯାଇଥିଲା। ପରେ ତାଙ୍କ ମୃତଦେହକୁ ଗଛରେ ଝୁଲାଇ ଦିଆଯାଇଥିଲା। ଶେଖ୍ ହସିନାଙ୍କ ସରକାରକୁ ଗାଦିଚ୍ୟୁତ କରିବା ପରେ ଦେଶ ବ୍ୟାପି ଉତ୍ତେଜନା ସମୟରେ ଏହି ଘଟଣା ଘଟିଥିଲା। ଛାତ୍ର ପ୍ରତିବାଦ ସଂଖ୍ୟାଲଘୁଙ୍କ ବିରୋଧୀ ହିଂସାରେ ପରିଣତ ହୋଇଥିଲା। ହିନ୍ଦୁମାନଙ୍କୁ ଆକ୍ରମଣ କରାଯାଇଥିଲା। ସେମାନଙ୍କ ପୂଜାସ୍ଥଳ ଭଙ୍ଗାଯାଇଥିଲା।
କାହିଁକି ହୋଇଥିଲା ବିରୋଧ ପ୍ରଦର୍ଶନ?
ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ, ଅଧିକାରୀଙ୍କୁ ବିଶେଷ ଭାବରେ ଟାର୍ଗେଟ କରାଯାଇଥିଲା। ୧୯୭୧ ମସିହାର ମୁକ୍ତି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀ ମୁକ୍ତି ଯୋଦ୍ଧାଙ୍କ ସମ୍ପର୍କୀୟ ଏବଂ ଆଶ୍ରିତଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣକୁ ଅନୁମତି ଦେଇଥିବା ବିବାଦୀୟ କୋଟା ବ୍ୟବସ୍ଥା ବିରୋଧରେ ଛାତ୍ର ବିରୋଧ ଯୋଗୁ ବାଂଲାଦେଶରେ ଅଶାନ୍ତି ସୃଷ୍ଟି ହୋଇଥିଲା।
ଆହୁରି ପଢ଼ନ୍ତୁ: ମଧ୍ୟରାତ୍ରିରେ ମନ୍ଦିରରୁ ଚୋରିକରି ଚମ୍ପଟ ମାରୁଥିବାବେଳେ ଧରାପଡ଼ିଲା ଚୋର
Follow Us