କୋଏମ୍ବାଟୁର: ତାମିଲନାଡ଼ୁରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କର ଅନ୍ୟ ଜଣେ ପୁରୁଷ ସହିତ ସମ୍ପର୍କକୁ ନେଇ ରକ୍ତମୁଖା ହୋଇପଡ଼ିଥିବାବେଳେ ତାଙ୍କୁ ହତ୍ୟା କରିବା ପରେ ମୃତଦେହ ସହିତ ଫଟୋ ଉଠାଇ ଏହାକୁ ହ୍ବାଟ୍ସ୍ଆପ୍ରେ ଷ୍ଟାଟସ୍ ରଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତିରୁନେଲଭେଲିର ୩୨-ବର୍ଷୀୟ ଏସ୍ ବାଲାମୁରୁଗନ୍ଙ୍କୁ ରଥିନାପୁରି ପୁଲିସ ଗିରଫ କରିଛି।
disabilities participate: ଭିନ୍ନକ୍ଷମ ସବୁ କ୍ଷେତ୍ରରେ ଅଂଶଗ୍ରହଣ କରିପାରିଲେ ପ୍ରକୃତ ପ୍ରଗତି ସମ୍ଭବ: ମନ୍ତ୍ରୀ
ତଦନ୍ତକାରୀ ଅଧିକାରୀଙ୍କ ସୂଚନାନୁଯାୟୀ, ବାଲାମୁରୁଗନ୍ଙ୍କ ପତ୍ନୀ ପ୍ରିୟା (୩୦) ସ୍ବାମୀଙ୍କ ସହ ମତଭେଦ ଯୋଗୁଁ ୪ ମାସ ତଳେ ତାଙ୍କୁ ଛାଡ଼ି କୋଏମ୍ବାଟୁର ଚାଲି ଯାଇଥିଲେ। ସେଠାରେ ସେ ଏକ ଦୋକାନରେ କାମ କରୁଥିଲେ। ପ୍ରିୟା ନିଜର ୧୦ବର୍ଷର ପୁଅ ଓ ତିନି ବର୍ଷର ଝିଅକୁ ମଧ୍ୟ ସ୍ବାମୀଙ୍କ ପାଖରେ ଛାଡ଼ି ଯାଇଥିଲେ। ପ୍ରିୟା କୋଏମ୍ବାଟୁରର ଏକ କର୍ମଜୀବୀ ମହିଳା ହଷ୍ଟେଲରେ ରହୁଥିଲେ ଓ ସ୍ବାମୀଙ୍କ ଦୂର ସମ୍ପର୍କୀୟ ଇସାକି ରାଜାଙ୍କ ସହିତ ତାଙ୍କର ପରକୀୟା ପ୍ରୀତି ରହିଥିଲା। ରାଜା ମଧ୍ୟ ବିବାହିତ ଓ ୩ ସନ୍ତାନଙ୍କ ପିତା।
33 IT companies: ୧୬ ମାସରେ ୩୩ ଆଇଟି କମ୍ପାନି: ୮୫୦୦ କୋଟିର ସଫ୍ଟୱେର ରପ୍ତାନି
ଶନିବାର ବାଲାମୁରୁଗନ କୋଏମ୍ବାଟୁରରେ ପ୍ରିୟାଙ୍କୁ ଭେଟି ରାଜା ସହିତ ସମ୍ପର୍କ ଛିନ୍ନ କରି ତାଙ୍କ ସହିତ ଫେରିଯିବାକୁ କହିଥିଲା। କିନ୍ତୁ ଏଥିରେ ପ୍ରିୟା ରାଜି ହୋଇନଥିଲେ। ଏହାସହିତ ରାଜାଠାରୁ ସେମାନଙ୍କର ଅନ୍ତରଙ୍ଗ ଫଟୋ ପାଇବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଉତ୍କ୍ଷିପ୍ତ ବାଲାମୁରୁଗନ ନିଜ ବ୍ୟାଗରୁ ଏକ ଦା’ ବାହାର କରି ପ୍ରିୟାଙ୍କୁ ସେଥିରେ ହତ୍ୟା କରିଥିଲା। ପ୍ରିୟାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତଳେ ପଡ଼ିରହିଥିବାବେଳେ ବାଲାମୁରୁଗନ ମୃତଦେହ ସହ ଏକ ସେଲଫି ଉଠାଇ ଏହି ଫଟୋକୁ ‘ଧୋକ୍କା ଦେବାର ମୂଲ୍ୟ’ ବୋଲି ଲେଖି ନିଜ ହ୍ବାଟସ୍ଆପ୍ ଷ୍ଟାଟସରେ ଛାଡ଼ିଥିଲା। ରଥିନାପୁରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରିୟାଙ୍କ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କୋଏମ୍ବାଟୁରମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା। ସ୍ତ୍ରୀ ମୃତଦେହ ପାଖରେ ବାଲାମୁରୁଗନ ବସି ରହିଥିବାବେଳେ ପୁଲିସ ତାକୁ ଗିରଫ କରିବା ସହିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।
Follow Us