Advertisment

Iran's big complaint: ଭାରତ, ଚୀନ୍ ଓ ରୁଷ ଭଳି ଉଦୀୟମାନ ଶକ୍ତିଙ୍କୁ ରୋକିବା ପାଇଁ ବିଶ୍ୱରେ ଯୁଦ୍ଧ ଉସୁକାଉଛି ଆମେରିକା

Advertisment

ଭାରତ, ଚୀନ୍ ଓ ରୁଷର ବିକାଶକୁ ବନ୍ଦ କରିବା ପାଇଁ ଆମେରିକା ଜାଣିଶୁଣି ବିଶ୍ୱ ବିବାଦକୁ ପ୍ରୋତ୍ସାହିତ କରୁଥିବା ଇରାନ ବଡ଼ ଅଭିଯୋଗ କରିଛି। ଶାନ୍ତି ପାଇଁ ନିଜର ଇଚ୍ଛା ପ୍ରକାଶ କରି, ତେହେରାନ ସମ୍ମାନଜନକ ଭାବରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି କିନ୍ତୁ ଭବିଷ୍ୟତର ବିପଦ ବିଷୟରେ ମଧ୍ୟ ଚେତାବନୀ ଦେଇଛି।

ଭାରତ, ଚୀନ୍ ଓ ରୁଷର ବିକାଶକୁ ବନ୍ଦ କରିବା ପାଇଁ ଆମେରିକା ଜାଣିଶୁଣି ବିଶ୍ୱ ବିବାଦକୁ ପ୍ରୋତ୍ସାହିତ କରୁଥିବା ଇରାନ ବଡ଼ ଅଭିଯୋଗ କରିଛି। ଶାନ୍ତି ପାଇଁ ନିଜର ଇଚ୍ଛା ପ୍ରକାଶ କରି, ତେହେରାନ ସମ୍ମାନଜନକ ଭାବରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି କିନ୍ତୁ ଭବିଷ୍ୟତର ବିପଦ ବିଷୟରେ ମଧ୍ୟ ଚେତାବନୀ ଦେଇଛି।

Irans big complaint

Irans big complaint

ତେହେରାନ: ଭାରତ, ଚୀନ୍ ଓ ରୁଷର ବିକାଶକୁ ବନ୍ଦ କରିବା ପାଇଁ ଆମେରିକା ଜାଣିଶୁଣି ବିଶ୍ୱ ବିବାଦକୁ ପ୍ରୋତ୍ସାହିତ କରୁଥିବା ଇରାନ ବଡ଼ ଅଭିଯୋଗ କରିଛି। ଶାନ୍ତି ପାଇଁ ନିଜର ଇଚ୍ଛା ପ୍ରକାଶ କରି, ତେହେରାନ ସମ୍ମାନଜନକ ଭାବରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି କିନ୍ତୁ ଭବିଷ୍ୟତର ବିପଦ ବିଷୟରେ ମଧ୍ୟ ଚେତାବନୀ ଦେଇଛି। ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧିଙ୍କ ଅନୁଯାୟୀ, ଆମେରିକା ଚାହୁଁନାହିଁ ଯେ ବିଶ୍ୱ ବହୁଧ୍ରୁବୀୟ ହେଉ ଅବା ଅନ୍ୟ କୌଣସି ଦେଶ ୱାସିଂଟନର ସମାନ ଅଂଶୀଦାର ହେଉ। ଇରାନ ଏଭଳି ଅଭିଯୋଗ ଏପରି ଏକ ସମୟରେ ଆଣିଛି ଯେତେବେଳେ ଇସ୍ରାଏଲୀ ଓ ଆମେରିକୀୟ ଆକ୍ରମଣ ମଧ୍ୟପ୍ରାଚ୍ୟରେ ବ୍ୟାପକ ଧ୍ୱଂସ ଘଟାଇଛି ତଥା ଉତ୍ତେଜନା ଶୀର୍ଷରେ ପହଞ୍ଚିଛି।

ୱାଶିଂଟନ ଚାହୁଁନାହିଁ ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକ ଶକ୍ତିଶାଳୀ ହୁଅନ୍ତୁ

ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଅବଦୁଲ ମାଜିଦ ହାକିମ ଏଲାହି କହିଛନ୍ତି ଯେ, ଆମେରିକାର ପ୍ରକୃତ ଟାର୍ଗେଟ କେବଳ ଇରାନ ନୁହେଁ ବରଂ ଉଦୀୟମାନ ଶକ୍ତି। ସେ ଦାବି କରିଛନ୍ତି, ୱାଶିଂଟନ ଚାହୁଁନାହିଁ ଭାରତ ଏବଂ ଚୀନ୍ ଭଳି ଦେଶଗୁଡ଼ିକ ନିକଟ ଭବିଷ୍ୟତରେ ଶକ୍ତିଶାଳୀ ହୋଇ ଆମେରିକାର ଆଧିପତ୍ୟକୁ ଚ୍ୟାଲେଞ୍ଜ କରନ୍ତୁ। ତେଣୁ, ଏହି ଦେଶଗୁଡ଼ିକର ପ୍ରଗତି ଓ ବିକାଶକୁ ବାଧା ଦେବା ପାଇଁ ଆମେରିକା ଜାଣିଶୁଣି ବିଶ୍ୱର ବିଭିନ୍ନ ସ୍ଥାନରେ ଯୁଦ୍ଧ ଉସୁକାଉଛି। ଭାରତ ଏବଂ ଚୀନ୍ ଉପରେ ଆମେରିକାର ନଜର ରହିଛି।

ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇଲାହି ସୂଚିତ କରିଛନ୍ତି, ଇରାନ କୂଟନୀତି ପାଇଁ ପ୍ରସ୍ତୁତ, କିନ୍ତୁ ଏହି ଆଲୋଚନା ମର୍ଯ୍ୟାଦାଜନକ ହେବା ଆବଶ୍ୟକ। ଇରାନ ଦାବି କରିଛି, ଆମେରିକା ଯୁଦ୍ଧ ବନ୍ଦ କଲେ, ପ୍ରତିବନ୍ଧକ ହଟାଇଲେ ଏବଂ ଭବିଷ୍ୟତରେ କୌଣସି ଆକ୍ରମଣ ନ କରିବାକୁ ଗ୍ୟାରେଣ୍ଟି ଦେଲେ ହିଁ ଶାନ୍ତି ସମ୍ଭବ ହେବ। ସେ ସ୍ପଷ୍ଟ କରିଛନ୍ତି, ଇରାନ ଏହି ସଂଘର୍ଷ ଆରମ୍ଭ କରିନାହିଁ। ଆମେରିକା ଓ ଇସ୍ରାଏଲ ଆମର ନିରୀହ ନାଗରିକଙ୍କ ଉପରେ ବୋମା ମାଡ଼ କରି ଏହାକୁ ଉସୁକାଇଛନ୍ତି।

ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶରେ ଇରାନ ଦାବି କରିଛି ଯେ, ଆକ୍ରମଣ ପୂର୍ବରୁ ଓମାନ ମାଧ୍ୟମରେ ଆମେରିକା ସହିତ ଏକ ଚୁକ୍ତିନାମା ସମାପ୍ତ ହେବାକୁ ଯାଉଥିଲା। ଦୁଇ ପକ୍ଷ ଏକ ମିଳିତ ବିବୃତି ଜାରି କରିବାକୁ ନିକଟତର ହୋଇଥିଲେ, କିନ୍ତୁ ତା’ପରେ ହଠାତ୍ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇ୍‌ଥିଲା, ଯାହା ସମଗ୍ର ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥିଲା। ଇରାନ ଅଭିଯୋଗ କରିଛି, ଆମେ କେବେବି କୂଟନୀତିର ପଥ ପରିତ୍ୟାଗ କରିନାହୁଁ, ବରଂ ଆମେରିକା ପଛକୁ ହଟି ଯୁଦ୍ଧର ପଥ ବାଛିଛି।

ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନର କ୍ଷେପଣାସ୍ତ୍ର ଏବଂ ପରମାଣୁ କ୍ଷମତା ନଷ୍ଟ ନହେବା ପର୍ଯ୍ୟନ୍ତ ସାମରିକ ଅଭିଯାନ ଜାରି ରହିବ। ଟ୍ରମ୍ପ ଇରାନର ଶାନ୍ତି ଆଲୋଚନା ପ୍ରସ୍ତାବକୁ ବହୁତ ବିଳମ୍ବ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ଏହି ଅଞ୍ଚଳରେ ଶାନ୍ତି ପାଇଁ ଆଶାକୁ ମଳିନ କରିଦେଇଛି।

ଆହୁରି ପଢ଼ନ୍ତୁ: US Navy will protect oil tankers: ଆବଶ୍ୟକ ହେଲେ ଆମେରିକା ନୌସେନା ହର୍ମୁଜ୍ ପ୍ରଣାଳୀରେ ତୈଳ ଟ୍ୟାଙ୍କରକୁ ସୁରକ୍ଷା ଦେବ: ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe