Advertisment

Iran vs Israel: ଇରାନ ବନାମ ଇସ୍ରାଏଲ: କିଏ ଅଧିକ ଶକ୍ତିଶାଳୀ

Advertisment

ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଓ ସଂଘର୍ଷ ମଧ୍ୟରେ ଉଭୟ ଦେଶର ସାମରିକ କ୍ଷମତାର ତୁଳନା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇପଡ଼ିଛି। ଆଜି ଇସ୍ରାଏଲ ଓ ଆମେରିକା ଦ୍ବାରା ଇରାନ ଉପରେ ମିଳିତ ଆକ୍ରମଣ ପରେ ଏହି ତୁଳନା ଆହୁରି ପ୍ରାସଙ୍ଗିକ ହୋଇଛି।

ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଓ ସଂଘର୍ଷ ମଧ୍ୟରେ ଉଭୟ ଦେଶର ସାମରିକ କ୍ଷମତାର ତୁଳନା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇପଡ଼ିଛି। ଆଜି ଇସ୍ରାଏଲ ଓ ଆମେରିକା ଦ୍ବାରା ଇରାନ ଉପରେ ମିଳିତ ଆକ୍ରମଣ ପରେ ଏହି ତୁଳନା ଆହୁରି ପ୍ରାସଙ୍ଗିକ ହୋଇଛି।

iran isreal

ଜେନେଭା: ଇରାନଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଓ ସଂଘର୍ଷ ମଧ୍ୟରେ ଉଭୟ ଦେଶର ସାମରିକ କ୍ଷମତାର ତୁଳନା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇପଡ଼ିଛି। ଆଜି ଇସ୍ରାଏଲ ଓ ଆମେରିକା ଦ୍ବାରା ଇରାନ ଉପରେ ମିଳିତ ଆକ୍ରମଣ ପରେ ଏହି ତୁଳନା ଆହୁରି ପ୍ରାସଙ୍ଗିକ ହୋଇଛି।   ଗ୍ଲୋବାଲ୍ ଫାୟାରପାୱାର   ୨୦୨୬ ରାଙ୍କିଙ୍ଗ୍ ଅନୁଯାୟୀ, ଉଭୟ ଦେଶର ସାମରିକ ବଳରେ ସନ୍ତୁଳନ ରହିଛି କିନ୍ତୁ ଭିନ୍ନ କ୍ଷେତ୍ରରେ ଭିନ୍ନ ସୁବିଧା ରହିଛି। ଗ୍ଲୋବାଲ୍ ଫାୟାରପାୱର ୨୦୨୬ରେ ଇସ୍ରାଏଲ ୧୫ତମ୍ ସ୍ଥାନରେ   ଓ ଇରାନ୍ ୧୬ତମ୍ ସ୍ଥାନରେ   ରହିଛି, ଯାହା ଉଭୟଙ୍କ ମଧ୍ୟରେ ପ୍ରାୟ ସମାନତା ଦର୍ଶାଉଛି।
ପରମାଣୁ କ୍ଷମତା: ଇସ୍ରାଏଲ ବିଶ୍ୱର ଅନ୍ୟତମ ଅଣ-ଘୋଷିତ ପରମାଣୁ ଶକ୍ତି ବୋଲି ଅନୁମାନ କରାଯାଏ (ଅନୁମାନିକ ୮୦-୪୦୦ ପରମାଣୁ ଅସ୍ତ୍ର) ଏବଂ ଜେରିକୋ-୩ ମିସାଇଲ ଦ୍ୱାରା ପରମାଣୁ ଡେଲିଭରି କରିବାର କ୍ଷମତା ରହିଛି। ଇରାନ ପରମାଣୁ ଅସ୍ତ୍ର ନଥିବା ଦାବି କରୁଛି କିନ୍ତୁ ପରମାଣୁ କାର୍ଯ୍ୟକ୍ରମରେ ଅଗ୍ରଗତି କରିଛି ଏବଂ ପରମାଣୁ ଅସ୍ତ୍ର ବିକାଶର ନିକଟରେ ରହିଛି ବୋଲି ବିଶ୍ୱାସ କରାଯାଏ। ଇସ୍ରାଏଲ ପରମାଣୁ କ୍ଷମତା ଏକ ପ୍ରମୁଖ ପ୍ରତିରକ୍ଷା ତଥା ନିରୋତ୍ସାହନ ଉପାଦାନ।

GDP: ସହରୀକରଣ ରାଜ୍ଯ ଜିଡିପିର ଏକ ତୃତୀୟାଂଶ ଅଭିବୃଦ୍ଧି କରିବ: ଉଷା ପାଢୀ

ମିସାଇଲ ଓ ଡ୍ରୋନ୍ କ୍ଷମତା: ଇରାନ ମଧ୍ୟପ୍ରାଚ୍ୟରେ ସର୍ବାଧିକ ବାଲିଷ୍ଟିକ୍ ମିସାଇଲ ସଂଖ୍ୟା ରଖିଛି (୨୦୦୦ କି.ମି. ପର୍ଯ୍ୟନ୍ତ ସ୍ୱୟଂ-ନିର୍ଦ୍ଧାରିତ ରେଞ୍ଜ୍)। ଏହାର ମିସାଇଲଗୁଡ଼ିକ ମଧ୍ୟରେ ସେଜି (୨୦୦୦ କି.ମି.), ଏମାଦ୍ (୧୭୦୦ କି.ମି.), ଗଦର୍ (୨୦୦୦ କି.ମି.), ସାହାବ-୩ (୧୩୦୦ କି.ମି.), ଖୋରମ୍ସାର (୨୦୦୦ କି.ମି.) ଓ ଅନ୍ୟ ହାଇପରସୋନିକ୍ ମିସାଇଲ ରହିଛି। ଇରାନ ଡ୍ରୋନ୍ ଓ କ୍ରୁଜ୍ ମିସାଇଲରେ ମଧ୍ୟ ଶକ୍ତିଶାଳୀ। ଇସ୍ରାଏଲ ମିସାଇଲ କ୍ଷମତା କମ୍ ଥିଲେ ମଧ୍ୟ ଏହା ଅଧିକ ଶକ୍ତିଶଳୀ ଓ ସଠିକ୍ ଲକ୍ଷ୍ୟଭେଦରେ ସକ୍ଷମ। ଇସ୍ରାଏଲର ଆୟରନ୍ ଡୋମ୍, ଡେଭିଡ୍’ସ୍ ସ୍ଲିଙ୍ଗ୍ ଓ ଆରୋ-୩ ସିଷ୍ଟମ୍ ଇରାନର ମିସାଇଲକୁ ଅବରୋଧ କରିବାରେ ଅତ୍ୟନ୍ତ ସଫଳ ହୋଇଛି।

ସକ୍ରିୟ ସୈନ୍ୟ ଓ ରିଜର୍ଭ: ଇରାନର ସକ୍ରିୟ ସୈନ୍ୟ ପ୍ରାୟ ୬୧୦,୦୦୦ (ରିଜର୍ଭ ଓ ପାରାମିଲିଟାରୀ ସହିତ), ଯାହା ଦୀର୍ଘକାଳୀନ ଯୁଦ୍ଧରେ ସୁବିଧା ଦେଇପାରେ। ଇସ୍ରାଏଲର ସକ୍ରିୟ ସୈନ୍ୟ ପ୍ରାୟ ୧୭୦,୦୦୦ କିନ୍ତୁ ଦ୍ରୁତ ମୋବିଲାଇଜେସନ୍ ଦ୍ୱାରା ୪୬୫,୦୦୦ ରିଜର୍ଭ ଯୋଗ କରିପାରେ।

ବିମାନ ବଳ: ଇସ୍ରାଏଲର ବିମାନ ବଳରେ ୬୦୦ରୁ ଅଧିକ ବିମାନ ରହିଛି, ଯେଉଁଥିରେ ଏଫ୍-୩୫ ଷ୍ଟିଲ୍ଥ୍ ଫାଇଟର୍, ଆଧୁନିକ ହେଲିକପ୍ଟର୍, ସର୍ଭେଲାନ୍ସ ପ୍ଲେନ୍ ଓ ଇଲେକ୍ଟ୍ରନିକ୍ ୱାରଫେର ବିମାନ ରହିଛି। ଇରାନର ବିମାନ ବଳ କମ୍ ଓ ଅଧିକାଂଶ ପୁରାତନ ମଡେଲ୍, କିନ୍ତୁ ଡ୍ରୋନ୍ ଓ ଷ୍ଟାଣ୍ଡ-ଅଫ୍ ଷ୍ଟ୍ରାଇକ୍ ଦ୍ୱାରା ଏହା କ୍ଷତିପୂରଣ କରୁଛି।

Attack On Iran: ଇରାନ ଉପରେ ଆକ୍ରମଣ ନେଇ ଗମ୍ଭୀର ଚିନ୍ତା ପ୍ରକଟ କଲା ଭାରତ

ସେନା ବଳ: ଇରାନରେ ୧,୭୦୦-୨,୦୦୦ ଟ୍ୟାଙ୍କ୍, ହଜାର ହଜାର ସେନା ଯାନ ଓ ୧,୫୦୦ରୁ ଅଧିକ ମୋବାଇଲ୍ ରକେଟ୍ ଲଞ୍ଚର୍ ରହିଛି। ଇଜରାଏଲ ସଂଖ୍ୟା କମ୍ କିନ୍ତୁ ଅଧିକ ଆଧୁନିକ ଓ ପ୍ରିସିଜନ୍ ଟେକ୍ନୋଲୋଜି ସହିତ।

ନୌସେନା ଶକ୍ତି: ଇରାନ ଏବେ ସବମେରିନ୍, ଫାଷ୍ଟ୍ ଆଟାକ୍ କ୍ରାଫ୍ଟ୍ ଓ ମିସାଇଲ୍ ପାଟ୍ରୋଲ୍ ଭେସେଲ୍ ଉପରେ ନିର୍ଭର କରୁଛି। ଇସ୍ରାଏଲର ନୌବଳ କମ୍ କିନ୍ତୁ ସବମେରିନ୍ ଓ ମିସାଇଲ୍ ସହିତ ଉପକୂଳ ରକ୍ଷା ଓ ଡିଟରେନ୍ସ୍ ପାଇଁ ଶକ୍ତିଶାଳୀ। 

ମିତ୍ରତା ଓ ସହଯୋଗ: ଇସ୍ରାଏଲ-ଆମେରିକା ସହ ଗଭୀର ମିତ୍ରତା ରହିଛି (ଅତିରିକ୍ତ ସାମରିକ ସହାୟତା ସହିତ)। ଇରାନ ପ୍ରକ୍ସି ଗୋଷ୍ଠୀ (ହୁଥି, ହେଜବୁଲ୍ଲା) ଦ୍ୱାରା ଛାୟା ଯୁଦ୍ଧ କରୁଛି। ଇସ୍ରାଏଲ ଟେକ୍ନୋଲୋଜି, ପ୍ରିସିଜନ୍ ଷ୍ଟ୍ରାଇକ୍, ବାୟୁ ଯୁଦ୍ଧ କ୍ଷମତା ଓ ଆମେରିକାର ସହାୟତା ଉପରେ ନିର୍ଭର।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe