Advertisment

Mojtaba Khamenei: ଖେମିନିଙ୍କୁ ହତ୍ୟା ପରେ ତାଙ୍କ ପୁଅକୁ ଧମକ ଦେଲା ଇସ୍ରାଏଲ: ପ୍ରତି ନୂଆ ନେତାଙ୍କୁ ଖୋଜିଖୋଜି ହତ୍ୟା କରାଯିବ...

Advertisment
New Project (2)

khamenei son Photograph: (google)

ଜେରୁସେଲମ: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ କହିଛନ୍ତି, ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସ୍ଥାନରେ ଇରାନ ସରକାର ଦ୍ୱାରା ଚୟନ କରାଯାଇଥିବା ଯେକୌଣସି ନେତାଙ୍କୁ ନିପାତ କରିବା ସ୍ପଷ୍ଟ ଭାବରେ ଆମର ଟାର୍ଗେଟ ହେବ।

ଆହୁରି ପଢନ୍ତୁ- Holi: ହୋଲିର ପର୍ବ ସମଗ୍ର ପରିବେଶକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିଥାଏ: ପ୍ରଧାନମନ୍ତ୍ରୀ ମୋଦୀ

ଇରାନର ବିଶେଷଜ୍ଞ ସଭା ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ପୁଅ ମୋଜତାବା ଖେମିନିଙ୍କୁ ଦେଶର ସର୍ବୋଚ୍ଚ ନେତା ଭାବରେ ମନୋନୀତ କରିବା ପରେ ଇସ୍ରାଏଲ ପକ୍ଷରୁ ଏଭଳି ଧମକ ଦିଆଯାଇଛି। ସେ କହିଛନ୍ତି, ଇସ୍ରାଏଲ ବିରୋଧରେ କାମ କରୁଥିବା କିମ୍ବା ଏହାର ଧ୍ୱଂସ ପାଇଁ ଷଡ଼ଯନ୍ତ୍ର କରୁଥିବା ଯେକୌଣସି ନେତାଙ୍କୁ ଇସ୍ରାଏଲ ଟାର୍ଗେଟ କରିବ। ତାଙ୍କ ନାମ ଯାହା ହେଉନା କାହିଁକି, ଇସ୍ରାଏଲ ସେମାନଙ୍କୁ ଖୋଜି ଖୋଜି ହତ୍ୟା କରିବ। ଆମର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ନୂଆ ସର୍ବୋଚ୍ଚ ନେତାଙ୍କୁ ନିପାତ କରିବା।

ଆହୁରି ପଢନ୍ତୁ- Holi: ହୋଲିର ପର୍ବ ସମଗ୍ର ପରିବେଶକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିଥାଏ: ପ୍ରଧାନମନ୍ତ୍ରୀ ମୋଦୀ

ଆମେ ଆମର ଆମେରିକୀୟ ସହଯୋଗୀମାନଙ୍କ ସହିତ ମିଶି ଜୋରଦାର ଆକ୍ରମଣ କରିବୁ, ଯାହା ଦ୍ୱାରା ଶାସନ କ୍ଷମତାକୁ ଦୁର୍ବଳ କରାଯାଇପାରିବ। ଯାହାଦ୍ବାରା ଇରାନୀ ଜନତା ସରକାରଙ୍କୁ କ୍ଷମତାଚ୍ୟୁତ କରି ବଦଳାଇବା ପରିସ୍ଥିତି ସୃଷ୍ଟି କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe