Jandice outbreak : ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍‌ ବ୍ୟାପିବା ଘଟଣା, ରୋଷେଇଶାଳା, ଟାଙ୍କିରୁ ବାହାରିଲା ଭୂତାଣୁ

Advertisment

ବହୁ ଛାନ୍‌ଭିନ୍‌ ପରେ ଖୋର୍ଦ୍ଧା ପିଏମ୍‌ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ବିସ୍ଫୋରକ ରୂପ ନେଇଥିବା ଜଣ୍ଡିସ୍‌ର କାରଣ ପଦାକୁ ଆସିଛି। ପୂରା ବିଦ୍ୟାଳୟକୁ ଯେଉଁଠାରୁ ଜଳଯୋଗାଣ ହେଉଥିଲା....

ବହୁ ଛାନ୍‌ଭିନ୍‌ ପରେ ଖୋର୍ଦ୍ଧା ପିଏମ୍‌ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ବିସ୍ଫୋରକ ରୂପ ନେଇଥିବା ଜଣ୍ଡିସ୍‌ର କାରଣ ପଦାକୁ ଆସିଛି। ପୂରା ବିଦ୍ୟାଳୟକୁ ଯେଉଁଠାରୁ ଜଳଯୋଗାଣ ହେଉଥିଲା....

Untitled-25

ଖୋର୍ଦ୍ଧା: ବହୁ ଛାନ୍‌ଭିନ୍‌ ପରେ ଖୋର୍ଦ୍ଧା ପିଏମ୍‌ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ବିସ୍ଫୋରକ ରୂପ ନେଇଥିବା ଜଣ୍ଡିସ୍‌ର କାରଣ ପଦାକୁ ଆସିଛି। ପୂରା ବିଦ୍ୟାଳୟକୁ ଯେଉଁଠାରୁ ଜଳଯୋଗାଣ ହେଉଥିଲା, ସେହି ଓଭରହେଡ୍‌ ଟାଙ୍କିରୁ ଜଣ୍ଡିସ୍‌ ଭୂତାଣୁ ଚିହ୍ନଟ କରାଯାଇଛି। କେବଳ ସେତିକି ନୁହେଁ, ରୋଷେଇଶାଳାରୁ ବି ଏ ଭୂତାଣୁ ଚିହ୍ନଟ ହୋଇଛି ବୋଲି ଜିଲ୍ଲା ଜନସ୍ବାସ୍ଥ୍ୟ  ଅଧିକାରୀ ଡାକ୍ତର ରଞ୍ଜନ କୁମାର ମିତ୍ର ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଓଭରହେଡ୍‌ ଟାଙ୍କିରୁ ଆରମ୍ଭ କରି ଭୂତାଣୁ ରୋଷେଇଶାଳା ଯାଏଁ ପହଞ୍ଚି ୮୦ରୁ ଅଧିକ ପିଲାଙ୍କୁ ଜଣ୍ଡିସ୍‌ ଆକ୍ରାନ୍ତ କରି ଚାଲିଥିଲା, ଅଥଚ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଜାଣି ପାରୁନଥିଲେ କେମିତି? ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷ କି’ ପ୍ରକାର ଜଳ ନମୁନା ପରୀକ୍ଷଣ କରୁଥିଲେ ବୋଲି ଅଭିଭାବକ ମହଲ ପ୍ରଶ୍ନ କରିଛନ୍ତି।

Neglected Balasore: ଅବହେଳିତ ବାଲେଶ୍ୱର ରେଳଷ୍ଟେସନ, ଚାବିକାଠି ଖଡ଼ଗପୁରରେ

 
ସୂଚନା ମୁତାବକ, ପ୍ରାୟ ଅଢ଼େଇ ମାସ ତଳୁ ନବୋଦୟ କ୍ୟାମ୍ପସ୍‌ରେ ଜଣ୍ଡିସ୍ କ‌ାୟା ମେଲାଇ ସାରିଥିଲା। ଗୋଟିଏରୁ ଆରମ୍ଭ କରି ଧୀରେ ଧୀରେ ଜଣ୍ଡିସ୍‌ ସଂକ୍ରମିତ କରିଚାଲିଲା। କିନ୍ତୁ, ବିଦ୍ୟାଳୟ କର୍ତ୍ତୃପକ୍ଷ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କଲେ ନାହିଁ। କ୍ୟାମ୍ପସ୍‌ ଭିତରେ ପ୍ରାୟ ୧୨ରୁ ଅଧିକ ପାଣି ଟାଙ୍କି, ଓଭରହେଡ଼୍‌ ଟାଙ୍କି ଓ ସମ୍ପ୍ ରହିଛି। ନିୟମ ଥିଲା, କିଛି ମାସର ବ୍ୟବଧାନରେ ବିଦ୍ୟାଳୟର ସବୁ ଟାଙ୍କି ସଫେଇ ହେବ। ସେଥିରେ ବ୍ଲିଚିଂ ପାଉଡର ପଡ଼ିବ। ଜଳ ନମୁନା ବି ପରୀକ୍ଷଣ ହେବ। ବିଦ୍ୟାଳୟ କର୍ତ୍ତୃପକ୍ଷ ବି ନିୟମ ଅନୁସାରେ ଟାଙ୍କି ସଫେଇ କରୁଥିଲେ ବୋଲି ଜଣ୍ଡିସ୍ ଚିହ୍ନଟ ହେଲା ପରେ ସଫେଇ ଦେଇ ଚାଲିଥିଲେ। କିନ୍ତୁ, ସତ ପଦାକୁ ଆସୁନଥିଲା। ନିୟମିତ ବ୍ୟବଧାନରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସଫେଇ କରୁଥିଲେ କି’ ନାହିଁ, ସେନେଇ ମଧ୍ୟ ଅଭିଭାବକ ମହଲରେ ସନ୍ଦେହ ଉପୁଜିଛି। ନେଡି ଗୁଡ଼ କହୁଣିକୁ ବହିଗଲା ପରେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ କାନକୁ ଏହା ଗତ ସପ୍ତାହରେ ଗଲା।ଜିଲ୍ଲା ପ୍ରଶାସନ ଅନୁଧ୍ୟାନ କରି କ୍ୟାମ୍ପସ୍‌ର ପାଞ୍ଚଟି ଜାଗାରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଥିଲା। ଯାଞ୍ଚ ପରେ ଦୁଇଟି ନମୁନା ପଜିଟିଭ୍‌ ଆସିଛି ବୋଲି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମିତ୍ର ସୂଚନା ଦେଇଛନ୍ତି।

Tensions rise: ତୈଳବାହୀ ଜାହାଜ ଜବତ ମାମଲା, ଆମେରିକା ଓ ରୁଷ୍‌ ମଧ୍ୟରେ ଉତ୍ତେଜନା ବଢ଼ିଲା

 
ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷଙ୍କର ନିର୍ଦ୍ଦେଶ ପରେ ୫୬୦ଜଣ ପିଲା ଏବେ ଘରମୁହାଁ ହୋଇଛନ୍ତି। ସବୁ ଅଭିଭାବକ ନିଜ ନିଜ ପିଲାଙ୍କ ଦେହରେ ଏ ଭୂତାଣୁ ଅଛି କି’ ନାହିଁ, ତାହା ମଧ୍ୟ ପରୀକ୍ଷଣ କରିବା ଆରମ୍ଭ କରିଛନ୍ତି। ସେହି ଅନୁସାରେ, କିଛି କିଛି ପିଲାଙ୍କ ଦେହରେ ଏ ଭୂତାଣୁ ଚିହ୍ନଟ ହୋଇଛି। ମୋଟ ଉପରେ କହିବାକୁ ଗଲେ, ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe