ଲାହୋର: ପାକିସ୍ତାନର ଆଇନଜୀବୀମାନେ ଦେଶରେ ଲାଗି ରହିଥିବା ଜଟିଳ ସଙ୍କଟ ନେଇ ଚେତାବନୀ ଦେଇଛନ୍ତି। ଲାହୋର ହାଇକୋର୍ଟ ବାର୍ ଆସୋସିଏସନ୍ ଓ ଲାହୋର ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ‘ଅଲ୍ ପାକିସ୍ତାନ ଲୟର୍ସ କନ୍ଭେନ୍ସନ୍’ରେ ହଜାର ହଜାର ଓକିଲ ଏକଜୁଟ୍ ହୋଇ ଘୋଷଣା କରିଛନ୍ତି ଯେ, ପାକିସ୍ତାନ ଏବେ ତା’ର ଇତିହାସର ସବୁଠାରୁ ଅନ୍ଧକାର ସମୟ ଭିତରେ ଅଛି। ସମ୍ବିଧାନ ନାମରେ ଗଣତନ୍ତ୍ରର ଅନ୍ତିମ ସଂସ୍କାର କରାଯାଉଛି ଏବଂ ଦେଶ ଏବେ ଏକଛତ୍ରବାଦ ଅାଡ଼କୁ ଯାଉଛି।
Forcibly occupied: ଘର ନେଲେ, ପୁଣି ଜବରଦଖଲ କଲେ
ବରିଷ୍ଠ ଓକିଲ ତଥା ସାଂସଦ ହାମିଦ ଖାନ, ଲତିଫ ଖୋସା, ପୂର୍ବତନ ସୁପ୍ରିମକୋର୍ଟ ବାର୍ ସଭାପତି ଅଲି ଅହମଦ କୁର୍ଦ ଓ ଲାହୋର ହାଇକୋର୍ଟ ବାର୍ ସଭାପତି ଆସିଫ ନିସ୍ୱାନାଙ୍କ ନେତୃତ୍ବରେ ହୋଇଥିବା ଏହି ସମ୍ମିଳନୀରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଏଥିରେ ପାକ୍ ସେନାମୁଖ୍ୟ (ବର୍ତ୍ତମାନ ଫିଲ୍ଡ ମାର୍ଶାଲ) ଅସୀମ ମୁନିରଙ୍କୁ ସେନା ବାହିନୀ ଉପରେ ଅସୀମ କ୍ଷମତା ଓ ଆଜୀବନ କ୍ଷମତା ପ୍ରଦାନକୁ ତୀବ୍ର ବିରୋଧ କରାଯାଇଛି। ଓକିଲମାନେ କହିଛନ୍ତି, ମୁନିରଙ୍କୁ ସର୍ବାଧିକ ଶକ୍ତିଶାଳୀ କରିବା ପାଇଁ ସମ୍ବିଧାନ ସଂଶୋଧନଗୁଡ଼ିକ ରାତିଅଧିଆ ସଂସଦରେ ପାରିତ ହୋଇଛି ଏବଂ ଏହା ନ୍ୟାୟପାଳିକାର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ପିଟିଆଇ ନେତା ତଥା ଓକିଲ ସଲମାନ ଆକରାମ ରାଜା କହିଛନ୍ତି, ‘ଦେଶରେ ନିଯୁକ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଧ୍ୱଂସ ହେଲାଣି। ସରକାର କେବଳ ଲୋକଙ୍କୁ ବନ୍ଦୀ କରି ନିର୍ଯାତନା ଦେଉଛନ୍ତି।’ ଆଇନଜୀବୀମାନେ ଶପଥ ନେଇଛନ୍ତି ଯେ ସମ୍ବିଧାନ ଓ ଗଣତନ୍ତ୍ର ରକ୍ଷା ପାଇଁ ସେମାନେ ରାସ୍ତାରେ ଲଢ଼ିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/08/untitled-5-2025-12-08-07-38-51.jpg)