ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ବଜେଟ୍ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକସଭାରେ କୁହାଇ ଦେଇନାହାନ୍ତି ବିରୋଧୀ। ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନର ମାତ୍ର କିଛି ମିନିଟ୍ ପୂର୍ବରୁ ଭୀଷଣ ବିଶୃଙ୍ଖଳା ଯୋଗୁଁ ଲୋକସଭାକୁ ମୁଲତବୀ ରଖାଯାଇଛି। ବିରୋଧୀ ଦଳର ମହିଳା ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସନକୁ ଘେରିଯିବା ସହ ଲଗାତାର ସ୍ଲୋଗାନ୍ ଜାରି ରଖିବାରୁ ଏଭଳି ସ୍ଥିତି ଉପୁଜିଥିଲା। ଏହି କାରଣରୁ ପ୍ରଧାନମନ୍ତ୍ରୀ ଗୃହକୁ ଆସିପାରିନଥିଲେ ଏବଂ ତାଙ୍କ ଭାଷଣ ସ୍ଥଗିତ ରଖିବାକୁ ପଡ଼ିଥିଲା। ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି, ବିରୋଧୀ ଦଳର ମହିଳା ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେୟାରକୁ ଘେରି ରହିବା ଅତ୍ୟନ୍ତ ଯୋଜନାବଦ୍ଧ ଥିଲା।
Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର
ଏପରିକି ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ବଜେଟ୍ ଅଧିବେଶନ ଆରମ୍ଭ ହେବା ପରଠାରୁ ଗୃହରେ ଉତ୍ତେଜନା ଲାଗିରହିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତ-ଚୀନ ସୀମା ବିବାଦ ଉପରେ ପୂର୍ବତନ ସେନା ମୁଖ୍ୟ ନରବଣେଙ୍କ ଅପ୍ରକାଶିତ ପୁସ୍ତକର କିୟଦଂଶ ଉଦ୍ଧୃତ କରିବାକୁ ଚାହୁଥିଲେ, ଯାହାକୁ ଅନୁମତି ଦିଆଯାଇନଥିଲା। ଏହାକୁ ନେଇ ହଙ୍ଗାମା ହୋଇଥିବାବେଳେ ସଂସଦର କାର୍ଯ୍ୟକୁ ଅନେକ ଥର ସ୍ଥଗିତ ରଖିବାକୁ ପଡ଼ିଥିଲା। ଆଜି ଦିନ ସାରା ଉକ୍ତ ପ୍ରସଙ୍ଗ ସହିତ ଲୋକସଭାରେ ୮ କଂଗ୍ରେସ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ଗୃହରେ ହଟ୍ଟଗୋଳ ଜାରି ରହିଥିଲା ଅପରାହ୍ଣ ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହକୁ ଉଦ୍ବୋଧନ ଦେବାର ଥିଲେ ମଧ୍ୟ ବିଶୃଙ୍ଖଳା ସୀମା ଟପିବାରୁ ଗୃହକୁ ତୃତୀୟ ଥର ପାଇଁ ମୁଲତବୀ ରଖିବାକୁ ପଡ଼ିଥିଲା।
ବର୍ଷା ଗାଏକ୍ୱାଡ଼ ଓ ଜ୍ୟୋତିମଣିଙ୍କ ସମେତ ବିରୋଧୀ ଦଳର ଅନେକ ମହିଳା ସାଂସଦ ଆଜି ଗୃହର ମଧ୍ୟଭାଗକୁ ପ୍ରବେଶ କରି ପ୍ରଧାନମନ୍ତ୍ରୀଙ୍କ ଚେୟାର ଅଭିମୁଖେ ମାଡ଼ିଯାଇଥିଲେ ଏବଂ ହଟ୍ଟଗୋଳ କରି ଅଚଳାବସ୍ଥା ସୃଷ୍ଟି କରିଥିଲେ। ନିଜ ଆସନକୁ ଫେରିବା ପାଇଁ ବରିଷ୍ଠ ମନ୍ତ୍ରୀମାନଙ୍କ ଅନୁରୋଧକୁ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ। ବିରୋଧୀ ମହିଳା ସାଂସଦ ଓ ବିଜେପି ସାଂସଦ ମୁହାଁମୁହିଁ ହେବାରୁ ଉତ୍ତେଜନା ଆହୁରି ବଢ଼ିଥିଲା। କଂଗ୍ରେସ ସାଂସଦଙ୍କ ସହିତ ତୃଣମୂଳ କଂଗ୍ରେସ ଓ ସମାଜବାଦୀ ପାର୍ଟିର ସଦସ୍ୟମାନେ ସାମିଲ ହୋଇ ସରକାରଙ୍କ ବିରୋଧରେ ନାରାବାଜି ଜାରି ରଖିଥିଲେ।
ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ
ଅନ୍ୟପକ୍ଷରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରି ଦେଇଥିବା ଟିପ୍ପଣୀକୁ ବିରୋଧ କରିଥିଲେ କଂଗ୍ରେସର ସାଂସଦ। ଗୃହକାର୍ଯ୍ୟ ମୁଲତବୀ ହେବା ପରେ ସେମାନେ ଲୋକସଭା ବାଚସ୍ପତିଙ୍କ ଅଫିସରେ ପହଞ୍ଚିଥିଲେ। ଗୃହର ଅଧ୍ୟକ୍ଷ ଦାୟିତ୍ବରେ ଥିବା କ୍ରିଷ୍ଣପ୍ରସାଦ ତେନ୍ନେତି, ଦୁବେଙ୍କୁ ଗାନ୍ଧୀ ପରିବାର ବିରୋଧରେ କହିବାପାଇଁ ଅନୁମତି ଦେବା ନିଷ୍ପତ୍ତି ଅଗଣତାନ୍ତ୍ରିକ ଦର୍ଶାଇ ବାଚସ୍ପତିଙ୍କୁ ଫେରାଦ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଆଜି ଦୁବେ ଲୋକସଭାରେ ଗାନ୍ଧୀ ପରିବାର ବିରୋଧରେ ଲେଖାଯାଇଥିବା କେତେକ ପୁସ୍ତକ ସଂପର୍କରେ ଉଲ୍ଲେଖ କରି ସେଥିରେ କ’ଣ କୁହାଯାଇଛି ତାହା ପଢ଼ିବାକୁ ଆରମ୍ଭ କରିଥିଲେ। ବିରୋଧୀ ସାଂସଦମାନେ ଏହାକୁ ତୀବ୍ର ବିରୋଧ କରି ହଟ୍ଟଗୋଳ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/05/lokasabha-2026-02-05-02-07-21.jpg)