Advertisment

Middle East War: ମଧ୍ୟପ୍ରାଚ୍ୟ ଯୁଦ୍ଧ: ରକ୍ତମୁଖା ଇରାନର ଭୀଷଣ ଆକ୍ରମଣ, ଆମେରିକୀୟ ଘାଟିକୁ କ୍ଷେପଣାସ୍ତ୍ର ମାଡ଼

Advertisment

ଇସ୍ରାଏଲ-ଆମେରିକାର ମିଳିତ ଏୟାର୍‌ ଷ୍ଟ୍ରାଇକ୍‌ରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଏକ ଭୂ-ରାଜନୈତିକ ବିସ୍ଫୋରଣ ଘଟାଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଭୟାନକ ରୂପ ନେଇଛି।

ଇସ୍ରାଏଲ-ଆମେରିକାର ମିଳିତ ଏୟାର୍‌ ଷ୍ଟ୍ରାଇକ୍‌ରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଏକ ଭୂ-ରାଜନୈତିକ ବିସ୍ଫୋରଣ ଘଟାଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଭୟାନକ ରୂପ ନେଇଛି।

dgaddgzvzvccv

ତେହେରାନ/ୱାସିଂଟନ: ଇସ୍ରାଏଲ-ଆମେରିକାର ମିଳିତ ଏୟାର୍‌ ଷ୍ଟ୍ରାଇକ୍‌ରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଏକ ଭୂ-ରାଜନୈତିକ ବିସ୍ଫୋରଣ ଘଟାଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଭୟାନକ ରୂପ ନେଇଛି। ଦୀର୍ଘ ୪ ଦଶନ୍ଧି ଧରି ଇସଲାମିକ୍‌ ରିପବ୍ଲିକ୍‌ ଇରାନର ମୁଖ୍ୟ ରହିଥିବା ଖେମିନିଙ୍କୁ ‘ଟାର୍ଗେଟ୍‌ ହତ୍ୟା’ କରି ଆମେରିକା-ଇସ୍ରାଏଲ୍ ମେଣ୍ଟ ମଧ୍ୟପ୍ରାଚ୍ୟର ପାରମ୍ପରିକ ସୁରକ୍ଷା ବ୍ୟବସ୍ଥାକୁ ଧ୍ୱସ୍ତ କରିଦେଇଛି। ଏହି ଆକ୍ରମଣ ଇରାନର ନେତୃତ୍ୱକୁ ଶେଷ କରିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହାର ପ୍ରତିଶୋଧ ନେବାକୁ ଇରାନ ସବୁ ସାମର୍ଥ୍ୟ ଲଗାଇଦେଇଛି।  ଇରାନ ବିଶ୍ୱର ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ଜଳମାର୍ଗ ସହିତ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଙ୍କ ସାମରିକ ଘାଟି ଉପରେ ଘନଘନ ପାଲଟା ଆକ୍ରମଣ କରୁଥିବାରୁ ବିନାଶକାରୀ ସ୍ଥିତି ଉପୁଜିଛି।

War in the Middle East: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜୁଇ: ଜରୁରୀକାଳୀନ 'ସିସିଏସ୍' ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ଅତ୍ୟାଧୁନିକ ‘ବଙ୍କର୍-ବଷ୍ଟର୍’ ବୋମା ମାଡ଼ରେ ୮୬ ବର୍ଷୀୟ ଖେମିନିଙ୍କ ସହ ଆଇଆର୍‌ଜିସିର ୩୦ରୁ ଅଧିକ କମାଣ୍ଡର ଓ ସେନା ମୁଖ୍ୟଙ୍କ ମୃତ୍ୟୁ ଘଟିଛି ବୋଲି ଇରାନ ସରକାରୀ ଗଣମାଧ୍ୟମ ସ୍ପଷ୍ଟ କରିଛି। ଏହି ଆକ୍ରମଣରେ ଖେମିନିଙ୍କ ଝିଅଜ୍ବାଇଁ, ବୋହୂ ଓ ଜଣେ ନାତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଇସ୍ରାଏଲ-ଆମେରିକାର ଏହି ଅପରେସନ୍‌ରେ ଇରାନର ୫୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସମ୍ପୂର୍ଣ୍ଣ ଧ୍ବଂସ୍ତ ହୋଇଯାଇଛି। ଅନେକ ଡ୍ରୋନ୍ କାରଖାନା ଓ କ୍ଷେପଣାସ୍ତ୍ର ଭଣ୍ଡାର ମାଟିରେ ମିଶିଯାଇଛି। ଆକ୍ରମଣ ଅତି ବ୍ୟାପକ ଓ ଘାତକ ଥିବାରୁ ଇରାନ ସେନା ଖେମିନିଙ୍କୁ ସୁରକ୍ଷା ଦେବାରେ ସମର୍ଥ ହୋଇପାରିଲା ନାହିଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଜି ପାଶ୍ଚାତ୍ୟ ଦେଶଗୁଡ଼ିକର ଚେତାବନୀକୁ ଭ୍ରୂକ୍ଷେପ ନକରି ଇରାନର ଇସଲାମିକ୍‌ ରିଭୋଲ୍ୟୁସନାରି ଗାର୍ଡ କର୍ପସ (ଆଇଆର୍‌ଜିସି) ନିଜ ସାମରିକ ଇତିହାସରେ ସବୁଠାରୁ ଭୟଙ୍କର ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିଛି। ମଧ୍ୟପ୍ରାଚ୍ୟରେ ଥିବା ୨୭ଟି ଆମେରିକୀୟ ସାମରିକ ଘାଟି ଉପରେ ଶତାଧିକ ବାଲିଷ୍ଟିକ୍‌ ମିସାଇଲ୍‌ ଓ ‘କାମିକାଜି’ ଡ୍ରୋନ୍‌ ମାଡ଼ କରାଯାଇଛି। ଦୁବାଇ, ଦୋହା, ମାନାମା ସହରରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ୟୁଏଇରେ ଇଣ୍ଟରସେପ୍ଟ ହୋଇଥିବା ଡ୍ରୋନ୍‌ର ଧ୍ୱଂସାବଶେଷ ପାମ୍ ଜୁମେଇରାର ଆବାସିକ ଅଞ୍ଚଳରେ ପଡ଼ିଛି ଏବଂ ପ୍ରସିଦ୍ଧ ବୁର୍ଜ ଅଲ୍ ଆରବ ହୋଟେଲର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅଞ୍ଚଳରେ କ୍ଷୟକ୍ଷତି ଯୋଗୁଁ ସେଠାରେ ହଜାର ହଜାର ଭାରତୀୟ ପ୍ରବାସୀଙ୍କ ସମେତ ବହୁସଂଖ୍ୟକ ଯାତ୍ରୀ ଫସି ରହିଛନ୍ତି। ସେହିଭଳି କତରରେ ମଧ୍ୟ ତୁହାକୁତୁହା ବିସ୍ଫୋରଣ ସାଙ୍ଗକୁ ଶିଳ୍ପାଞ୍ଚଳରେ ଧ୍ବଂସଲୀଳା ଦେଖିବାକୁ ମିଳିଛି। ଆମେରିକାର ଅଲ-ଉଦେଇଦ୍ ଏୟାର ବେସ୍ ଉପରେ ପ୍ରବଳ ଆକ୍ରମଣ ଜାରି ରହିଛି।

ଇରାନର ୩୦ ଶୀର୍ଷ କମାଣ୍ଡର ନିହତ
ଆତଙ୍କରେ ଉପସାଗରୀୟ ରାଷ୍ଟ୍ର
ଆମେରିକା ଯୁଦ୍ଧଜାହାଜ ଉପରେ ଆକ୍ରମଣ, ୩ ସୈନିକ ମୃତ
୧,୮୦୦ରୁ ଅଧିକ ବିମାନ ବାତିଲ

ଇସ୍ରାଏଲରେ  ତେଲ୍ ନୋଫ୍ ଏୟାରବେସ୍ ଓ ତେଲ୍ ଆଭିଭ୍‌ସ୍ଥିତ ସାମରିକ ମୁଖ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସେଠାରେ ଅନେକ ମୃତାହତ ହୋଇଥିବା ଜଣାପଡ଼ିଛି। ଏହାର ଜବାବରେ ଆମେରିକୀୟ ନୌସେନା ଭୂମଧ୍ୟସାଗର ଓ ଲୋହିତ ସାଗରରୁ ‘ଟୋମାହାକ୍’ କ୍ରୁଜ୍ ମିସାଇଲ୍ ମାଡ଼ କରିଛି, ଯାହା ତେହେରାନରେ ଥିବା ଆଇଆର୍‌ଜିସି କମାଣ୍ଡ ସେଣ୍ଟର ଓ ଇସଫାହାନରେ ଥିବା ମିସାଇଲ୍‌ କେନ୍ଦ୍ରକୁ ଛାର୍‌ଖାର୍‌ କରିଦେଇଛି। ଆଜି ଇରାନ ହର୍ମୁଜ୍‌ ପ୍ରଣାଳୀ ବନ୍ଦ କରିବା ପରେ ବିଶ୍ୱର ୨୦% ତୈଳ ଯୋଗାଣ ପ୍ରଭାବିତ ହୋଇଛି। ଏହାଫଳରେ ବିଶ୍ୱ ବଜାରରେ ଆଗକୁ ସଙ୍କଟ ଜଟିଳ ହେବାର ଆଶଙ୍କା ରହିଛି। ଆଜି ଇସ୍ରାଏଲର ବିଭିନ୍ନ ସହରକୁ ଟାର୍ଗେଟ୍‌ କରି ଇରାନ ଶତାଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ମାଡ଼ କରିବାରୁ ଇସ୍ରାଏଲ ନିଜର ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଛି। ଆଇରନ୍‌ ଡୋମ୍ ଓ ‘ଏରୋ’ ସିଷ୍ଟମ୍‌ ଜରିଆରେ ତେଲ ଅଭିଭ୍ ଉପରକୁ ଆସୁଥିବା ଅଧିକାଂଶ ମିସାଇଲକୁ ରୋକାଯାଇଛି। କିନ୍ତୁ କିଛି ମିସାଇଲ୍ ଉତ୍ତର ଇସ୍ରାଏଲରେ ମାଡ଼ ହୋଇଛି।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ  କରିଛନ୍ତି ଯେ ଅତ୍ୟାଚାରୀର ଗଡ଼ ଧ୍ୱଂସ ହୋଇସାରିଛି ଏବଂ ବାକି ଥିବା ଶତ୍ରୁଙ୍କୁ ମଧ୍ୟ ଶେଷ କରାଯିବ। ଅନ୍ୟପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇରାନର ଅନ୍ତରୀଣ ପରିଷଦକୁ ଶେଷ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ଆକ୍ରମଣ ଜାରି ରଖେ ତେବେ ଆମେରିକା  ଏପରି ଶକ୍ତିରେ ଜବାବ ଦେବ ଯାହା ବିଶ୍ବ ପୂର୍ବରୁ କେବେ ଦେଖିନାହିଁ। ବିଶେଷଜ୍ଞମାନେ ଏହାକୁ ପରମାଣୁ ଅସ୍ତ୍ର ପ୍ରୟୋଗର ଏକ ପରୋକ୍ଷ ସଙ୍କେତ ବୋଲି ଗ୍ରହଣ କରିଛନ୍ତି।

ଦୁବାଇ, ଦୋହା, ମାନାମାରେ ଘନଘନ ବିସ୍ଫୋରଣ
ହର୍ମୁଜ୍‌ ପ୍ରଣାଳୀ ଅବରୋଧ, ବାଣିଜ୍ୟ ବାଧାପ୍ରାପ୍ତ

ଏବେ ଇରାନରେ ସର୍ବୋଚ୍ଚ ନେତାଙ୍କ ବିୟୋଗରେ ୪୦ଦିନିଆ ଶୋକ ପାଳନ ଆରମ୍ଭ ହୋଇଥିବା ବେଳେ ଦେଶରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସରକାରୀ ଗଣମାଧ୍ୟମ ଶୋକାଭିଭୂତ ଲୋକଙ୍କ ଚିତ୍ର ଦେଖାଉଥିବା ବେଳେ କେତେକ ସ୍ଥାନରେ ଲୋକମାନେ ଲୁଚିଛପି ଖୁସି ମନାଉଛନ୍ତି ଏବଂ ଏହାକୁ ଏକ ନୂତନ ଯୁଗର ଆରମ୍ଭ ବୋଲି କହୁଛନ୍ତି। ଇରାନ କର୍ତ୍ତୃପକ୍ଷ ଖୁସି ମନାଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁପାରିସ କରିଥିବାବେଳେ ଉଭୟ ଟ୍ରମ୍ପ ଓ ନେତାନ୍ୟାହୁ ଇରାନର ଜନସାଧାରଣଙ୍କୁ ଶାସନ ବ୍ୟବସ୍ଥା ଦଖଲ କରିନେବାକୁ ଆହ୍ବାନ ଦେଇଛନ୍ତି।

Trump's Tit For Tat Warning: ଟ୍ରମ୍ପ ଦେଲେ ଚେତାବନୀ; ଆମେରିକା ଏପରି ଆକ୍ରମଣ କରିବ ଯାହା କେହି କେବେ ଦେଖି ନାହାଁନ୍ତି

ଆୟାତୋଲ୍ଲା ଅରାଫି ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା

ତେହେରାନ: ଗଭୀର ସଙ୍କଟ ଦେଇ ଗତି କରୁଥିବା ଇରାନ ଶାସନକୁ ସ୍ଥିର କରିବା ପାଇଁ ଆଜି ଏକ ବଡ଼ ପଦକ୍ଷେପ ସ୍ୱରୂପ ବରିଷ୍ଠ ଧର୍ମଗୁରୁ ଆୟାତୋଲ୍ଲା ଅଲିରେଜା ଅରାଫିଙ୍କୁ ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ କରାଯାଇଛି। ଆମେରିକା ଓ ଇସ୍ରାଏଲର ମିଳିତ ଏୟାର୍‌ଷ୍ଟ୍ରାଇକରେ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଏହି ନିଯୁକ୍ତି ଘୋଷଣା କରାଯାଇଛି। ଇରାନର ଅତି ପ୍ରଭାବଶାଳୀ ‘ଗାର୍ଡିଆନ୍‌ କାଉନ୍‌ସିଲ୍‌’ର ସଦସ୍ୟ ତଥା ଦେଶର ଧାର୍ମିକ ଶିକ୍ଷାନୁଷ୍ଠାନଗୁଡ଼ିକର ମୁଖ୍ୟ ଆୟାତୋଲ୍ଲା ଅରାଫିଙ୍କୁ ଦେଶର ନୀତି ନିର୍ଦ୍ଧାରକ ଓ ସାମ୍ବିଧାନିକ ମୁଖ୍ୟମାନଙ୍କ ଦ୍ୱାରା ଏହି ଅସ୍ଥିର ସମୟରେ ଦେଶର ନେତୃତ୍ୱ ନେବା ପାଇଁ ଚୟନ କରାଯାଇଛି। 

ଇସ୍ରାଏଲ ପ୍ରତି ସର୍ବାଧିକ ବିପଦ, ପ୍ରମୁଖ ପ୍ରତିଷ୍ଠାନକୁ ଟାର୍ଗେଟ୍‌
ଟ୍ରମ୍ପଙ୍କ ଚରମବାଣୀ: ଅଭୂତପୂର୍ବ ଶକ୍ତି ପ୍ରୟୋଗ କରିବୁ

ଅରାଫି ଜଣେ ଅତ୍ୟନ୍ତ ରକ୍ଷଣଶୀଳ ଏବଂ ୧୯୭୯ ବିପ୍ଳବର ନୀତି ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ଅନୁଗତ ନେତା ଭାବେ ଜଣାଶୁଣା। ଅନ୍ତରୀଣ ସର୍ବୋଚ୍ଚ ନେତା ଭାବେ ନିଜର ପ୍ରଥମ ସମ୍ବୋଧନରେ ସେ ଆମେରିକା ଓ ଇସ୍ରାଏଲ ବିରୋଧରେ ଦେଶର ସବୁଠାରୁ ବିନାଶକାରୀ ଆକ୍ରମଣାତ୍ମକ ଅଭିଯାନକୁ ଅନୁମୋଦନ କରିଛନ୍ତି। ଅରାଫିଙ୍କ ନିଯୁକ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପଦକ୍ଷେପ ଭାବେ ଦେଖାଯାଉଛି। ଇସଲାମିକ୍‌ ରିଭୋଲ୍ୟୁସନାରି ଗାର୍ଡ କର୍ପସ (ଆଇଆର୍‌ଜିସି) ଏବେ ସିଧାସଳଖ ଧର୍ମଗୁରୁଙ୍କ ନିୟନ୍ତ୍ରଣରେ ରହି ବିଶ୍ୱର ବିଭିନ୍ନ ସ୍ଥାନରେ ପାଲଟା ଆକ୍ରମଣ ଜାରି ରଖିବ। ତେହେରାନରୁ ମିଳିଥିବା ସୂଚନା ଅନୁଯାୟୀ, ଅରାଫି ପୂର୍ବରୁ ହିଁ ଆଇଆର୍‌ଜିସିର ଶୀର୍ଷ କମାଣ୍ଡରମାନଙ୍କୁ ଭେଟି ହର୍ମୁଜ୍‌ ପ୍ରଣାଳୀ ବନ୍ଦ କରିବା ଏବଂ ମିସାଇଲ ମାଡ଼ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେ କୌଣସି ପ୍ରକାର ବିଦ୍ରୋହକୁ ବରଦାସ୍ତ ନକରିବା ପାଇଁ ଶୂନ୍ୟ-ସହନଶୀଳ ନୀତି ଆପଣାଇଛନ୍ତି। ଖେମିନିଙ୍କ ମୃତ୍ୟୁରେ ଖୁସି ମନାଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁରକ୍ଷା ବାହିନୀକୁ ଅରାଫି ଆଦେଶ ଦେଇଛନ୍ତି। ଇରାନର ସମ୍ବିଧାନ ଅନୁଯାୟୀ, ଜଣେ ସ୍ଥାୟୀ ସର୍ବୋଚ୍ଚ ନେତା ଚୟନ ନ ହେବା ପର୍ଯ୍ୟନ୍ତ ଅନ୍ତରୀଣ ନେତା ଦେଶର କାର୍ଯ୍ୟଭାର ପରିଚାଳନା କରନ୍ତି। ତଥାପି ଦେଶରେ ଚାଲିଥିବା ୪୦ଦିନିଆ ଶୋକ ସମୟ ଓ ସକ୍ରିୟ ଯୁଦ୍ଧ ପରିସ୍ଥିତିରେ ଅରାଫିଙ୍କ  ଅନ୍ତରୀଣ ପଦବି ଏବେ ସର୍ବୋଚ୍ଚ କ୍ଷମତାର ସମ୍ପୂର୍ଣ୍ଣ ଅଧିକାର ବହନ କରୁଛି। ୱାସିଂଟନ ଓ ତେଲ୍ ଅଭିଭ୍ ମଧ୍ୟ ଅରାଫିଙ୍କୁ ତୁରନ୍ତ ଟାର୍ଗେଟ୍‌ କରିବାର ସମ୍ଭାବନା ଥିବାରୁ ତାଙ୍କୁ ଅତି କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଅରାଫିଙ୍କୁ ଅନ୍ତରୀଣ ସର୍ବୋଚ୍ଚ ନେତା ଭାବେ ନିଯୁକ୍ତି ଦେବା ସୂଚାଉଛି ଯେ ଇରାନ ଏବେ ଆଦୌ ପଛଘୁଞ୍ଚା ଦେବା ସ୍ଥିତିରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe