ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ କାର୍ ସେଲ୍ଫିର ପୋଷ୍ଟର ନେଇ ଆମେରିକା କଂଗ୍ରେସରେ ସରଗରମ ଚର୍ଚ୍ଚା ହୋଇଛି। ନେଇ ଜଣେ ସାଂସଦ ଏହି ପୋଷ୍ଟର ପ୍ରଦର୍ଶନ କରି ଚେତାବନୀ ଦେଇଛନ୍ତି ଯେ, ୱାସିଂଟନ ଭାରତକୁ ମସ୍କୋର ନିକଟତର କରୁଛି। ନୂଆଦିଲ୍ଲୀ ନୁହେଁ, ଆମେରିକା ହିଁ ଭାରତ ସହ ସହଭାଗିତାକୁ ଦୁର୍ବଳ କରୁଛି।
Himalaya: ହିମାଳୟ ଅଞ୍ଚଳର ଭୂମିକମ୍ପ ପାଇଁ ଭାରତ ପ୍ରସ୍ତୁତ କି?
ଆମେରିକା କଂଗ୍ରେସର ମହିଳା ସାଂସଦ ସିଡନୀ କମଲାଗର-ଡୋଭ୍ କହିଛନ୍ତି ଯେ, ଭାରତ ପ୍ରତି ଟ୍ରମ୍ପ ଯେଉଁ ନୀତି ଆପଣାଇଛନ୍ତି, ତାହା ଆମର ନାକ କାଟିଦେବା ପରି, ଯାହାଫଳରେ ଲୋକେ ଆମକୁ ଘୃଣା କରିବା ସହ ଆମ ମୁହଁକୁ ଛେପ ପକାଇବେ। ଆମର ଚାପ କୌଶଳ ରଣନୈତିକ ବିଶ୍ବାସକୁ ନଷ୍ଟ କରିବା ସହ ଦୁଇ ଦେଶ ଭିତରେ ପାରମ୍ପରିକ ବୁଝାମଣାକୁ ସ୍ଥାୟୀ କ୍ଷତି ପହଞ୍ଚାଇଛି। ପୋଷ୍ଟର (ମୋଦୀ-ପୁଟିନ କାର୍ ସେଲ୍ଫି) ଆଡକୁ ଇଙ୍ଗିତ କରି କମଲାଗର-ଡୋଭ୍ ଆହୁରି କହିଛନ୍ତି, ଏହି ପୋଷ୍ଟରଟି ହଜାର ଶବ୍ଦ ସହ ସମାନ। ଆମେରିକାର ରଣନୀତିକ ସହଯୋଗୀମାନଙ୍କୁ ଆମ ଶତ୍ରୁଙ୍କ ନିକଟତର କରି ଆପଣ ନୋବେଲ ଶାନ୍ତି ପୁରସ୍କାର ପାଇପାରିବେ ନାହିଁ। ସେ କହିଛନ୍ତି ଯେ ଏହି ମୁହୂର୍ତ୍ତ ୱାସିଂଟନ ପାଇଁ ଏକ ସତର୍କଘଣ୍ଟି। ଆମେରିକା-ଭାରତ ସହଭାଗିତାରେ ଏହି ପ୍ରଶାସନ କରିଥିବା କ୍ଷତିକୁ ହ୍ରାସ କରିବା ପାଇଁ ତତ୍ପରତା ସହିତ ପଦକ୍ଷେପ ନେବାକୁ ସେ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/12/untitled-13-2025-12-12-08-01-28.jpg)