Modi roars at Singur rally: ସିଙ୍ଗୁର ରାଲିରେ ଗର୍ଜିଲେ ମୋଦୀ: ‘ମହାଜଙ୍ଗଲରାଜ’ର ଶେଷ ସମୟ ଆସିଛି

Advertisment

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର  ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରକୁ କଡ଼ା  ସମାଲୋଚନା କରିଛନ୍ତି।

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର  ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରକୁ କଡ଼ା  ସମାଲୋଚନା କରିଛନ୍ତି।

modissss

ସିଙ୍ଗୁର: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର  ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରକୁ କଡ଼ା  ସମାଲୋଚନା କରିଛନ୍ତି। ଐତିହାସିକ ସିଙ୍ଗୁର ମାଟିରୁ ପ୍ରଧାନମନ୍ତ୍ରୀ ରାଜ୍ୟର ବର୍ତ୍ତମାନର ଶାସନକୁ ‘ମହା ଜଙ୍ଗଲରାଜ’ ବୋଲି ଅଭିହିତ କରିଛନ୍ତି। ସିଙ୍ଗୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୫ ବର୍ଷ ଧରି ପଶ୍ଚିମବଙ୍ଗର ଜନସାଧାରଣ କୁଶାସନର ଚରମ ସୀମା ଦେଖିଛନ୍ତି। ସନ୍ଦେଶଖାଲିର ଅତ୍ୟାଚାର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନରେ ଝିଅମାନଙ୍କ ଅସୁରକ୍ଷିତ ସ୍ଥିତି ଲୋକଙ୍କୁ ବିଚଳିତ କରିଛି। ଏହା ଶାସନ ନୁହେଁ, ଏଠାରେ ‘ମହା ଜଙ୍ଗଲରାଜ୍’ ଚାଲିଛି ଏବଂ ଏହାକୁ ଶେଷ କରିବା ସମୟ ଆସିଯାଇଛି।

Horoscope 2026 January 19: ଜାଣନ୍ତୁ ଆଜିର ରାଶିଫଳ

ପଶ୍ଚିମବଙ୍ଗରେ ୮୩୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ
ସନ୍ଦେଶଖାଲି ଓ ଆଇନଶୃଙ୍ଖଳାକୁ ନେଇ ଟିଏମ୍‌ସିକୁ ତୀବ୍ର ସମାଲୋଚନା

ରାଜ୍ୟରେ ‘ସିଣ୍ଡିକେଟ୍ ସଂସ୍କୃତି’ ଏବଂ ‘ଦାଦାବଟି ଶାସନ’ ଚାଲିଛି ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ଟିଏମ୍‌ସି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ପାଇଁ ୮୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। କୋଲକାତାରୁ ନୂଆଦିଲ୍ଲୀ, ବାରାଣସୀ ଏବଂ ଚେନ୍ନାଇକୁ ସଂଯୋଗ କରୁଥିବା ତିନୋଟି ନୂତନ ‘ଅମୃତ ଭାରତ ଏକ୍ସପ୍ରେସ’ ଟ୍ରେନର ଶୁଭାରମ୍ଭ ମଧ୍ୟ କରିଛନ୍ତି।  ସିଙ୍ଗୁର  ଇତିହାସକୁ ମନେ ପକାଇ ମୋଦୀ କହିଛନ୍ତି, ଯେଉଁ ସିଙ୍ଗୁର ଦିନେ ଶିଳ୍ପାୟନର କେନ୍ଦ୍ର ହେବାର ସ୍ୱପ୍ନ ଦେଖିଥିଲା, ଆଜି ତାହା ରାଜନୈତିକ ସ୍ୱାର୍ଥ ଯୋଗୁଁ ପଛୁଆ ହୋଇ ରହିଛି। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ, ତେବେ ‘ଡବଲ ଇଞ୍ଜିନ’ ସରକାର ରାଜ୍ୟରେ ବୃହତ୍‌ ଶିଳ୍ପ ପ୍ରତିଷ୍ଠା କରିବେ ଏବଂ ଯୁବକମାନଙ୍କୁ ରୋଜଗାର ପ୍ରଦାନ କରିବେ। ୨୦୨୬ ନିର୍ବାଚନରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ପଲ୍‌ଟାନୋ ଦରକାର’ (ପରିବର୍ତ୍ତନ ଦରକାର)। ତୃଣମୂଳ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ‘ନିର୍ବାଚନୀ ପର୍ଯ୍ୟଟନ’ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ସିଙ୍ଗୁରରୁ ମୋଦୀଙ୍କ ଏହି ସମ୍ବୋଧନ ରାଜ୍ୟ ରାଜନୀତିକୁ ସରଗରମ କରିଛି।

🔴 LIVE | News Updates 18th Jan 2026: ଦିନିକିଆ ଶୃଙ୍ଖଳା ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ, ଚିଲିକାରେ ଅଛନ୍ତି ୨୯୬ପ୍ରଜାତିର ପକ୍ଷୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe