ନୂଆବର୍ଷ ପାଇଁ ଯୁବପିଢ଼ି ମତୁଆଲ; ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ

ଜିରୋ ନାଇଟ୍‌ ସେଲିବ୍ରେସନ୍‌ ସହିତ ବର୍ଷ-୨୦୨୫ ଆରମ୍ଭ ହୋଇଯାଇଛି। ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିୟ ନାଗରିକମାନେ ଦେଖିଛନ୍ତି। ଭାରତୀୟ ସମୟ ଠିକ୍‌ ରାତି ୧୨ଟାରେ ଜିରୋ ନାଇଟ୍‌ ସହିତ ନୂଆବର୍ଷର ଯାତ୍ରା ଆରମ୍ଭ ହୋଇଛି।

ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ-୨୦୨୪ ବିଦାୟ ନେଇଛି। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ସହିତ ବର୍ଷ-୨୦୨୫ ଆରମ୍ଭ ହୋଇଯାଇଛି। ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟକୁ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆର ନାଗରିକମାନେ ଦେଖିଛନ୍ତି। ଭାରତୀୟ ସମୟ ଠିକ୍‌ ରାତି ୧୨ଟାରେ ଜିରୋ ନାଇଟ୍‌ ସହିତ ନୂଆବର୍ଷର ଯାତ୍ରା ଆରମ୍ଭ ହୋଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁର ଭଳି ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ପୁରୀ ଓ ବ୍ରହ୍ମପୁରରେ ମଧ୍ୟ ନୂଆବର୍ଷ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ନୂଆବର୍ଷ ପାଇଁ ଆୟୋଜିତ କାର୍ଯ୍ୟକ୍ରମର ଲେଜର ଲାଇଟ୍‌ ଓ ମ୍ୟୁଜିକ୍‌ର ତାଳେତାଳେ ଯୁବକ-ଯୁବତୀମାନେ ମତୁଆଳ ହୋଇଛନ୍ତି। 

ଏହି ଖବର ପଢ଼ନ୍ତୁ: ‘ନୂଆବର୍ଷରେ ଆତ୍ମଚିନ୍ତନ, ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଦରକାର’

ଭାରତୀୟ ସହରଗୁଡ଼ିକରେ ନୂଆବର୍ଷ ପାଇଁ ଯୁବପିଢ଼ିମାନେ ଉତ୍ସାହିତ ଦେଖାଯାଇଛି। ଏକ ନୂତନ ଚିନ୍ତାଧାରା ନେଇ ଭାରତୀୟମାନେ ନୂଆବର୍ଷ ପାଳନ କରୁଛନ୍ତି। ବଡ଼ବଡ଼ ହୋଟେଲରେ ସେଲିବ୍ରେଟି ନାଇଟ୍‌ ରଖାଯାଇଛି। ଏଥିରେ ମ୍ୟୁଜିକ୍‌, ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ଏତଦ୍‌ ବ୍ୟତୀତ ଅନ୍ୟ ସଂସ୍ଥାଗୁଡ଼ିକର ମାଧ୍ୟମରେ ମଧ୍ୟ କାର୍ଯ୍ୟକ୍ରମଗୁଡ଼ିକ ରଖାଯାଇଛି। ନୂଆବର୍ଷ ପାଇଁ ଯୁବପିଢ଼ି ବାଣ ଫୁଟାଇଛନ୍ତି  କେକ୍‌ କାଟିଛନ୍ତି। ଦେଶର ପ୍ରମୁଖ ଧାର୍ମିକସ୍ଥଳୀଗୁଡ଼ିକରେ ମଧ୍ୟ ସ୍ଥାନୀୟ ପ୍ରଶାସନ ତରଫରୁ ସୁବ୍ୟବସ୍ଥା କରାଯାଇଛି। 

ଏହି ଖବର ପଢ଼ନ୍ତୁ: ପ୍ରବଳ ଶୀତ ସହିତ ଆରମ୍ଭ ହେବ ନୂଆବର୍ଷ: ପାଣିପାଗ ବିଭାଗ 

publive-image

ନୂଆବର୍ଷ-୨୦୨୫ ପାଇଁ ଗାଁଠୁ ସହର ଯାଏଁ ଉତ୍ସବମୁଖର ଦେଖାଯାଇଛି। ଯୁବପିଢ଼ି ବାଣ ଫୁଟାଇବା, କେକ୍‌ କାଟିବା, ସଂଗୀତର ତାଳେତାଳେ ନୃତ୍ୟ କରୁଛନ୍ତି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ଓଡ଼ିଶାର ବଡ଼ବଡ଼ ସହରରେ ଭବ୍ୟ ଶୈଳୀରେ ନୂଆବର୍ଷ ପାଳିତ ହୋଇଛି।

ଓଡ଼ିଶାରେ ନୂଆବର୍ଷକୁ ଅତି ଗୁରୁତ୍ବର ସହିତ ପାଳନ କରାଯାଉଛି। ମନ୍ଦିର, ପାର୍କ, ପର୍ଯ୍ୟଟନସ୍ଥଳୀରେ ନୂଆବର୍ଷରେ ଭିଡ଼ଲାଗିବା ଆରମ୍ଭ ହୋଇଯାଇଛି। ରାତିପାହିଲା ବେଳକୁ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଜନସମୁଦ୍ର ପାଲଟିବ। ବିଶ୍ବପ୍ରସିଦ୍ଧ ପୁରୀ ମନ୍ଦିରରେ ଏହି ଦୃଶ୍ୟ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ସକାଳ ଠାରୁ ପୁରୀ ମନ୍ଦିରରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି। ନୂଆବର୍ଷ ଅବସରରେ ବଡ଼ଦାଣ୍ଡ, ଶ୍ରୀମନ୍ଦିର ପରିସର ଓ ସମୁଦ୍ରକୂଳ ଜନସମୁଦ୍ର ପାଲଟିଛି। ଜୟ ଜଗନ୍ନାଥ ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ବର୍ଷ ଆରମ୍ଭରୁ ଜଗନ୍ନାଥଙ୍କ ଶରଣ ନେଉଥିବା ଭକ୍ତ ନିଜକୁ ଧନ୍ୟ ମନେ କରୁଛନ୍ତି। 

ଏହି ଖବର ପଢ଼ନ୍ତୁ: ନ୍ୟୁଜିଲାଣ୍ଡରେ ନୂଆବର୍ଷର ଆଗମନ 

ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା ଉ‌ପରେ ମଧ୍ୟ କଡ଼ାନଜର ରଖାଯାଇଛି। ଦିଲ୍ଲୀ ଓ ମୁମ୍ବାଇ ଭଳି ଓଡ଼ିଶା ପୁଲିସ ମଧ୍ୟ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ଉପରେ ନଜର ରଖିଛି। ‌ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଭିଡ଼କୁ ଦୃଷ୍ଟିରେ ରଖି ୯୦ ପୁଲିସ ଅଧିକାରୀ ଓ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ଓଏସ୍‌ଏପି, ଆଇଆର୍‌ବିଙ୍କ ସମେତ ପ୍ରତିହାରୀ ସେବାୟତଙ୍କୁ ବି ନିୟୋଜିତ କରାଯାଇଛି।  

ଏହି ଖବର ପଢ଼ନ୍ତୁ: ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe