ସର୍ଚ୍ଚ ଅପରେସନ୍‌ ଜାରି: ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର

Advertisment

ସୁକମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଟାର୍ଗେଟରେ ଯବାନ। ପ୍ରେସର ବୋମା ବିସ୍ଫୋରଣରେ ଜଣେ ଡିଆରଜି ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୁକମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଟାର୍ଗେଟରେ ଯବାନ। ପ୍ରେସର ବୋମା ବିସ୍ଫୋରଣରେ ଜଣେ ଡିଆରଜି ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

beacdba7-d40a-4de4-bc5d-10d691ece3e9

ମାଲକାନଗିରି: ସୀମାନ୍ତ ଛତିଶଗଡରେ ମାଓବାଦୀମାନେ ପଇଁତରା ମାରୁଛନ୍ତି। ସୁରକ୍ଷାବାହିନୀ, ଗ୍ରାମବାସୀ ଓ ମାଓ ଇନ୍‌ଫରମରଙ୍କ ଉପରେ କ୍ଷତି ପହଞ୍ଚାଇବା ପାଇଁ ସବୁବେଳେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାରି ମଧ୍ୟରେ ସୁକମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଟାର୍ଗେଟରେ ଯବାନ। ପ୍ରେସର ବୋମା ବିସ୍ଫୋରଣରେ ଜଣେ ଡିଆରଜି ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯବାନ ଜଣକ ହେଲେ ପଡିଆମି ବିନୋଦ।

ଏହି ଖବର ପଢ଼ନ୍ତୁ: ଓଡ଼ିଶାରୁ ଖସିଗଲେ, ଛତିଶଗଡ଼ରେ ମଲେ

ଘଟଣା ଅନୁଯାୟୀ ଜିଲ୍ଲାର ଚିନ୍ତରନାର ଥାନା ଅଂଚଳର ରାୟଗୁଡା ଅଂଚଳରେ ଡିଆରଜି ଯବାନ କୁମ୍ବିଂ ପାଇଁ ଯାଇଥିଲେ। ଆଜି ଦିନ ୧୧ଟା ସମୟରେ ଜଂଗଲରେ ମାଓବାଦୀ ଦ୍ବାରା ଖଞ୍ଜା ଯାଇଥିବା ପ୍ରେସର ବୋମାର ଶିକାର ହୋଇଥିଲେ ଯବାନ। ଯବାନଙ୍କ ପାଦ ବୋମା ଉପରେ ପଡିଯିବାରୁ ବୋମାଟି ବିସ୍ଫୋରଣ ହୋଇଥିଲା। ଫଳରେ ଯବାନଙ୍କର ଗୋଟିଏ ଗୋଡର ପାଦ ଉଡିଯାଇଥିଲା। ଯବାନ ଗୁରୁତର ହେବାରୁ ତାଂକୁ ତୁରନ୍ତ ସୁକମା ମେଡିକାଲରେ ଭର୍ତ୍ତି କରାଯିବା ସହ ପରେ ରାୟପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଏହି ଖବର ପଢ଼ନ୍ତୁ: ମହଙ୍ଗା ଖେଳାଳି ହେଲେ ଋଷଭ ପନ୍ତ

ଜଂଗଲ ଭିତରେ ନକ୍ସଲ ପାଦ ପାଦକେ ବୋମା ଖଞ୍ଜିଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ବୋମା ଖଞ୍ଜାଯାଇଛି। ତେବେ ବହୁ ସମୟରେ କିନ୍ତୁ ସାଧାରଣ ଜନତା ଏହାର ଶିକାର ହେଉଛନ୍ତି। ଏହି ଜଂଗଲରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି।

ଏହି ଖବର ପଢ଼ନ୍ତୁ: ମହିଳାଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାର ଏମ୍‌ଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡ଼ା ନିକଟସ୍ଥ ସାବେରୀ ନଦୀ କୂଳରେ ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ନକ୍ସଲମାନେ ଯବାନଙ୍କ ଗୁଳିର ସାମନା କରି ନପାରି ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ରାସ୍ତା ଦେଇ ପୁଣି ଛତିଶଗଡ଼ରେ ଆତ୍ମଗୋପନ କରିଥିଲେ। ଏହି ଖବର ପାଇବା ପରେ ଛତିଶଗଡ଼ ପୁଲିସ ଆଲର୍ଟ ହୋଇଯାଇଥିଲା। ସେଠାରେ ମଧ୍ୟ ତାଙ୍କୁ ମୃତ୍ୟୁ ଅପେକ୍ଷା କରିଥିବା ସେମାନେ ଜାଣିପାରି ନଥିଲେ। ଛତିଶଗଡ଼ ପୁଲିସ ଗୁଳିରେ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରିଛି। 

ଏହି ଖବର ପଢ଼ନ୍ତୁ: ୩ କିମି ଦୂରରେ ରହିଛି ସ୍କୁଲ, ଅଙ୍ଗନବାଡ଼ି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe