Padma Shri award: ଧର୍ମେନ୍ଦ୍ର, ରୋହିତ, ଶିବୁଙ୍କୁ ପଦ୍ମ: ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ

Advertisment

୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏଥିରେ ୫ଟି ପଦ୍ମ ବିଭୂଷଣ, ୧୩ ପଦ୍ମ ଭୂଷଣ ଏବଂ ୧୧୩ ପଦ୍ମଶ୍ରୀ ପୁରସ୍କାର ଅନ୍ତର୍ଭୁକ୍ତ। ଏହି ସମ୍ମାନ କଳା, ସେବା, ସାମାଜିକ କାର୍ଯ୍ୟ ଓ ଜନବ୍ୟାପାର ଭଳି....

୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏଥିରେ ୫ଟି ପଦ୍ମ ବିଭୂଷଣ, ୧୩ ପଦ୍ମ ଭୂଷଣ ଏବଂ ୧୧୩ ପଦ୍ମଶ୍ରୀ ପୁରସ୍କାର ଅନ୍ତର୍ଭୁକ୍ତ। ଏହି ସମ୍ମାନ କଳା, ସେବା, ସାମାଜିକ କାର୍ଯ୍ୟ ଓ ଜନବ୍ୟାପାର ଭଳି....

shsfhfhhfhf

ନୂଆଦିଲ୍ଲୀ: ୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏଥିରେ ୫ଟି ପଦ୍ମ ବିଭୂଷଣ, ୧୩ ପଦ୍ମ ଭୂଷଣ ଏବଂ ୧୧୩ ପଦ୍ମଶ୍ରୀ ପୁରସ୍କାର ଅନ୍ତର୍ଭୁକ୍ତ। ଏହି ସମ୍ମାନ କଳା, ସେବା, ସାମାଜିକ କାର୍ଯ୍ୟ ଓ ଜନବ୍ୟାପାର ଭଳି ବିଭିନ୍ନ କ୍ଷେତ୍ରରେ ଅସାଧାରଣ ସେବାକୁ ସ୍ୱୀକୃତି ଦେଇଥାଏ। ୨୦୨୬ ତାଲିକାରେ ୧୯ ଜଣ ମହିଳା, ୧୬ ଜଣ ମରଣୋତ୍ତର ପୁରସ୍କାର ବିଜେତା ଏବଂ ବିଦେଶୀ/ଏନ୍‌ଆରଆଇ/ପିଆଇଓ/ଓସିଆଇ ବର୍ଗର ଛଅ ଜଣ ବ୍ୟକ୍ତି ସାମିଲ ଅଛନ୍ତି। ଏଥର କ୍ରିକେଟର୍‌ ରୋହିତ ଶର୍ମା, ଜେଏନ୍‌ୟୁର ପୂର୍ବତନ କୁଳପତି ଜଗଦୀଶ କୁମାରଙ୍କ ସମେତ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ୨୦୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷିତ ଏହି ପୁରସ୍କାର ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ମାର୍ଚ୍ଚ କିମ୍ବା ଏପ୍ରିଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦାନ କରାଯିବ।

୫ ପଦ୍ମବିଭୂଷଣ, ୧୩ ପଦ୍ମଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର

ପଦ୍ମବିଭୂଷଣ ସମ୍ମାନ ବିଜେତା
ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲ (ମରଣୋତ୍ତର)
କେଟି ଥୋମାସ୍ (ଜନବ୍ୟାପାର, କେରଳ)  
ଏନ ରାଜମ୍‌ (କଳା, ଉତ୍ତରପ୍ରଦେଶ)
ପି ନାରାୟଣନ୍‌ (ସାହିତ୍ୟ-ଶିକ୍ଷା, କେରଳ)
ଭିଏସ୍ ଅଚ୍ୟୁତାନନ୍ଦନ୍ (ମରଣୋତ୍ତର- ଜନବ୍ୟାପାର, କେରଳ)

ପଦ୍ମଭୂଷଣ ସମ୍ମାନ ବିଜେତା
ଅଲକା ୟାଗ୍‌ନିକ (କଳା, ମହାରାଷ୍ଟ୍ର)
ଭଗତ ସିଂହ କୋଶିୟାରୀ (ଜନବ୍ୟାପାର, ଉତ୍ତରାଖଣ୍ଡ)
କାଲ୍ଲିପଟ୍ଟି ରାମାସ୍ୱାମୀ ପଲାନିସ୍ୱାମୀ (ମେଡିସିନ୍, ତାମିଲନାଡୁ)
ମାମୁଟି (କଳା, କେରଳ)
ନୋରୀ ଦତ୍ତାତ୍ରେୟୁଡୁ (ମେଡିସିନ୍,  ଆମେରିକା)
ପୀୟୂଷ ପାଣ୍ଡେ (ମରଣୋତ୍ତର) (କଳା, ମହାରାଷ୍ଟ୍ର)
ଏସ୍‌କେ ଏମ୍ ମୈଲାନନ୍ଦନ (ସାମାଜିକ କାର୍ଯ୍ୟ, ତାମିଲନାଡୁ)
ଏସ୍‌. ଆର୍‌ ଗଣେଶ (କଳା, କର୍ଣ୍ଣାଟକ)
ଶିବୁ ସୋରେନ୍ (ମରଣୋତ୍ତର) (ଜନବ୍ୟାପାର, ଝାଡ଼ଖଣ୍ଡ)
ଉଦୟ କୋଟାକ୍ (ବାଣିଜ୍ୟ ଏବଂ ଶିଳ୍ପ, ମହାରାଷ୍ଟ୍ର)
ଭି.କେ ମଲହୋତ୍ରା (ମରଣୋତ୍ତର) (ଜନବ୍ୟାପାର, ଦିଲ୍ଲୀ)
ଭେଲାପଲ୍ଲୀ ନାଟେସନ୍‌ (ଜନବ୍ୟାପାର, କେରଳ)
ବିଜୟ ଅମୃତରାଜ (କ୍ରୀଡ଼ା, ଆମେରିକା)

୪ ଓଡ଼ିଆଙ୍କୁ ପଦ୍ମଶ୍ରୀ

sfhhfhffh

ଭୁବନେଶ୍ବର: ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ସମ୍ମାନ ଘୋଷଣା କରାଯାଇଛି। ଓଡ଼ିଶାରୁ ଚାରି ଜଣ ବରେଣ୍ୟ ବକ୍ତିତ୍ବ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ସେମାନେ ‌ହେଲେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର ଓ ଶରତ କୁମାର ପାତ୍ର। ସାହିତ୍ୟ, ଶିକ୍ଷା ଓ କଳା କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ। ଗତ ତିନି ବର୍ଷ ପରି ଏଥର ବି ଓଡ଼ିଶାରୁ ଚାରି ଜଣଙ୍କୁ ପଦ୍ମଶ୍ରୀ ପାଇଁ କେନ୍ଦ୍ର ସରକାର ମନୋନୀତ କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲାନିବାସୀ ଚରଣ ହେମ୍ବ୍ରମ ଦୀର୍ଘ ବର୍ଷ ଧରି ସାନ୍ତାଳୀ ଭାଷା ଓ ଆଦିବାସୀ ସାହିତ୍ୟର ପ୍ରଚାର, ପ୍ରସାର ଦିଗରେ କାର୍ଯ୍ୟ କରୁଛନ୍ତି। ବିଶେଷ କରି ତୃଣମୂଳ ସ୍ତରରେ ଭାଷା, ଗୀତ ଓ ନୃତ୍ୟ ଆଦିର ସୁରକ୍ଷା ଦିଗରେ ସେ ଅନବରତ ଉଦ୍ୟମ ଜାରି ରଖିଛନ୍ତି। ସାନ୍ତାଳୀ ଓ ଓଡ଼ିଆ ଭାଷାରେ ସେ ପୁସ୍ତକ ରଚନା କରିଛନ୍ତି। ରାମାୟଣ ଓ ମହାଭାରତର କିଛି ଅଂଶକୁ ସାନ୍ତାଳୀ ଭାଷାରେ ଅନୁବାଦ କରି ଆଦିବାସୀ ଯୁବପିଢ଼ି ମଧ୍ୟରେ ତାହାକୁ ପରିଚିତ କରାଇବା ସହ ସାଂସ୍କୃତିକ ବ୍ୟବଧାନ ଦୂର କରିପାରିଛନ୍ତି। ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ନୂଆପଡ଼ା ଜିଲ୍ଲାନିବାସୀ ମହେନ୍ଦ୍ର କୁମାର ମିଶ୍ର ଆଦିବାସୀ ଶିକ୍ଷା ଓ ଲୋକସାହିତ୍ୟର ସଂରକ୍ଷଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ସ୍ବରକୁ ଲିବିବଦ୍ଧ ଓ ସଂରକ୍ଷିତ ରଖିବାରେ ତାଙ୍କର ବିଶେଷ ଅବଦାନ ରହିଛି। ତାଙ୍କର ଲେଖାଗୁଡ଼ିକ ପିଢ଼ି ପରେ ପିଢ଼ିକୁ ଚାଲିଆସୁଥିବା ମୌଖିକ ପରମ୍ପରାକୁ ସଂରକ୍ଷିତ ରଖିବାରେ ସହାୟକ ହୋଇଛି। ଆଦିବାସୀ ଲୋକସାହିତ୍ୟ ଉପରେ ତାଙ୍କର ୨୫ରୁ ଅଧିକ ପୁସ୍ତକ ପ୍ରକାଶ ପାଇଛି।  ଗଞ୍ଜାମ ଜିଲ୍ଲାନିବାସୀ ନାଟ୍ୟଗୁରୁ ତଥା ଅଭିନେତା ସୀମାଞ୍ଚଳ ପାତ୍ର ପ୍ରହ୍ଲାଦ ନାଟକ କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇବେ। ଦୀର୍ଘବର୍ଷ ଧରି ସେ ‘ପ୍ରହଲ୍ଲାଦ’ ନାଟକରେ ଅଭିନୟ ସହ ନିର୍ଦ୍ଦେଶନା ଦେଇଆସୁଛନ୍ତି। ଶ୍ରୀ ପାତ୍ରଙ୍କ ଶି‌ଷ୍ୟମାନେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଏହି ଲୋକକଳାର ପ୍ରଚାରପ୍ରସାର କରିଆସୁଛନ୍ତି। ବାନ୍ଧକଳା କ୍ଷେତ୍ରରେ ଶରତ କୁମାର ପାତ୍ର ଜଣେ ପରିଚିତ ନାମ। କଟକ ଜିଲ୍ଲାର ନୂଆପାଟଣା ଗ୍ରାମର ଶ୍ରୀ ପାତ୍ର ଓଡ଼ିଶାର ହସ୍ତତନ୍ତକୁ ଆଗକୁ ନେବା ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ ଜାରି ରଖିଛନ୍ତି। ଶ୍ରୀ ପାତ୍ରଙ୍କ ପରିବାର ପକ୍ଷରୁ ପୁରୁଷାନୁକ୍ରମେ ପୁରୀ ଶ୍ରୀମନ୍ଦିରକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଅଙ୍ଗବସ୍ତ୍ର ସହ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଯୋଗାଇ ଆସୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe