ଓଡ଼ିଶାକୁ ମୁଁ ପୂର୍ବ ଭାରତରେ ବିକାଶର ଇଞ୍ଜିନ ଭାବେ ଦେଖୁଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ, ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କୁ ପ୍ରମାଣ ଜଣାଉଛି। ଓଡ଼ିଶା ନିଜର ସାଂସ୍କୃତିକ ବିବିଧତା ଦ୍ବାରା ଭାରତକୁ ଜୀବନ୍ତ ରଖିବାରେ ବହୁତ ବଡ଼ ଭୂମିକା ପ୍ରତିପାଳନ କରିଛି।

ଅଦ୍ୟତନ ହୋଇଛି
modi

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡ଼ିଆ ସଂସ୍କୃତିର ମହାକୁମ୍ଭ ଓଡ଼ିଶା ପର୍ବ-୨୦୨୫ରେ ଆପଣମାନଙ୍କୁ ଭେଟି ମୁଁ ଆନନ୍ଦିତ। ଏଥର ସ୍ବଭାବ କବି ଗଂଗାଧର ମେହରଙ୍କ ଶତବାର୍ଷିକୀ ଉତ୍ସବ ଅବସରରେ ଶୁଭେଚ୍ଛା ଜଣାଉଛି। ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ, ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କୁ ପ୍ରମାଣ ଜଣାଉଛି। ଓଡ଼ିଶା ନିଜର ସାଂସ୍କୃତିକ ବିବିଧତା ଦ୍ବାରା ଭାରତକୁ ଜୀବନ୍ତ ରଖିବାରେ ବହୁତ ବଡ଼ ଭୂମିକା ପ୍ରତିପାଳନ କରିଛି। ଓଡ଼ିଶା ସବୁବେକଳେ ସନ୍ଥ ଓ ବିଦ୍ବାନଙ୍କ ଧରିତ୍ରୀ ରହିଛି। ଆମର ଧର୍ମଗ୍ରନ୍ଥକୁ ବିଦ୍ବାନମାନେ ଏଠାକୁ ପହଞ୍ଚାଇଛନ୍ତି।ଭାରତର ସାଂସ୍କୃତିକ ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିରୁ ଆମକୁ ବହୁତ ଶିକ୍ଷା ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।  

ଏହି ଖବର ପଢ଼ନ୍ତୁ: ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି

ଜବାହରଲାଲ ନେହରୁ ଷ୍ଟାଡିୟମରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସନ୍ଥ କବି ଭୀମ ଭୋଇ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜୀବନ ଉଦ୍ଧାର ହେଉ। ଓଡ଼ିଶାର ସଂସ୍କୃତି ଅନ୍ୟ ପାଇଁ ସମର୍ପିତ। ଓଡ଼ିଶା ପୂରା ମାନବ ସମାଜର ସେବା କରିଛି। ଓଡ଼ିଶାର ସନ୍ତାନ ସ୍ବାଧୀନତା ସଂଗ୍ରାମରେ ଲଢ଼େଇ କରି ଦିଶା ଦେଖାଇଛନ୍ତି। ପାଇକ ବିଦ୍ରୋହକୁ ଆମେ ଭୁଲିପାରିବା ନାହିଁ। ପାଇକ ବିଦ୍ରୋହ ଉପରେ ମୋ ସରକାରକୁ ଡାକ ଟିକେଟ୍ ଓ ମୁଦ୍ରା ଉନ୍ମୋଚନ କରିବାର ସୁଯୋଗ ମିଳିଛି। ଆମେ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ କରିବାରେ ସୁଯୋଗ ପାଇଛୁ। 

ଏହି ଖବର ପଢ଼ନ୍ତୁ: ମହଙ୍ଗା ଖେଳାଳି ହେଲେ ଋଷଭ ପନ୍ତ

ଓଡ଼ିଆ ସମାଜ ଦ୍ବାରା ପରିଚାଳିତ ତିନିଦିନିଆ ସମାରୋହର ଉଦ୍ଯାପନୀ ଦିବସରେ ରବିବାର ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇପାରିଛନ୍ତି। ତାଙ୍କର ପ୍ରେରଣାର ଭାରତରେ ହଜାର ହଜାର କୋଟି ଟଙ୍କାର ଆଦିବାସୀ କଲ୍ୟାଣ ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି। ଏଥିରୁ ଦେଶର କୋଟିକୋଟି ଆଦିବାସୀଙ୍କୁ ଲାଭ ମିଳୁଛି। ଓଡ଼ିଶା କେବେ ଆଗକୁ ବଢ଼ିବ? ଯେତବେଳ ଓଡ଼ିଶାର ମହିଳା ଆଗକୁ ବଢ଼ିବେ, ସେହି ସମୟରେ ଓଡ଼ିଶା ବିକଶିତ ହେବ।

ଓଡ଼ିଶାର ସାଧବପୁଅ ମାନେ ଜାଭା, ବାର୍ଲି, ସୁମତ୍ରାରେ ନୌବାଣିଜ୍ୟ କରୁଥିଲେ। ଯେଉଁ ସମୟରେ କୌଣସି ଟେକ୍ନୋଲୋଜି ନଥିଲା ସେହିସମୟରେ ସାଧବପୁଅ ମାନେ ସାମୁଦ୍ରିକ ବାଣିଜ୍ୟ ସଫଳତାର ସହିତ କରୁଥିଲେ।

-ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ ୧୦ ବର୍ଷ ହେଲା କାମ ଚାଲିଛି। ୨୦୨୪ରେ ଓଡ଼ିଶାବାସୀ ନୂଆ ଆଶା ଦେଇଛନ୍ତି। ୨୦୩୬ରେ ଓଡ଼ିଶା ଶତବାର୍ଷିକୀ ପାଳନ ହେବ। ଏହି ଅବସରରେ ଓଡ଼ିଶାର ବିକାଶ ଆମକୁ ଦେଖିବାର ଅଛି। ଏକଦା ଓଡ଼ିଶାକୁ ପଛୁଆ କୁହାଯାଉଥିଲା, କିନ୍ତୁ ଓଡ଼ିଶାକୁ ମୁଁ ପୂର୍ବ ଭାରତର ବିକାଶର ଇଞ୍ଜିନ ଭାବେ ଦେଖୁଛି। ଓଡ଼ିଶା ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଦିଗରେ ଅଗ୍ରଗତି କରୁଛି। ଓଡ଼ିଶାର ବିକାଶ ପାଇଁ ଗତବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ ବଜେଟ୍ ଦିଆଯାଇଛି। ଓଡ଼ିଶାର କୃଷି ଉତ୍ପାଦନ ବଢ଼ାଇ ଚାଷୀମାନଙ୍କୁ ଲାଭବାନ କରାଯିବ। ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅନ୍ତର୍ଜାତୀୟ ବଜାରରେ ଅଧିକ ଲୋକପ୍ରିୟ କରିବା ପାଇଁ ଉଦ୍ୟମ ହେଉଛି। ଓଡ଼ିଶାରେ ନୂଆ ସରକାରର ୧୦୦ ଦିନରେ ୪୫ହଜାର କୋଟି ନିବେଶକୁ ମଂଜୁରୀ ମିଳିଛି।

ଏହି ଖବର ପଢ଼ନ୍ତୁ: ବିଜୟ ପଛରେ ବିଜେପିର ରଣନୀତି କଣ ଥିଲା

ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ବିଶ୍ବରେ ଯେତେଗୁଡ଼ିଏ ଭାଷା ରହିଛି, ତାହା ମଣିଷ ତିଆରି କରିଛି। କିନ୍ତୁ ଏକମାତ୍ର ଭାଷା ମହାପ୍ରଭୁଙ୍କ ଦ୍ବାରା ସୃଷ୍ଟି ହୋଇଛି। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଉଚ୍ଚକୋଟୀର ବୋଲି ବର୍ଣ୍ଣନା କରିଛନ୍ତି। ଓଡ଼ିଶାରେ ବିକାଶ, ଓଡ଼ିଶାରେ ରେଳ ନେଟୱର୍କ, ଟେଲିଫୋନ୍ ନେଟୱର୍କ ସଂପର୍କରେ ରେଳମନ୍ତ୍ରୀ କହିଥିଲେ। ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ଏହି ଖବର ପଢ଼ନ୍ତୁ: ଯୁବବର୍ଗଙ୍କୁ ଏନସିସିରେ ଯୋଗଦେବାକୁ ନିବେଦନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe