Sidhu's wife: ସିଦ୍ଧୁଙ୍କ ପତ୍ନୀ କଂଗ୍ରେସରୁ ନିଲମ୍ବିତ

Advertisment

ନବଜୋତ ସିଂହ ସିଦ୍ଧୁଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ସେ ରାଜନୀତିକୁ ଫେରିବେ ବୋଲି ରବିବାର ପତ୍ନୀ ନବଜୋତ କୌର କହିଥିଲେ। ଏହାସହିତ ଦଳକୁ ଯେ କେହି ବି ୫୦୦ କୋଟି ଟଙ୍କା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ....

ନବଜୋତ ସିଂହ ସିଦ୍ଧୁଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ସେ ରାଜନୀତିକୁ ଫେରିବେ ବୋଲି ରବିବାର ପତ୍ନୀ ନବଜୋତ କୌର କହିଥିଲେ। ଏହାସହିତ ଦଳକୁ ଯେ କେହି ବି ୫୦୦ କୋଟି ଟଙ୍କା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ....

dagdagczvv

ଅମୃତସର୍‌: ନବଜୋତ ସିଂହ ସିଦ୍ଧୁଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ସେ ରାଜନୀତିକୁ ଫେରିବେ ବୋଲି ରବିବାର ପତ୍ନୀ ନବଜୋତ କୌର କହିଥିଲେ। ଏହାସହିତ ଦଳକୁ ଯେ କେହି ବି ୫୦୦ କୋଟି ଟଙ୍କା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି କୌର ବିବାଦୀୟ ମନ୍ତବ୍ୟ ଦେବା ପରେ ସୋମବାର ତାଙ୍କୁ ପଞ୍ଜାବ କଂଗ୍ରେସ ପକ୍ଷରୁ ନିଲମ୍ବନ କରାଯାଇଛି। ଦଳର ରାଜ୍ୟ ଶାଖା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବାବେଳେ ନୋଟିସରେ ନିଲମ୍ବନର କାରଣ ଉଲ୍ଲେଖ କରାଯାଇନାହିଁ।  

Winter Session, Winter Looks: ଶୀତ ଆସିଛି, ଶୀତ ଅଧିବେଶନ ଚାଲିଛି... ସଂସଦରେ ସାଂସଦଙ୍କ ୱିଣ୍ଟର ଲୁକ୍

ନବଜୋତ କୌର ରାଜ୍ୟରେ ବିଗୁଡ଼ୁଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଗତକାଲି ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ଭେଟିବା ପରେ ଗଣମାଧ୍ୟମ ସମ୍ମୁଖରେ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କଂଗ୍ରେସ ଦଳରେ କନ୍ଦଳ ଲାଗି ରହିଥିବା ମଧ୍ୟ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା ରଖି କୁହାଯାଇଥିଲା ଯେ, କଂଗ୍ରେସ ଦୁର୍ନୀତିକୁ ନୀତି ଆଦର୍ଶରେ ପରିଣତ କରିଛି। ବିଜେପି ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ କହିଛନ୍ତି, କଂଗ୍ରେସରେ କିପରି କର୍ମୀଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ଦୁର୍ନୀତି ମାଡ଼ି ଯାଇଛି ତାହା ଏହି ମନ୍ତବ୍ୟରୁ ଜଣାପଡ଼ୁଛି।

Questions On Quality Education: ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନ : ପୂରଣ ‌ହେଉନି ୯୪୨ ଶିକ୍ଷକ ପଦବି

ପଞ୍ଜାବ ବିଜେପି ମୁଖ୍ୟ ସୁନିଲ ଝାଖଡ଼ କହିଛନ୍ତି, କଂଗ୍ରେସରେ ଦେଣନେଣ ରାଜନୀତିର ଇତିହାସ ରହିଛି। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ପଦବି ହା‌ତେଇଥିବା ସେ ଶୁଣିଥିଲେ ବୋଲି କହିଥିଲେ। ଏହି ୫୦୦ କୋଟି ଟଙ୍କା କାହା ପାଖକୁ ଯାଉଛି । ଦଳର ହାଇକମାଣ୍ଡ୍ ନା ରାହୁଲ ଗାନ୍ଧୀଙ୍କ ପାଖକୁ ଏହା ଯାଉଛି ବୋଲି ଆପ୍‌ ପ୍ରଶ୍ନ କରିଛି। ଅନ୍ୟପକ୍ଷରେ ସିଦ୍ଧୁ ଦମ୍ପତିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର ସୁଖଜିନ୍ଦର ରାନ୍ଧାୱା ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe