Supreme Court: ସେନଗାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟକା

Advertisment

୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ସୁପ୍ରିମକୋର୍ଟରେ ଶକ୍ତ ଝଟ୍‌କା ଲାଗିଛି।  ସେନଗାରଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ...

୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ସୁପ୍ରିମକୋର୍ଟରେ ଶକ୍ତ ଝଟ୍‌କା ଲାଗିଛି।  ସେନଗାରଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ...

Untitled-16

ନୂଆଦିଲ୍ଲୀ: ୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ସୁପ୍ରିମକୋର୍ଟରେ ଶକ୍ତ ଝଟ୍‌କା ଲାଗିଛି।  ସେନଗାରଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ ରଖିବା ନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି।  ସେନଗାର ଜେଲ୍‌‌ରେ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Research: ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ଜରୁରି: ରାଷ୍ଟ୍ରପତି

Environmental warrior: ପରିବେଶ ଯୋଦ୍ଧା: କେବେ କୋଦାଳ ତ କେବେ କଲମ

 
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜେକେ ମାହେଶ୍ବରୀ  ଏବଂ ଅଗଷ୍ଟାଇନ ଜର୍ଜ ମାସିହଙ୍କ ଅବସରକାଳୀନ ଖଣ୍ଡପୀଠ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ କରିଥିବା ଆବେଦନ ଉପରେ ସେନଗାରଙ୍କୁ ନୋଟିସ୍‌ କରି ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ସିବିଆଇ ପକ୍ଷରୁ ଆଜି କୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହଟା ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇବାପାଇଁ ଅନୁରୋଧ କରିଥିଲେ। ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ବିଚାରବିମର୍ଶର ଆବଶ୍ୟକତା ଅଛି। ତେଣୁ ଖଣ୍ଡପୀଠ ଏହି ମାମଲାକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଆଧାରରେ  ସେନଗାର ଜେଲ୍‌ରୁ ମୁକୁଳିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ। ଅନ୍ୟପକ୍ଷେ ପୀଡ଼ିତାଙ୍କୁ ତାଙ୍କ ଆବେଦନରେ ହସ୍ତକ୍ଷେପ କରିବାପାଇଁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି।  ଉଲ୍ଲେଖଯୋଗ୍ୟ ଯେ ଉନ୍ନାଓ ଦୁଷ୍କର୍ମ ମାମଲାରେ କୁଲଦୀପ ସେନଗାରଙ୍କ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କ ହାଜତ ମୃତ୍ୟୁ ମାମଲାରେ ଏବେ ୧୦ ବର୍ଷ ଜେଲ୍‌ଦଣ୍ଡ ଭୋଗୁଛନ୍ତି। ଆଜି ଶୁଣାଣି ପୂର୍ବରୁ ପୀଡ଼ିତା କହିଥିଲେ ଯେ ତାଙ୍କର ସୁପ୍ରିମକୋର୍ଟଙ୍କ ଉପରେ ଭରସା ରହିଛି। ନିଜର ଏବଂ ନିଜ ପରିବାରର ସୁରକ୍ଷା ପାଇଁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe