Terrorists: ଭୂତ ସିମ୍ କାର୍ଡ ବ୍ୟବହାର କରିଥିଲେ ଆତଙ୍କୀ

Advertisment

ଗତ ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତମାନେ ପାକିସ୍ତାନୀ ସଂଚାଳକଙ୍କ ସହ ଯୋଗାଯୋଗ ରକ୍ଷା କରିବା ପାଇଁ....

ଗତ ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତମାନେ ପାକିସ୍ତାନୀ ସଂଚାଳକଙ୍କ ସହ ଯୋଗାଯୋଗ ରକ୍ଷା କରିବା ପାଇଁ....

Untitled-4

ନୂଆଦିଲ୍ଲୀ: ଗତ ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତମାନେ ପାକିସ୍ତାନୀ ସଂଚାଳକଙ୍କ ସହ ଯୋଗାଯୋଗ ରକ୍ଷା କରିବା ପାଇଁ ଭୂତ ସିମ୍ କାର୍ଡର ଏକ ଜଟିଳ ନେଟ୍‌ୱର୍କ ବ୍ୟବହାର କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ଆତଙ୍କବାଦୀ ମଡ୍ୟୁଲ ସହ ଜଡ଼ିତ ଉଚ୍ଚଶିକ୍ଷିତ ଡାକ୍ତରମାନେ ଏନ୍‌କ୍ରିପ୍ଟେଡ୍ ଆପ୍ସ ମାଧ୍ୟମରେ ପାକିସ୍ତାନରୁ ନିର୍ଦ୍ଦେଶ ପାଉଥିଲେ। ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଏହି ମାମଲାର ତଦନ୍ତ କରୁଛି।

Dalit woman: କର୍ଣ୍ଣାଟକରେ ଦଳିତ ମହିଳାଙ୍କୁ ହତ୍ୟା

ସୂଚନାଯୋଗ୍ୟ, ନଭେମ୍ବର ୧୦, ୨୦୨୫ରେ ଲାଲକିଲ୍ଲା ନିକଟରେ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ି ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଗାଡ଼ି ଚାଳକ ତଥା ଆତ୍ମଘାତୀ ଆତଙ୍କୀ ଡାକ୍ତର ଉମର ଉନ୍‌ ନବୀ ଏହି ବିସ୍ଫୋରଣ ଘଟାଇଥିଲା। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ନିଶ୍ଚିତ ହୋଇଛି। ବିସ୍ଫୋରଣ ଅତି ଭୟାନକ ଥିବାବେଳେ ଡିଏନ୍‌ଏ ଟେଷ୍ଟ ମାଧ୍ୟମରେ ମୃତକଙ୍କ ଚିହ୍ନଟ କରାଯାଇଥିଲା। 
ଅଭିଯୁକ୍ତମାନଙ୍କ ମଧ୍ୟରେ ପୁଲୱାମାର ମୁଜାମ୍ମିଲ ଗନାଇ, ଲ‌େକ୍ଷ୍ନୗର ଶାହିନ ସୟିଦ୍‌, ଆଦେଲ ରାଥର୍‌ ପ୍ରମୁଖ ପ୍ରମୁଖ ଅଛନ୍ତି। ଏମାନେ ଉଚ୍ଚଶିକ୍ଷିତ ଡାକ୍ତର ହୋଇଥିବାରୁ ଏହାକୁ ‘ହ୍ୱାଇଟ୍-କଲାର’ ଆତଙ୍କବାଦୀ ମଡ୍ୟୁଲ କୁହାଯାଉଛି। ହରିୟାଣାର ଅଲ୍‌ ଫଲାହ ବିଶ୍ୱବିଦ୍ୟାଳୟରୁ ଅନେକ ଆତଙ୍କୀ ଗିରଫ ହୋଇଛନ୍ତି। ତଦନ୍ତରୁ ବହୁ ଅସ୍ତ୍ରଶସ୍ତ୍ର ଓ ୨,୯୦୦ କେଜି ବିସ୍ଫୋରକ ପଦାର୍ଥ ଜବତ ହୋଇଛି। ଏହି ମଡ୍ୟୁଲ୍ ନିଷିଦ୍ଧ ଜୈସ-ଏ-ମହମ୍ମଦ (ଜେଇଏମ୍) ସହ ଜଡ଼ିତ ବୋଲି ସନ୍ଦେହ କରାଯାଉଛି।  ଅଭିଯୁକ୍ତମାନେ ନିରୀହ ଲୋକଙ୍କ ଆଧାର କାର୍ଡ ଦୁରୁପଯୋଗ କରି ଜାରି ହୋଇଥିବା ‘ଘୋଷ୍ଟ୍‌’ ସିମ୍ ବ୍ୟବହାର କରି ହ୍ୱାଟ୍ସଆପ୍ ଓ ଟେଲିଗ୍ରାମ୍ ଭଳି ଏନ୍‌କ୍ରିପ୍ଟେଡ୍ ଆପ୍‌ରେ ପାକିସ୍ତାନ ତଥା ପିଓକେରେ ଥିବା ସଂଚାଳକ ‘ଉକାସା’, ‘ଫାଇଜାନ୍‌’ ଓ ‘ହାଶମି’ ସହ କଥାବାର୍ତ୍ତା ହେଉଥିଲେ। ପ୍ରତ୍ୟେକ ଅଭିଯୁକ୍ତଙ୍କ ପାଖରେ ୨-୩ଟି ଫୋନ୍ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

'Sambad' Corporate Excellence Award: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ପରିଚୟର ଅସଲିପଣ ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ମାନ୍ୟତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe