Wildlife corridor blocked: ବନ୍ୟପ୍ରାଣୀ କରିଡର୍‌ ଅବରୋଧ ଦେଖି ଚୁପ୍‌ ରହିବେନି ନ୍ୟାୟାଳୟ

Advertisment

ଅଦାଲତ ସର୍ବଦା ନିରୀହ ମୂକ ବନ୍ୟପ୍ରାଣୀ ଓ ହାତୀମାନଙ୍କ ସପକ୍ଷରେ ରହିବେ। ବ୍ୟକ୍ତିଗତ ସ୍ତରରେ ହେଉ କିମ୍ବା ବାଣିଜ୍ୟ ଉଦ୍ୟୋଗ ଦ୍ୱାରା ପ୍ରାଣୀମାନଙ୍କର ଯାତାୟାତ ପଥ (କରିଡର୍‌) ଅବରୋଧ ହୋଇ ସେସବୁର ଧ୍ବଂସ ସାଧନ ହେଉଛି ଏବଂ ନିରୀହ ପ୍ରାଣୀଜଗତ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି।

ଅଦାଲତ ସର୍ବଦା ନିରୀହ ମୂକ ବନ୍ୟପ୍ରାଣୀ ଓ ହାତୀମାନଙ୍କ ସପକ୍ଷରେ ରହିବେ। ବ୍ୟକ୍ତିଗତ ସ୍ତରରେ ହେଉ କିମ୍ବା ବାଣିଜ୍ୟ ଉଦ୍ୟୋଗ ଦ୍ୱାରା ପ୍ରାଣୀମାନଙ୍କର ଯାତାୟାତ ପଥ (କରିଡର୍‌) ଅବରୋଧ ହୋଇ ସେସବୁର ଧ୍ବଂସ ସାଧନ ହେଉଛି ଏବଂ ନିରୀହ ପ୍ରାଣୀଜଗତ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି।

supreme court

Photograph: (The Economic Times)

ନୂଆଦିଲ୍ଲୀ: ଅଦାଲତ ସର୍ବଦା ନିରୀହ ମୂକ ବନ୍ୟପ୍ରାଣୀ ଓ ହାତୀମାନଙ୍କ ସପକ୍ଷରେ ରହିବେ। ବ୍ୟକ୍ତିଗତ ସ୍ତରରେ ହେଉ କିମ୍ବା ବାଣିଜ୍ୟ ଉଦ୍ୟୋଗ ଦ୍ୱାରା ପ୍ରାଣୀମାନଙ୍କର ଯାତାୟାତ ପଥ (କରିଡର୍‌) ଅବରୋଧ ହୋଇ ସେସବୁର ଧ୍ବଂସ ସାଧନ ହେଉଛି ଏବଂ ନିରୀହ ପ୍ରାଣୀଜଗତ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି। ସେଥିପ୍ରତି ନ୍ୟାୟାଳୟ ନିରବଦ୍ରଷ୍ଟା ସାଜିବେ ନାହିଁ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ବିଚାରପତି ବିପୁଲ ଏମ୍‌ ପାଞ୍ଚୋଲିଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ତାମିଲନାଡୁର ନୀଳଗିରିରେ ଥିବା ହୋଟେଲ୍ ଓ ରିସର୍ଟ ମାଲିକଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ଆବେଦନର ଶୁଣାଣି କରି ଆଜି ଏହା କହିଛନ୍ତି। ମାମଲାର ଶୁଣାଣି ସମୟରେ ଅଦାଲତ ହୋଟେଲ୍‌ ଓ ରିସର୍ଟ ମାଲିକମାନଙ୍କ ପ୍ରତି ଅତ୍ୟନ୍ତ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରି କହିଥିଲେ, ଆପଣମାନେ ସମସ୍ତେ ବ୍ୟବସାୟିକ ଉଦ୍ଦେଶ୍ୟରେ ହାତୀ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ଯାତାୟାତ ପଥ ଅବରୋଧ କରି ନିଜର ବ୍ୟବସାୟ କରୁଛନ୍ତି। ଏହି ନିର୍ମାଣଗୁଡ଼ିକ ସେମାନଙ୍କର ଚଳପ୍ରଚଳ ଓ ଗତିବିଧିରେ ବାଧା ସୃଷ୍ଟି କରିବା ସହ ସେମାନଙ୍କ ବାସସ୍ଥଳୀକୁ ଗୁରୁତର କ୍ଷତି ପହଞ୍ଚାଉଛି। 

Letter to oil sales company: ତୈଳ ବିକ୍ରୟକାରୀ କମ୍ପାନିଙ୍କୁ ଚିଠି: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଟାଙ୍କିରେ ତେଲ ମିଳିବନି

ଆପଣମାନଙ୍କର ବ୍ୟବସାୟିକ ବିକାଶ କାରଣରୁ ନିରୀହ ହାତୀ ଓ ବନ୍ୟପ୍ରାଣୀ ବିନାଶର ଶିକାର ହେଉଛନ୍ତି। ଆପଣମାନଙ୍କର ବ୍ୟକ୍ତିଗତ ବ୍ୟବସାୟ ମୁନାଫା ଯୋଗୁଁ ଜଙ୍ଗଲ ସମ୍ପଦର ବ୍ୟାପକ କ୍ଷତି ହେଉଛି। ତେଣୁ ଏସବୁ କ୍ଷତିପୂରଣର ଭରଣା କରି ଏହାର ଲାଭ ବନ୍ୟପ୍ରାଣୀ ଓ ଜଙ୍ଗଲ ସମ୍ପଦକୁ ମିଳିବା ଉଚିତ। ଏଠାରେ ଉଲ୍ଲେଖଯୋଗ୍ୟ, ତାମିଲନାଡ଼ୁ ସରକାର ନୀଳଗିରିର ସିଗୁର ମାଳଭୂମିରେ ହାତୀ କରିଡର୍‌କୁ ଅଧିସୂଚିତ କରିବା ପରେ ବନ୍ୟପ୍ରାଣୀ ଅଞ୍ଚଳରେ ଥିବା ହୋଟେଲ ଏବଂ ରିସର୍ଟଗୁଡ଼ିକୁ ଜଙ୍ଗଲ ଅଞ୍ଚଳ ଖାଲି କରିବାକୁ କୁହାଯାଇଛି।  ଏହାକୁ ବିରୋଧ କରି ସେମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ମାଡ୍ରାସ ହାଇକୋର୍ଟ ସେପ୍ଟେମ୍ବର ୧୨ରେ ସର୍ବୋଚ୍ଚ ନ୍ୟାୟାଳୟ ନିଯୁକ୍ତି କରିଥିବା ପ୍ୟାନେଲ୍‌ର ସୁପାରିସକୁ ଗ୍ରହଣ କରି ସିଗୁର ମାଳଭୂମିର ହାତୀ କରିଡର୍‌ରେ ଘରୋଇ ପକ୍ଷଙ୍କ ଦ୍ୱାରା କିଣାଯାଇଥିବା ଜମି ବେଆଇନ ଦର୍ଶାଇ ନିର୍ମାଣଗୁଡ଼ିକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ।

mother's cry: ମା’ର ଡାକ କେହି ଶୁଣିଲେନି: ଶିଶୁପୁତ୍ରର ଶବ ଧରି ରାତିସାରା ଡାକ୍ତରଖାନା ବାରଣ୍ଡାରେ ବସିଲେ

ଏହାକୁ ବିରୋଧ କରି ରିସର୍ଟ ଓ ହୋଟେଲ ମାଲିକମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ସୂଚନା ଅନୁଯାୟୀ ସିଗୁର ହାତୀ କରିଡର୍‌ ଭିତରେ ୩୯ଟି ରିସର୍ଟ ଏବଂ ୩୯୦ଟି ହୋଟେଲ କୋଠରି ସମେତ ୮୦୦ରୁ ଅଧିକ ନିର୍ମାଣ ରହିଛି। ଆଜି ହୋଟେଲ ଓ ରିସର୍ଟ ମାଲିକମାନଙ୍କ ପକ୍ଷରୁ ବରିଷ୍ଠ ଓକିଲ ସଲମାନ ଖୁର୍ସିଦ ଏବଂ ସୋଏବ ଆଲମ ଖଣ୍ଡପୀଠ ନିକଟରେ ଯୁକ୍ତି ଦର୍ଶାଇ କହିଥିଲେ, ଏହି ହୋଟେଲ ଏବଂ ରିସର୍ଟ ମାଲିକମାନେ ହାତୀ କରିଡର୍‌ ବିଜ୍ଞପ୍ତି ପ୍ରକାଶ ପାଇବାର ବହୁ ପୂର୍ବରୁ ସମ୍ପତ୍ତି କିଣିଥିଲେ ଏବଂ ସେମାନଙ୍କୁ ସେମାନଙ୍କର ପରିବେଶ ଅନୁକୂଳ ବ୍ୟବସାୟ ଜାରି ରଖିବାକୁ ଅନୁମତି ଦିଆଯିବା ଉଚିତ। ସର୍ବୋଚ୍ଚ ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ପ୍ରଥମ ସପ୍ତାହରେ କରିବାକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe