ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଜିଲ୍ଲା ଅନ୍ତର୍ଗତ ହାୟୁଲିଆଙ୍ଗ ଅଞ୍ଚଳରେ ଡିସେମ୍ବର ୮ ତାରିଖ ରାତିରେ ଘଟିଥିବା ଏକ ଭୟାନକ ଦୁର୍ଘଟଣା ସଂପର୍କରେ ଆଜି ତଥ୍ୟ ସାମନାକୁ ଆସିଛି।  ଭାରତ-ଚୀନ୍‌ ସୀମା ଅଂଚଳରେ ଘଟିଥିବା ଏହି ଦୁର୍ଘଟଣାରେ ୨୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି। ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ଏକ ଗଭୀର ଖାଇ ଭିତରକୁ ଖସି ପଡ଼ିଥିଲା  ଏବଂ ଏହା ପରେ ଏହାର କୌଣସି ପତ୍ତା ମିଳିନଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ  ୨୦ଟି ମୃତଦେହ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ କେବଳ ଜଣେ ବ୍ୟକ୍ତି ବଞ୍ଚିଥିଲେ ଏବଂ ସେ ଚାଲିଚାଲି ଯାଇ ଦୁଇଦିନ ପରେ ଗତକାଲି ଚିପ୍ରା ଜିଆର୍‌ଇଏଫ୍ କ୍ୟାମ୍ପରେ ପହଞ୍ଚି କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ।।

Advertisment

Club owner arrested: ଗୋଆ ଅଗ୍ନିକାଣ୍ଡର ୫ ଦିନ ପରେ ଥାଇଲାଣ୍ଡରେ ଗିରଫ ହେଲେ କ୍ଲବ୍ ମାଲିକ

Modi-Putin: ମୋଦୀ-ପୁଟିନଙ୍କ ସେଲ୍‌ଫିକୁ ନେଇ ଆମେରିକାରେ ଚର୍ଚ୍ଚା

ଦୁର୍ଘଟଣାସ୍ଥଳ ଚାଗଲଗାମ୍‌ଠାରୁ ପ୍ରାୟ ୧୨ କିଲୋମିଟର ଆଗରେ ଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ସେନା ଉଦ୍ଧାରକାରୀ ଦଳ ଦଉଡ଼ି ବ୍ୟବହାର କରି ଚାରି ଘଣ୍ଟା ସଂଘର୍ଷ କରିବା ପରେ ଟ୍ରକ୍ ନିକଟରେ ପହଞ୍ଚିଥିଲେ ଏବଂ ଦଉଡି ସାହାଯ୍ୟରେ ମୃତଦେହ ଉଦ୍ଧାର କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସେନା, ମେଡ଼ିକାଲ ଟିମ୍, ଜିଆର୍‌ଇଏଫ୍‌ କର୍ମଚାରୀ, ସ୍ଥାନୀୟ ପୁଲିସ ଓ ଏନ୍‌ଡିଆର୍‌ଏଫ ଟିମ୍ ସାମିଲ ଅଛନ୍ତି। ଅଞ୍ଜାଓ ଏଡିସି ହାୟୁଲିଆଙ୍ଗ କହିଛନ୍ତି ଯେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଓ ଚାଗଲଗାମ୍‌ କଣ୍ଟ୍ରାକ୍ଟରଙ୍କୁ ପଚରାଉଚରା କରାଯାଉଛି।