ନୂଆଦିଲ୍ଲୀ: ଗତ ଶନିବାର ସିଲିଣ୍ଡର ବିସ୍ଫୋରଣ ଘଟି ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ଗୋଆର ରୋମିଓ ଲେନ୍ କ୍ଲବ୍ର ମାଲିକ ସୌରଭ ଓ ଗୌରବ ଲୁଥ୍ରାଙ୍କୁ ଥାଇଲାଣ୍ଡର ଫୁକେଟରେ ଗିରଫ କରାଯାଇଛି। ଅଗ୍ନିକାଣ୍ଡର ମାତ୍ର ପାଞ୍ଚ ଘଣ୍ଟା ପରେ ଏହି ଯୋଡି ଦିଲ୍ଲୀରୁ ଇଣ୍ଡିଗୋ ବିମାନରେ ସେ ଦେଶକୁ ପଳାଇଥିଲେ। ପରେ ସେମାନଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଓ ଇଣ୍ଟରପୋଲ୍ ବ୍ଲୁ ନୋଟିସ୍ ଜାରି କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଗୋଆ ପୁଲିସର ଏକ ଟିମ୍ ଥାଇଲାଣ୍ଡ ଯାତ୍ରା କରି ଦୁଇ ଭାଇଙ୍କୁ ବିଚାର ପାଇଁ ଭାରତ ଫେରାଇ ଆଣିବେ। ଲୁଥ୍ରା ଭାଇମାନଙ୍କ ଗିରଫଦାରୀ ପରେ ଏକ ସ୍ୱତନ୍ତ୍ର ଭିଜୁଆଲରେ ଜଣେ ଭାଇ ହାତକଡ଼ି ପିନ୍ଧି ଥାଇ ପୁଲିସ ସାମ୍ନାରେ ଠିଆ ହୋଇଥିବା ଦେଖାଯାଇଛି।
Winter Session: ଶୀତଋତୁରେ ଜଳାଶୟକୁ ଆସୁନାହାଁନ୍ତି ବିଦେଶୀ ପକ୍ଷୀ
ବାତିଲ ଓ ବିଳମ୍ବ ହେତୁ ଏୟାର୍ଲାଇନ୍ସର ଦେଶବ୍ୟାପୀ ଅବନତି ମଧ୍ୟରେ ଇଣ୍ଡିଗୋ ବିମାନରେ ସେମାନଙ୍କର ପଳାୟନ ସନ୍ଦେହ ସୃଷ୍ଟି କରିଥିଲା। ପରେ ପୁଲିସ ଜାଣିବାକୁ ପାଇଲା ଯେ ଏହି ଭାଇମାନେ ଡିସେମ୍ବର ୭ ତାରିଖ ରାତି ୧ଟା ୧୭ରେ ଥାଇଲାଣ୍ଡକୁ ବିମାନ ଟିକେଟ୍ ବୁକ୍ କରିଥିଲେ। ସମ୍ଭବତଃ ସେହି ସମୟରେ ଅଗ୍ନିଶମ ଓ ପୁଲିସ କର୍ମଚାରୀମାନେ ଗୋଆରେ ଥିବା ସେମାନଙ୍କ ନାଇଟ୍ କ୍ଲବ୍ରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ। ଗିରଫଦାରୀ ଭୟରେ ଏହି ଭାଇମାନେ ଭାରତ ଫେରିବାକୁ ମନା କରିଦେଇଥିଲେ ଏବଂ ଆଗୁଆ ଜାମିନ ପାଇଁ ଦିଲ୍ଲୀର ରୋହିଣୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ କୋର୍ଟଙ୍କୁ କହିଥିଲେ ଯେ ସେମାନେ ଆର୍ପୋରା କ୍ଲବ୍ରେ ଦୈନନ୍ଦିନ କାର୍ଯ୍ୟ ଚଳାନ୍ତି ନାହିଁ ଏବଂ କର୍ତ୍ତୃପକ୍ଷଙ୍କ ପ୍ରତିଶୋଧପରାୟଣତାର ଶିକାର ହୋଇଛନ୍ତି। ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେମାନଙ୍କର ଥାଇଲାଣ୍ଡ ଯାତ୍ରା ଏକ ପଳାୟନ ନୁହେଁ ବରଂ ଏକ ଯୋଜନାବଦ୍ଧ ବ୍ୟବସାୟିକ ବୈଠକ ଥିଲା।
Modi-Putin: ମୋଦୀ-ପୁଟିନଙ୍କ ସେଲ୍ଫିକୁ ନେଇ ଆମେରିକାରେ ଚର୍ଚ୍ଚା
ଗୋଆ ପୁଲିସର ଏକ ଏଫ୍ଆଇଆର୍ ଅନୁଯାୟୀ, ରୋମିଓ ଲେନ୍ର ବିର୍ଚରେ ଅଗ୍ନି ନିର୍ବାପକ ଯନ୍ତ୍ର, ଆଲାର୍ମ ଓ ରେକର୍ଡରେ ଅଗ୍ନିଶମ ଅଡିଟ୍ ନ ଥିଲା - ଏଗୁଡ଼ିକ ହେଉଛି ମୌଳିକ ଅଗ୍ନି-ନିରାପତ୍ତା ନିୟମ। ଏହା ବ୍ୟତୀତ ପୁଲିସ କହିଛି ଯେ ମାଲିକ, ମ୍ୟାନେଜର, ପାର୍ଟନର, ଇଭେଣ୍ଟ ଆୟୋଜକ ଓ ବରିଷ୍ଠ କର୍ମଚାରୀମାନେ ଉପଯୁକ୍ତ ସତର୍କତା ଅବଲମ୍ବନ ନ କରି ଏବଂ ଏହା ଏକ ମାରାତ୍ମକ ଦୁର୍ଘଟଣାର କାରଣ ହୋଇପାରେ ବୋଲି ସମ୍ପୂର୍ଣ୍ଣ ଜ୍ଞାନ ଥିବା ସତ୍ତ୍ୱେ ଘଟଣାସ୍ଥଳରେ ଏକ ଫାୟାର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଫ୍ଆଇଆର୍ରେ ଏହା ମଧ୍ୟ ଦର୍ଶାଯାଇଛି ଯେ ନାଇଟ୍ କ୍ଲବ୍ରେ ଉଭୟ ଡେକ୍ ଓ ତଳ ମହଲାରେ ଜରୁରିକାଳୀନ ପ୍ରସ୍ଥାନ ରାସ୍ତା ନ ଥିଲା, ଯାହା ଫଳରେ ଅନେକ ଅତିଥି ନିଆଁରେ ଫସି ଯାଇଥିଲେ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ଲୁଥ୍ରା ଭାଇମାନଙ୍କୁ ଶୀଘ୍ର ଅଣାଯିବ। ଉପକୂଳବର୍ତ୍ତୀ ରାଜ୍ୟର ଅନ୍ୟ କ୍ଲବ୍ଗୁଡ଼ିକୁ ସୁରକ୍ଷା ନିୟମ ପାଳନ କରିବାକୁ ସେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/12/untitled-15-2025-12-12-08-11-43.jpg)