ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଶେଷ ହେଲା ପରେ ସେ ନୂଆଦିଲ୍ଲୀ ଫେରି ଯାଇଛନ୍ତି। ଏହା ପୂର୍ବରୁ ମହାମହିମ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ‌ଦିବସରେ ଯୋଗଦେଇ ୨୭ ଜଣ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିଥିଲେ।

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଗସ୍ତ ଶେଷ କରିବା ପରେ ସେ ଆଜି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରି ଯାଇଛନ୍ତି। ଏହା ପୂର୍ବରୁ ମହାମହିମ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ‌ଦିବସରେ ଯୋଗ ଦେଇଥିଲେ। ବିଦେଶରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପ୍ରଦାନ କରିଥିଲେ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ  ଅଭିଭାଷଣ ଦେଇ କହିଥିଲେ, ପ୍ରବାସୀ ଭାରତୀୟମାନେ ସମଗ୍ର ବିଶ୍ବରେ ମାନ ଟେକ ରଖିଛନ୍ତି। ପ୍ରବାସୀ ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରତିଷ୍ଠା ପାଇପାରିଛନ୍ତି। 

ଏହି ଖବର ପଢ଼ନ୍ତୁ: ସାଧାରଣ ଲୋକ ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସର ଗ୍ୟାଲେରି: ପ୍ରଭାତୀ

publive-image

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ଆପଣମାନଙ୍କ ପାଇଁ କେବଳ ଭାରତବାସୀ ଗର୍ବିତ ନୁହଁନ୍ତି। ବରଂ ନିୟୁତ ନିୟୁତ ଲୋକ ଆପଣମାନଙ୍କୁ ଆଦର୍ଶ ମାନୁଛନ୍ତି। ବିକଶିତ ଭାରତ ନିର୍ମାଣରେ ଆପଣମାନଙ୍କ ସହଯୋଗ ଜରୁରୀ। ଭାରତ ସରକାର ଏନ୍‌ଆରଆଇମାନଙ୍କ ପାଇଁ ବହୁତ ଯୋଜନା କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ଥର ପାଇଁ ପୂର୍ବ ଭାରତୀୟ ରାଜ୍ୟ ‘ଓଡ଼ିଶା’ରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀଙ୍କ ପଦକ୍ଷେପକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ବ୍ରାଉନ ସୁଗାର ବେପାର ମାଷ୍ଟର ମାଇଣ୍ଡ ରାଣୀ ମଲ୍ଲିକା ଓ ତାର ସହଯୋଗୀ ଗିରଫ

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ‌ର ଉଦ୍‌ଯାପନୀ ଦିବସରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଜୟଶଙ୍କର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। 

ଏହି ଖବର ପଢ଼ନ୍ତୁ: ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି: ବିଶ୍ବଶାନ୍ତି ପାଇଁ ମୋଦୀଙ୍କ ଅପିଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe