Advertisment

US-Iran tensions: ଇରାନ ଆକ୍ରମଣ ନେଇ ଆମେରିକାରେ ଫାଟ!: ଭିତିରି କଥା ପଦାରେ ପକାଇଲା ଗଣମାଧ୍ୟମ

Advertisment

ଆମେରିକୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, ଇରାନ ଉପରେ ଆକ୍ରମଣ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉଚ୍ଚ ସାମରିକ ଅଧିକାରୀଙ୍କ ମଧ୍ୟରେ ମତଭେଦ ରହିଛି।

ଆମେରିକୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, ଇରାନ ଉପରେ ଆକ୍ରମଣ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉଚ୍ଚ ସାମରିକ ଅଧିକାରୀଙ୍କ ମଧ୍ୟରେ ମତଭେଦ ରହିଛି।

Untitled-6.jpg

Photograph: (google)

ୱାସିଂଟନ: ଆମେରିକୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, ଇରାନ ଉପରେ ଆକ୍ରମଣ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉଚ୍ଚ ସାମରିକ ଅଧିକାରୀଙ୍କ ମଧ୍ୟରେ ମତଭେଦ ରହିଛି। ଟ୍ରମ୍ପ-ସେନା ମୁଖ୍ୟ ମୁହାଁମୁହିଁ ହୋଇଥିବା ଚର୍ଚ୍ଚା ଗଣମାଧ୍ୟମରେ ହେଉଛି। ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ସ ଅଧ୍ୟକ୍ଷ ଜେନେରାଲ ଡାନ୍ କେନ୍ ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଥିଲେ ବୋଲି ଗଣମାଧ୍ୟମ କହିଥିଲା। ତେବେ ଟ୍ରମ୍ପ ଏହି ରିପୋର୍ଟକୁ ମିଛ ବୋଲି କହିଛନ୍ତି। ସେ କହିଛନ୍ତି, ଟ୍ରମ୍ପ କହିଛନ୍ତି, ଯଦି ଯୁଦ୍ଧ ହୁଏ, ତେବେ ଆମେରିକା ସହଜରେ ଜିତିବ।

ଆହୁରି ପଢ଼ନ୍ତୁ: ଚାଷୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବ ବିଜେଡି: ନବୀନ ପଟ୍ଟନାୟକ

ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ଏହା ଶତ ପ୍ରତିଶତ ମିଥ୍ୟା ଯେ ଜେନେରାଲ କେନ୍ ଯୁଦ୍ଧ ବିରୋଧରେ ଅଛନ୍ତି। ଟ୍ରମ୍ପ କହିଛନ୍ତି, ଜେନେରାଲ ଯୁଦ୍ଧ ଚାହାଁନ୍ତି ନାହିଁ। କିନ୍ତୁ ଯଦି ନିର୍ଦ୍ଦେଶ ଦିଆଯିବ ତେବେ ସେ ନେତୃତ୍ୱ ନେବେ ତଥା ଆମର ବିଜୟ ସୁନିଶ୍ଚିତ କରିବେ।
ୱାଶିଂଟନ ପୋଷ୍ଟ ଅନୁଯାୟୀ, ଜେନେରାଲ କେନ୍ ହ୍ୱାଇଟ୍ ହାଉସ୍ ଓ ପେଣ୍ଟାଗନ୍ ନିକଟରେ ଚିନ୍ତା ପ୍ରକାଶ କରିଛନ୍ତି, ଅସ୍ତ୍ରଶସ୍ତ୍ର ଅଭାବ ଓ ସହଯୋଗୀଙ୍କ ଠାରୁ ହ୍ରାସ ପାଇଥିବା ସମର୍ଥନ ସୈନ୍ୟଙ୍କୁ ସଙ୍କଟରେ ପକାଇପାରେ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ କରିଛି, ସାମରିକ ନେତାମାନେ ମୃତାହତ ଓ ଆମେରିକାର ବାୟୁ ପ୍ରତିରକ୍ଷା ଦୁର୍ବଳ ହେବା ଭଳି ବିପଦ ବିଷୟରେ ଚେତାବନୀ ଦେଇଛନ୍ତି। ଆକ୍ସିଓସ୍ କହିଛି, ଜେନେରାଲ କେନ୍ ସତର୍କ କରାଇ ଦେଇଛନ୍ତି, ଆମେରିକା ଏକ ଦୀର୍ଘ ସଂଘର୍ଷରେ ଟାଣି ହୋଇପାରେ। ଟ୍ରମ୍ପଙ୍କ ଦୂତ ଷ୍ଟିଭ୍ ୱିଟକଫ୍ ଓ ଜ୍ୱାଇଁ ଜାରେଡ୍ କୁଶନର ମଧ୍ୟ କହିଛନ୍ତି, ଆକ୍ରମଣ ପୂର୍ବରୁ କୂଟନୀତିକୁ ସୁଯୋଗ ଦିଆଯିବା ଉଚିତ।
ଗଣମାଧ୍ୟମ ଜାଣିଶୁଣି ମିଥ୍ୟା କହୁଛି ବୋଲି ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି, ଇରାନ ସହିତ ଏକ ଚୁକ୍ତି କରିବାକୁ ମୁଁ ପସନ୍ଦ କରିବି। କିନ୍ତୁ ଯଦି ଆଲୋଚନା ବିଫଳ ହୁଏ, ତେବେ ଏହା ଇରାନ ପାଇଁ ଏକ ବହୁତ ଖରାପ ଦିନ ହେବ। ଟ୍ରମ୍ପ ପୂର୍ବରୁ କହିଛନ୍ତି ଯେ, ସେ ଯୁଦ୍ଧ ଚାହାଁନ୍ତି ନାହିଁ, କିନ୍ତୁ ଯଦି ଯୁଦ୍ଧ ହୁଏ, ତେବେ ଏହା ନିର୍ଣ୍ଣାୟକ ହେବ।

ଗତ ବର୍ଷ, ଟ୍ରମ୍ପ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ ମସିହାରେ, ତାଙ୍କ ପ୍ରଥମ କାର୍ଯ୍ୟକାଳରେ, ସେ ପରମାଣୁ ଚୁକ୍ତିନାମା ପରିତ୍ୟାଗ କରିଥିଲେ। ଆମେରିକା ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ବହୁ ସଂଖ୍ୟକ ସାମରିକ ବାହିନୀ ମୁତୟନ କରିଛି। ସେଥି ମଧ୍ୟରେ ଦୁଇଟି ବିମାନ ବାହକ, ଅନେକ ଯୁଦ୍ଧଜାହାଜ, ଲଢୁଆ ବିମାନ ରହିଛି।। ତେବେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଜଣେ ଆମେରିକୀୟ ଅଧିକାରୀଙ୍କ ଅନୁସାରେ, ପରବର୍ତ୍ତୀ ବୈଠକ ଗୁରୁବାର ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ପୁଲିସ ହାତରେ ଧରାପଡ଼ିଲେ ବନ୍ଧୁକ ମୁନରେ ନବବଧୂ ଅପହରଣକାରୀ, ଦୁହେଁ ପ୍ରେମିକ ଓ ପ୍ରେମିକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe