ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ବୋଷ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ବୋଷ ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଇସ୍ତଫା ଦେବାରୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବୋଷ ସାଢ଼େ ୩ ବର୍ଷ ରାଜ୍ୟପାଳ ଦାୟିତ୍ବ ତୁଲାଇଛନ୍ତି।
/filters:format(webp)/sambad/media/media_files/2026/03/05/r-n-ravi-2026-03-05-22-20-54.jpg)
ଆହୁରି ପଢନ୍ତୁ- Trump and Biden: ଟ୍ରମ୍ପ ଓ ବାଇଡେନଙ୍କୁ ହତ୍ୟା କରିବାକୁ ଇରାନ ନିଯୁକ୍ତି ଦେଇଥିବା ପାକିସ୍ତାନୀ ବ୍ୟକ୍ତିଙ୍କ ସ୍ବୀକାର...
ପୂର୍ବତନ ଆଇଏଏସ୍ ଅଫିସର ବୋଷଙ୍କୁ ୨୦୨୨ ନଭେମ୍ବରରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ରାଜ୍ୟପାଳ ନିଯୁକ୍ତ କରିଥିଲେ। ଇସ୍ତଫା ଦେବାପରେ ବୋଷ କହିଛନ୍ତି ଯେ ସେ ରାଜ୍ୟପାଳ ଭାବେ ଅନେକ ସମୟ ଅଫିସ୍ରେ ରହିଲେଣି ତେଣୁ ସେ ଆଉ ଆଗକୁ ଏହି ଦାୟିତ୍ବ ବହନ କରିବାକୁ ଚାହୁନାହାନ୍ତି। ମିଳିଥିବା ସୂଚନାନୁଯାୟୀ ତାମିଲନାଡ଼ୁ ରାଜ୍ୟପାଳ ଆର୍ଏନ ରବି ବୋଷଙ୍କ ସ୍ଥାନରେ ପଶ୍ଚିମବଙ୍ଗରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି।
ଆହୁରି ପଢନ୍ତୁ- Terrorism: ‘ଅସ୍ତିତ୍ୱ ପ୍ରତି ବିପଦ’: ଆଇଏସ୍ଆଇଏସ୍ ଓ ଅଲକାଏଦା ବିରୋଧରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଅନ୍ତର୍ଜାତୀୟ ସମୁଦାୟକୁ ଭାରତର ଆହ୍ୱାନ
ଇତି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ଏକ୍ସରେ ପୋଷ୍ଟ୍ କରି ମମତା କହିଛନ୍ତି, ‘ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କର ହଠାତ୍ ଇସ୍ତଫା ଖବର ଶୁଣି ମୁଁ ସ୍ତବ୍ଧ ଏବଂ ଗଭୀର ଚିନ୍ତା ପ୍ରକଟ କରୁଛି। କେଉଁ କାରଣ ପାଇଁ ବୋଷ ଇସ୍ତଫା ଦେଇଛନ୍ତି ତାହା ମମତା ଜାଣିନଥିବା କହିଛନ୍ତି। ତେବେ ବୋଷଙ୍କ ସ୍ଥାନ କିଏ ନେବେ ସେସଂକ୍ରାନ୍ତରେ ସୂଚନା ପ୍ରଦାନ କରି ମମତା କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମତେ ଏବେ ଅବଗତ କଲେ ଯେ ଆର୍ଏନ ରବି ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ମମତା କହିଛନ୍ତି, ଏସଂକ୍ରାନ୍ତରେ ତାଙ୍କ ସହ ପୂର୍ବରୁ କୌଣସି ଆଲୋଚନା କରାଯାଇନି। ଏହା ଭାରତର ସାମ୍ବିଧାନର ଗରିମା ନଷ୍ଟ କରୁଛି ଏବଂ ଆମ ସଂଘୀୟ ଢାଞ୍ଚା ଉପରେ ମଧ୍ୟ ଏହା ଏକ ଆକ୍ରମଣ ବୋଲି ମମତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/03/05/west-bengal-governor-2026-03-05-22-22-34.jpg)