20 Years Imprisonment ବ୍ରହ୍ମପୁରରେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

Advertisment

୨୦୨୪ ମସିହା ମେ ମାସରେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ବ୍ୟାଚଲର ରୁମରେ ଜଣେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଆଜି ପୋକସୋ ଜଜ୍ ପ୍ରଣତି ପଟ୍ଟନାୟକ ୬ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି ।

୨୦୨୪ ମସିହା ମେ ମାସରେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ବ୍ୟାଚଲର ରୁମରେ ଜଣେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଆଜି ପୋକସୋ ଜଜ୍ ପ୍ରଣତି ପଟ୍ଟନାୟକ ୬ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି ।

Untitled-10.jpg

20 years imprisonment to 6 accused in minor gang rape case Photograph: (sambad.in)

ବ୍ରହ୍ମପୁର: ୨୦୨୪ ମସିହା ମେ ମାସରେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ବ୍ୟାଚଲର ରୁମରେ ଜଣେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଆଜି ପୋକସୋ ଜଜ୍ ପ୍ରଣତି ପଟ୍ଟନାୟକଙ୍କ କୋର୍ଟରେ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ୬ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭଳି ଲୋମଟାଙ୍କୁରା ଘଟଣାରେ ତ୍ବରିତ ପଦକ୍ଷେପ ନେଇଛି ପୁଲିସ। ଏହି ଘଟଣାରେ ପୁଲିସ ୪ ଇଂଜିନିୟରିଂ ଛାତ୍ରଙ୍କ ସମେତ ୫ଜଣ ଛାତ୍ରଙ୍କୁ ବିଭିନ୍ନ ସ୍ଥାନରେ ପ୍ରଥମେ ଚଢ଼ଉ କରି ଗିରଫ କରିଥିଲା। ସେମାନେ ହେଲେ ଆସିକା ଥାନା ପାଢ଼ୀ କଲୋନିର ରୁତୁନ କୁମାର ଦାସ(୨୨), କୋଟିନଡ଼ା ଥାନା ବାବନପୁର ପାଟଣାସାହିର ରୁଦ୍ର ଜେନା(୨୨), ବେଗୁନିଆପଡ଼ା ଥାନା ବାଲିସାହିର ଅଭିଳାଷ ପଲାଇ ଓରଫ୍‌ ଅଭି(୧୯), ସୋରଡ଼ା ଥାନା ସମ୍ପାଲିର ଆକାଶ ନାୟକ(୨୬) ଓ ଖଲ୍ଲିକୋଟ ଥାନା କେନ୍ଦୁପାଟର ଜୁମନ ଗୌଡ଼(୧୯) । ଏମାନଙ୍କ ଭିତରୁ ଜଣେ ବି ଫାର୍ମା ଓ ଆଉ ଚାରିଜଣ ବ୍ରହ୍ମପୁରର ବିଭିନ୍ନ ଇଂଜିନିୟରିଂ କଲେଜ ଛାତ୍ର। ସମସ୍ତେ ମିଶି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍‌ରେ ଏକ ଭଡ଼ାଘରେ ମେସ୍‌ କରି ରହୁଥିଲେ। ପୁଲିସ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କେସ୍ ନମ୍ବର ୨୪୦/୨୪ରେ କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସ୍‌ପି ଡା.ସାର୍ଥକ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ସେହିପରି କୋର୍ଟରେ ପୀଡ଼ିତାଙ୍କ ବୟାନ୍‌ ରେକର୍ଡ଼ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Son Kills Mother ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ

ରାତି ୧୦ଟା ପର୍ଯ୍ୟନ୍ତ ନାବାଳିକାଙ୍କ ସହିତ ଅମାନୁଷିକ ଭାବେ ଦୁଷ୍କର୍ମ

ପୁଲିସ ସୂଚନା ଅନୁସାରେ, ବୈଦ୍ୟନାଥପୁର ଥାନା ଇଲାକାରେ ରହୁଥିବା ଜଣେ ଯୁକ୍ତଦୁଇ ଶ୍ରେଣୀର ନାବାଳିକା ଛାତ୍ରୀ ଗତ ୨୦୨୪ ମସିହା ମେ ୩ତାରିଖରେ ତାଙ୍କର ଜଣେ ସାଙ୍ଗକୁ ଭେଟିବାକୁ ଯାଇଥିଲେ। ସେଠାରୁ ଫେରି ଛାତ୍ରୀ ଜଣଙ୍କ ଅପରାହ୍‌ଣରେ ହିଲପାଟଣା ଠାରେ ନିଜ ବାପାଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ରୁତୁନ ସେଠାରେ ପହଞ୍ଚି ନାବାଳିକାଙ୍କୁ ସାକ୍ଷାତ କରିଥିଲା। ରୁତୁନ ପୂର୍ବରୁ ସେହି ଛାତ୍ରୀଙ୍କ ସହିତ ପରିଚିତ ଥିବା ଏସ୍‌ପି କହିଛନ୍ତି। ଏକୁଟିଆ କାହିଁକି ଛିଡ଼ା ହୋଇଛ ବୋଲି କହି ରୁତୁନ ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କର ଘରକୁ ଯିବାକୁ ଡାକିଥିଲେ। ନାବାଳିକା ଜଣଙ୍କ ରୁତୁନଙ୍କ କଥାରେ ବିଶ୍ବାସ କରି ତାଙ୍କ ସହିତ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ନାବାଳିକା ଜଣଙ୍କ ତାହା ଘର ନୁହେଁ ଏକ ବ୍ୟାଚେଲର୍‌ ମେସ୍‌ ବୋଲି ଜାଣିବାକୁ ପାଇଥିଲେ। ରୁତୁନଙ୍କୁ ନାବାଳିକା ଜଣଙ୍କ ଏ ନେଇ ପ୍ରଶ୍ନ କରିବାରୁ ରୁତୁନ ତାଙ୍କୁ କିଛି ମୃଦୁ ପାନୀୟ ପିଇବାକୁ ଦେଇ ମା’ଙ୍କୁ ଡାକି ଆଣୁଛି ବୋଲି କହି ଚାଲି ଯାଇଥିଲେ। କିଛି ସମୟ ପରେ ରୁତୁନ ନିଜର ୫ରୁ ୬ଜଣ ସାଙ୍ଗଙ୍କୁ ଧରି ଆସିଥିଲେ। ରୁତୁନଙ୍କ ସମେତ ସମସ୍ତେ ହଷ୍ଟେଲ ରୁମକୁ ଆସି ଦେଖିବା ବେଳେ ନାବାଳିକା ଜଣଙ୍କ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ମୃଦୁ ପାନୀୟରେ କିଛି ନିଶା ଔଷଧ ଦିଆଯାଇଥିବା ପୁଲିସ ଅନୁମାନ କରୁଛି। ଏହାପରେ ଜଣେ ପରେ ଜଣେ ରାତି ୧୦ଟା ପର୍ଯ୍ୟନ୍ତ ସମ୍ପୃକ୍ତ ନାବାଳିକାଙ୍କ ସହିତ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ। ପରିଶେଷରେ ନାବାଳିକା ଜଣଙ୍କ ଅଚେତ ଅବସ୍ଥାରୁ ଫେରି ସାମାନ୍ୟ ଠିକ୍‌ ହେବା ପରେ ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ରୁତୁନ ଧମକ୍‌ ଦେଇଥିଲା। ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ଜୀବନରେ ମାରି ଦେବାକୁ ଧମକ୍‌ ମଧ୍ୟ ଦେଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ:Young Man Death Accident ସ୍କୁଟିକୁ ଘୋଷାରି ନେଲା ମାଲ୍ ବୋଝେଇ ଟ୍ରକ୍, ଯୁବକ ମୃତ

ଏହାପରେ ରୁତୁନ ଓ ତା’ର ଜଣେ ସାଙ୍ଗ ସହିତ ନାବାଳିକାଙ୍କୁ ନେଇ ବିଜିପୁର ସ୍ଥିତ ସନ୍ତୋଷୀ ମା’ ମନ୍ଦିର ଗଳି ନିକଟରେ ଛାଡ଼ି ଦେଇଥିଲେ। ନାବାଳିକା ଜଣକ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିବା ପରେ ଗତ ୫ ତାରିଖରେ ପୀଡ଼ିତାଙ୍କ ପରିବାରବର୍ଗ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ରୁତୁନ, ରୁଦ୍ର, ଅଭିଳାଷ, ଆକାଶ ଓ ଜୁମନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe