ଶୁଭ ସକାଳ...
ସକାଳର ଚା’ ସହିତ sambad.inରେ ବଡ଼ ଖବରକୁ ସଂକ୍ଷେପରେ ପଢ଼ନ୍ତୁ। କିନ୍ତୁ ଏହା ପୂର୍ବରୁ ପ୍ରଥମେ ଆଜିର ବଡ଼ ଖବର ଉପରେ ନଜର ପକାନ୍ତୁ।
-ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ଅପରାହ୍ମ ୪ଟାରେ ବୋର୍ଡ ଅଫିସ୍ରେ ପ୍ରକାଶ ପାଇବ। ସନ୍ଧ୍ୟା ୬ଟା ପରେ ୱେବ୍ସାଇଟ୍ରେ ଉପଲବ୍ଧ ହେବ। http://bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ।
-କିଟ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲା: ଆଜି ପହଞ୍ଚିବେ ଛାତ୍ରୀଙ୍କ ପରିବାର ଲୋକେ। ପରିବାର ଲୋକ ଆସିଲେ ହେବ ଶବ ବ୍ୟବଚ୍ଛେଦ। ପୁଲିସ କମିସନର ଏସ୍.ଦେବଦତ୍ତ ସିଂଙ୍କ ସୂଚନା।
ଭାଙ୍ଗିଲା ୩୦୦ ବର୍ଷର ପରମ୍ପରା
ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାର ହନୁମାନଗଡ଼ୀରେ ୩୦୦ ବର୍ଷ ପରେ ଏକ ପରମ୍ପରା ଭାଙ୍ଗି ଯାଇଛି ଏବଂ ପୀଠର ମୁଖ୍ୟ ମହନ୍ତ ପ୍ରେମଚନ୍ଦ ଦାସ ମନ୍ଦିର ପରିସରରୁ ବାହାରକୁ ଆସିଛନ୍ତି। ଅକ୍ଷୟ ତୃତୀୟା ଅବସରରେ, ମହନ୍ତ ଏହି ନିଷ୍ପତ୍ତି ନେଇଥିଲେ ଏବଂ ମନ୍ଦିର ପରିସର ଛାଡି ବାହାରକୁ ଆସିଥିଲେ। ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ସେ ରାମ ମନ୍ଦିରକୁ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରିଥିଲେ। ଅଧିକ ପଢ଼ନ୍ତୁ...
ପୁଣି ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ବର: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ବବିଦ୍ୟାଳୟରେ ପୁଣି ଏକ ବଡ଼ଧରଣର ଅଘଟଣ ଘଟିଛି। ଏଠାରେ ପଢୁଥିବା ଜଣେ ବିଦେଶୀ ଛାତ୍ରୀ ଜୀବନ ହାରିଥିବା ନେଇ ଗୁରୁବାର ସନ୍ଧ୍ୟାରେ ସୂଚନା ମିଳିଛି। ମୃତ ଛାତ୍ରୀ ପ୍ରୀଶା ଶାହ ନେପାଳର ବୀରଗୁଂଜର ବାସିନ୍ଦା। ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କିଟ୍ ଛାତ୍ରୀନିବାସ ଭିତରେ ନେପାଳୀ ଛାତ୍ରୀ ଜୀବନ ହରାଇଥିବା ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...
ରେକର୍ଡ ୨.୩୭ ଲକ୍ଷ କୋଟିର ଜିଏସଟି ସଂଗ୍ରହ
ନୂଆଦିଲ୍ଲୀ: ନିକଟରେ ସମାପ୍ତ ଏପ୍ରିଲ୍ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ୨.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗୁରୁବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଜିଏସଟି ତଥ୍ୟରୁ ଏହା ଜଣାପଡ଼ିଛି। ଜିଏସଟି ସଂଗ୍ରହର ଅଭିବୃଦ୍ଧି ୧୨.୬ ପ୍ରତିଶତ ରେକର୍ଡ କରାଯାଇଛି, ଯାହା ୧୭ ମାସ ମଧ୍ୟରେ ସର୍ବାଧିକ। ଖବର ଅନୁଯାୟୀ, ଏପ୍ରିଲ ୨୦୨୪ରେ ଜିଏସଟି ସଂଗ୍ରହ ୨.୧୦ ଲକ୍ଷ କୋଟି ଥିଲା, ଯାହାକି ସେତେବେଳେ ସର୍ବକାଳୀନ ରେକର୍ଡ ଥିଲା। କିନ୍ତୁ ଏପ୍ରିଲ ୨୦୨୫ ଏହି ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ଛିଡ଼ା କରିଛି। ଅଧିକ ପଢ଼ନ୍ତୁ...
ରୁଷ-ଉତ୍ତର କୋରିଆ ଚୁକ୍ତି
ସିଓଲ: ୟୁକ୍ରେନ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ, ରୁଷ ଏବଂ ଉତ୍ତର କୋରିଆ ମଧ୍ୟରେ ଏକ ବଡ଼ ଚୁକ୍ତି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଏବଂ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ସବୁଠାରୁ ବଡ଼ ପଦକ୍ଷେପ ନେଇଛନ୍ତି। ଏହା ଅଧୀନରେ, ଉତ୍ତର କୋରିଆ ଏବଂ ରୁଷ ସେମାନଙ୍କର ପ୍ରଥମ ସଡ଼କ ସଂଯୋଗ ନିର୍ମାଣ ଆରମ୍ଭ କରିଛନ୍ତି। ଏହି ସୂଚନା ପ୍ରକାଶ ପାଇବା ମାତ୍ରେ ସାରା ବିଶ୍ୱରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ଅଧିକ ପଢ଼ନ୍ତୁ...
ରାଜସ୍ଥାନକୁ ୧୦୦ ରନରେ ହରାଇଲା ମୁମ୍ବାଇ
ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୫୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୦୦ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୨୧୮ ରନର ବିଶାଳ ଲକ୍ଷ୍ୟର ପିଛା କରିଥିବା ରାଜସ୍ଥାନ ଆରମ୍ଭରୁ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା ଓ ଶେଷ ପର୍ଯ୍ୟନ୍ତ ଏହି ସଂକଟରୁ ଉଦ୍ଧାର ପାଇପାରିନଥିଲା । ଗତ ମ୍ୟାଚରେ ଶତକ କରିଥିବା ବୈଭବ ସୂର୍ଯ୍ୟବଂଶୀ ଖାତା ଖୋଲିପାରିନଥିଲେ। ଅଧିକ ପଢ଼ନ୍ତୁ...
ପଢ଼ନ୍ତୁ ଗତକାଲିର ବଡ଼ ଖବର
-ଆତଙ୍କବାଦୀଙ୍କୁ କ୍ଷମା ନାହିଁ
-ଲାହୋର-କରାଚିରେ ଏୟାରସ୍ପେସ୍ ବନ୍ଦ
-ଆମେରିକାରୁ ଆସିବ ଯୁଦ୍ଧ ଉପକରଣ
-ଶ୍ରମିକଙ୍କ ସମସ୍ୟାର ସମାଧାନ କରିବାକୁ ପଡ଼ିବ
Good morning