ଶୁଭ ସକାଳ...
ସକାଳର ଚା’ ସହିତ sambad.inରେ ବଡ଼ ଖବରକୁ ସଂକ୍ଷେପରେ ପଢ଼ନ୍ତୁ। କିନ୍ତୁ ଏହା ପୂର୍ବରୁ ପ୍ରଥମେ ଆଜିର ବଡ଼ ଖବର ଉପରେ ନଜର ପକାନ୍ତୁ।
-କିଟ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲା: ଆଜି ମୃତଦେହ ହେବ ବ୍ୟବଚ୍ଛେଦ। ଭୁବନେଶ୍ବରରେ ଶୁକ୍ରବାର ସନ୍ଧ୍ୟାରେ ପହଞ୍ଚିଲେ ମୃତ ଛାତ୍ରୀଙ୍କ ବାପା-ମା’।
ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ଡିଜି
ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ପୁଲିସ କ୍ୟାଡରରେ ନିକଟରେ ହୋଇଥିବା ପୁନର୍ଗଠନରେ ନୂତନ ନିଯୁକ୍ତି କରିଛନ୍ତି। ଏନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି କାର୍ଯ୍ୟକାରୀ ହୋଇଛି। ୧୯୯୩ ବ୍ୟାଚ୍ର ଆଇପିଏସ୍ ସୁଶାନ୍ତ କୁମାର ନାଥ ଯିଏ କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିଲେ, ତାଙ୍କୁ କାରାଗାର ଓ ସଂଶୋଧନ ସେବାର ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତ କରାଯାଇଛି। ଅଧିକ ପଢ଼ନ୍ତୁ...
ଏୟାର ଇଣ୍ଡିଆକୁ ଝଟକା
ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଜବରଦସ୍ତ ଝଟକା। ବିରାଟ କ୍ଷତି ମୁଣ୍ଡାଇ ପାରେ ଏୟାର ଇଣ୍ଡିଆ। ପହଲଗାମ୍ ଆତଙ୍କୀ ହମଲା ପରେ ଭାରତର ପାକିସ୍ତାନ ଉପରେ ପ୍ରତିଶୋଧର ପ୍ରଭାବ ଏୟାର ଇଣ୍ଡିଆ ଉପରେ ପଡିପାରେ। ପାକିସ୍ତାନର ଏୟାରସ୍ପେସ୍ ବନ୍ଦ ହେବା ପରେ କ୍ଷତି ସହିବ ଏୟାର ଇଣ୍ଡିଆ। କୋଟିଏ କି ଦୁଇ କୋଟି ନୁହେଁ ବରଂ ଶହ ଶହ କୋଟିର କ୍ଷତି ମୁଣ୍ଡାଇବ। ଅଧିକ ପଢ଼ନ୍ତୁ...
ନିବେଶକୁ ମିଳିବ ନୂଆ ବଳ
ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ୧୯ଟି ପ୍ରକଳ୍ପ ପାଇଁ ୩,୮୯୮.୫୪ କୋଟି ଟଙ୍କାର ନୂତନ ନିବେଶକୁ ଅନୁମୋଦନ କରିଛନ୍ତି, ଯାହା ରାଜ୍ୟର ୧୧ଟି ଜିଲ୍ଲାରେ ୭,୪୬୪ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ନିବେଶ ପ୍ରକଳ୍ପଗୁଡ଼ିକ ରାଜ୍ୟର ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଅଧିକ ପଢ଼ନ୍ତୁ...
ସୀମାଙ୍କୁ ଜେଲରେ ରଖ
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ବାତାବରଣ ରହିଛି। ପ୍ରତିଶୋଧ ନିଆଁରେ ପ୍ରତ୍ୟେକ ଭାରତବାସୀ ଜଳୁଛନ୍ତି। ସରକାର ବି ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ନେବାରେ ଲାଗିଛନ୍ତି। ଭାରତ ତୁରନ୍ତ ପ୍ରଭାବରୁ ପାକିସ୍ତାନୀ ଭିସାକୁ ବାତିଲ କରିଛି। ଏହି ବାତିଲ ପରେ ସମସ୍ତ ପାକିସ୍ତାନୀ ନିଜ ଦେଶକୁ ଫେରି ଯିବାର ପ୍ରକ୍ରିୟା ଜାରି ରହିଛି। ଏଭଳି ସମୟରେ ପାକିସ୍ତାନରୁ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କ ଓକିଲ ମୋମିନ୍ ମଲିକ ଭାରତ ସରକାରଙ୍କୁ ଅନୁରୋଧ କରି କହିଛନ୍ତି,‘ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରଙ୍କୁ ପାକିସ୍ତାନ ଫେରାଇ ନିଆଯାଉ। ଅଧିକ ପଢ଼ନ୍ତୁ...
ସନ୍ରାଇଜର୍ସ ଅସ୍ତଗାମୀ
ଅହମଦାବାଦ: ଚଳିତ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦର ଆଶା ଅସ୍ତଗାମୀ ହୋଇଛି। ଶୁକ୍ରବାର ୫୧ତମ ମ୍ୟାଚ୍ରେ ଏହି ଦଳକୁ ଗୁଜରାଟ ଟାଇଟନ୍ସ ୩୮ ରନ୍ରେ ହରାଇଦେଇଛି। ଫଳରେ ଗୁଜରାଟ ପ୍ଲେ ଅଫ୍ ଯୋଗ୍ୟତାର ନିକଟତର ହୋଇଥିବା ବେଳେ ସନ୍ରାଇଜର୍ସ ସପ୍ତମ ପରାଜୟ ସହ ବାଦ୍ ପଡ଼ିବା ଦ୍ବାରରେ ଛିଡ଼ା ହୋଇଛି। ଅଧିକ ପଢ଼ନ୍ତୁ...
ପଢ଼ନ୍ତୁ ଚର୍ଚ୍ଚିତ ଖବର
-ୟୁଜିସିର କମିଟି ଗଠନ, ସରକାରଙ୍କୁ ନୋଟିସ୍
-‘ଧାମ’ ଲେଖିବା ନେଇ ତେଜୁଛି ବିବାଦ
-ପାକ୍ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ୍ ନିଷିଦ୍ଧ
-ଗର୍ଜନ ଛାଡ଼ିଲେ ଲଢୁଆ ବିମାନ
ପଢ଼ନ୍ତୁ ଏହି ଖବର
-ଚମକିଲେ ଝିଅ, ପଛରେ ପଡ଼ିଲେ ପୁଅ
-ମୁହଁ ଖୋଲିଲେ ଉପ ମୁଖ୍ୟମନ୍ତ୍ରୀ
-ଆର୍ଜେଣ୍ଟିନାରେ ବଡ଼ଧରଣର ଭୂମିକମ୍ପ
-ଫେରିନି ୬୨୬୬ କୋଟି
-ଅନେକଙ୍କ ନିଦ ହଜାଇ ଦେବ
Good morning