msme minister gokulananda mallick inagurates clean tech odisha Photograph: (sambad.in)
ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସ୍ବଚ୍ଛ ଶକ୍ତି ଆଡ଼କୁ ପରିବର୍ତ୍ତନ ହେବା ଜରୁରୀ ହୋଇପଡ଼ିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ‘୫-ଜ’କୁ ପ୍ରାଥମିକତା ଦେଉଛନ୍ତି। ତାହା ହେଉଛି ଜଳ, ଜଙ୍ଗଲ, ଜମି, ଜୀବଜନ୍ତୁ ଓ ଜନସାଧାରଣ ବୋଲି ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କ୍ଲିନ୍ଟେକ୍ ଏକ୍ସପୋ ଓଡ଼ିଶାକୁ ଉଦ୍ଘାଟନ କରି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।
ପ୍ରତି ଜିଲ୍ଲାରେ ସରକାର ଏମ୍ଏସ୍ଏମ୍ଇ ପାର୍କ ସ୍ଥାପନ କରୁଛନ୍ତି
ସ୍ବଚ୍ଛ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥାଗୁଡ଼ିକୁ ରାଜ୍ୟରେ ନିବେଶ କରିବାକୁ ଆମନ୍ତ୍ରଣ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ, ପ୍ରତି ଜିଲ୍ଲାରେ ସରକାର ଏମ୍ଏସ୍ଏମ୍ଇ ପାର୍କ ସ୍ଥାପନ କରୁଛନ୍ତି। ସେହି ପାର୍କରେ ସ୍ବଚ୍ଛ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନିଗୁଡ଼ିକ ନିଜ କାରଖାନା ସ୍ଥାପନ କରିପାରିବେ। ସେମାନଙ୍କୁ ସରକାର ପାର୍କରେ ଜମି ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇଦେବେ। ଏମ୍ଏସ୍ଏମ୍ଇଗୁଡ଼ିକୁ ସମର୍ଥନ କରିବା ଲାଗି ରାଜ୍ୟ ସରକାର ସବ୍ସିଡି, କ୍ରେଡିଟ୍ ଗ୍ୟାରେଣ୍ଟି ଓ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ବୋଲି କହିଥିଲେ। ରାଜ୍ୟରେ ୫୦୦୦ରୁ ଅଧିକ ଏମ୍ଏସ୍ଏମ୍ଇ ସ୍ବଚ୍ଛ ଶକ୍ତି କ୍ଷେତ୍ରରେ କାରବାର କରୁଥିବା ସେ ସୂଚନା ଦେଇଥିଲେ।
ଆହୁରି ପଢ଼ନ୍ତୁ:39 Poachers Surrendered ଶିମିଳିପାଳ ଅଭୟାରଣ୍ୟରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କଲେ ୩୭ ଶିକାରୀ, ୯ଟି ବନ୍ଧୁକ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ
ଏହି ଦୁଇଦିନିଆ ଏକ୍ସପୋରେ ବିଭିନ୍ନ ଦେଶରୁ ପ୍ରତିଷ୍ଠିତ କମ୍ପାନିଗୁଡ଼ିକ ଭାଗ ନେଇ ସେମାନଙ୍କ ଉତ୍ପାଦ ଓ ସମାଧାନ ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ ଓ ଆମେରିକାରୁ କମ୍ପାନି ଏଥିରେ ଭାଗ ନେଇଥିଲେ। ୭୫ରୁ ଅଧିକ ଷ୍ଟଲ୍ରେ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ସାତ୍ତ୍ବିକ ଗ୍ରିନ୍ ଏନର୍ଜି, ନଭିଟାସ୍ ସୋଲାର, ନୋଭାସିସ୍ ଗ୍ରିନ୍ଏନର୍ଜି, ଅଷ୍ଟ୍ରେଲିଆନ୍ ପ୍ରିମିୟମ୍ ସୋଲାର, ଗୌତମ ସୋଲାର, ପହଲ ସୋଲାର, ଇଷ୍ଟମ୍ୟାନ୍ ଅଟୋ ଆଣ୍ଡ୍ ପାୱାର ଭଳି କମ୍ପାନି ଏଥିରେ ଭାଗ ନେଇଛନ୍ତି।
ଆହୁରି ପଢ଼ନ୍ତୁ: Dead Body Rescued ନିଜ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ଓଡ଼ିଶା କ୍ଲିନ୍ଟେକ୍ ସଂଘର ସଭାପତି ପ୍ରଶାନ୍ତ ପାଣିଗ୍ରାହୀ, ନେତ୍ରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବୀ ପ୍ରସାଦ ଦାଶ ଓ ଲୁମିନସ ପାୱାର ଟେକ୍ନୋଲୋଜିର ବରିଷ୍ଠ ଉପସଭାପତି ଅମ୍ଳାନ କାନ୍ତି ଦାସ ଉପସ୍ଥିତ ଥିଲେ।
Follow Us