ଆଗୁଆ ସୂଚନା ପାଇଥିଲେ ଫସଲ, ପ୍ରାଣ ବଞ୍ଚିପାରିଥାନ୍ତା: ଚାଷୀ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତର ସାମ୍ନା କରିଥିବା ଚାଷୀଙ୍କୁ ଭେଟିଛନ୍ତି।

Opposition leaders Naveen Pattnaik

Opposition leaders Naveen Pattnaik Photograph: (sambad.in)

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାକଟକ ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତର ସାମ୍ନା କରିଥିବା ଚାଷୀଙ୍କୁ ଭେଟିଛନ୍ତି। ପୁରୀର ସତ୍ୟବାଦୀ, କଟକର ସାଲେପୁର, ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ଏହି ସମୟରେ ହଜାର ହଜାର ଚାଷୀ, ମହିଳା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ଖବର ପଢ଼ନ୍ତୁ: ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ

ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ। ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ। 

-ଚାଷୀ

ଏହି ଖବର ପଢ଼ନ୍ତୁ: ଜୀବନ ହାରିଥିବା ଚାଷୀଙ୍କ ପରିବାରକୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଶ୍ରୀ ପଟ୍ଟନାୟକ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସ ସେ ସବୁବେଳେ ଚାଷୀ ଭାଇଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ। ଶ୍ରୀ ପଟ୍ଟନାୟକ କହିଥିଲେ। ଚାଷୀଙ୍କ ଦୁଃଖ ବୁଝିବାରେ ରାଜ୍ୟ ସରକାର ବିଫଳ। ଅଦିନିଆ ବର୍ଷାରେ ପ୍ରତିଦିନ ରାଜ୍ୟରେ ଚାଷୀ ପ୍ରାଣ ହରାଉଥିବା ଦୁଃଖର କଥା। ରାଜ୍ୟ ସରକାରଙ୍କ ଉପରେ ଚାଷୀକୁଳର ଆଉ ଭରସା ନାହିଁ। ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି। 
ସେ ସବୁବେଳେ ଚାଷୀମାନଙ୍କ ସହ ଅଛନ୍ତି ବୋଲି ବୋଲି ଆଶ୍ୱାସନା ଦେଇଥିଲେ। 

ଏହି ଖବର ପଢ଼ନ୍ତୁ: ନୂଆ ରୂପ ଦେଇଛି ପ୍ଲାଷ୍ଟିକ୍ ସର୍ଜରୀ; ଅଧିକ ଆଗ୍ରହ ଦେଖାଉଛନ୍ତି ଅଭିନେତ୍ରୀ

ଏହି ଗସ୍ତ ଅବସରରେ ଗତକାଲି ପ୍ରାଣ ହରାଇଥିବା ବାଲିକୁଦା ସାରଣ ଗାଁର ଯୁବ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ଭେଟି ଶ୍ରୀ ପଟ୍ଟନାୟକ ସାନ୍ତ୍ୱନା ଜଣାଇଥିଲେ।

ଏହି ଖବର ପଢ଼ନ୍ତୁ: ‘ନୂଆବର୍ଷରେ ଆତ୍ମଚିନ୍ତନ, ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଦରକାର’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe