ମୁହାଁମୁହିଁ ବାଇକ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

Advertisment

ନବରଂଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ରାସ୍ତାର କୁଜା ଜାନିଗୁଡ଼ା ଛକ ନିକଟରେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଚିତ୍ରକୋଟ ଗ୍ରାମର ପୂର୍ଣ ମାଝୀ ଏବଂ ହେମନ୍ତ ବାଣୁଆ।

ନବରଂଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ରାସ୍ତାର କୁଜା ଜାନିଗୁଡ଼ା ଛକ ନିକଟରେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଚିତ୍ରକୋଟ ଗ୍ରାମର ପୂର୍ଣ ମାଝୀ ଏବଂ ହେମନ୍ତ ବାଣୁଆ।

Accident in Tentulikhunti.

Accident in Tentulikhunti. Photograph: (sambad.in)

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ରାସ୍ତାର କୁଜା ଜାନିଗୁଡ଼ା ଛକ ନିକଟରେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଚିତ୍ରକୋଟ ଗ୍ରାମର ପୂର୍ଣ ମାଝୀ(୨୩) ଏବଂ ହେମନ୍ତ ବାଣୁଆ(୨୨)। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ପୂଜାରୀଗୁଡ଼ା ଗ୍ରାମର ସନ୍ଦୀପ କୁମାର ଭତ୍ରା(୨୧)। ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ସନ୍ଦୀପଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ତେନ୍ତୁଳିଖୁଣ୍ଟି ଏଏସଆଇ ଭରତ ମାଝି ପହଂଚି ତଦନ୍ତ ଜାରି ରଖିଛନ୍ତି।

ଏହି ଖବର ପଢ଼ନ୍ତୁ: ‘ନୂଆବର୍ଷରେ ଆତ୍ମଚିନ୍ତନ, ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଦରକାର’

ଗୁମ୍ମା ପଂଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମର ପୂର୍ଣ୍ଣ ମାଝୀ ମେଗା ଜଳ ଯୋଗାଣ ପ୍ରକଳ୍ପରେ ୱାଲ ଅପେରଟର ଭାବେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନରେ ତେନ୍ତୁଳିଖୁଣ୍ଟି ଗ୍ରାମର ଏକ ହଟେଲରେ ଖାଇସାରି ବାଇକ୍‌ ଯୋଗେ ଅଂଚଳଗୁମ୍ମା ଅଭିମୁଖେ ଯାଉଥିଲେ। ପଛରେ ହେମନ୍ତ ବାଣୁଆ ବସିଥିଲେ। ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ ଯୋଗେ ପୂଜାରୀ ଗୁଡ଼ା ଗ୍ରାମର ସମ୍ବିତ କୁମାର ଭତ୍ରା ଆସୁଥିଲେ।

ଏହି ଖବର ପଢ଼ନ୍ତୁ: ଜୀବନ ହାରିଥିବା ଚାଷୀଙ୍କ ପରିବାରକୁ ଭେଟିଲେ ବିରୋଧୀ ଦଳ ନେତା ନବୀନ

ତେବେ ଉଭୟ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇଜଣ ଜଣ ରାସ୍ତା ଏବଂ ଜଣେ ଧାନ କ୍ଷେତ ମଧ୍ୟକୁ ଛିଟିକି ପଡ଼ିଥିଲେ। ଏଥିରେ ପୂର୍ଣ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣାସ୍ଥଳରେ ମୃତ୍ୟୁ ବରଣ ହୋଇଛି। ଦମକଳ କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ହେମନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁରୁତର ଆହତ ସମ୍ବିତଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଏବଂ ପରବର୍ତ୍ତୀ ସମୟରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ଏହି ଖବର ପଢ଼ନ୍ତୁ: ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ

ଏନେଇ ତେନ୍ତୁଳିଖୁଣ୍ଟି ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁଇଟି ବାଇକ୍‌କୁ ଜବତ କରିଛି। ଏଏସ୍‌ଆଇ ଭରତ ମାଝୀ କେଶର ତଦନ୍ତ କରୁଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲୁସ ସୂତ୍ରରୁ ସୂଚନା ମିଳିଛି। 

ଏହି ଖବର ପଢ଼ନ୍ତୁ: ଜିରୋ ଆୱାର୍‌ ସେଲିବ୍ରେସନ୍‌କୁ ନେଇ କଟକଣା: ମଦପିଇ ଗାଡ଼ି ଚଳାଉଥିଲେ ଜରିମାନା, ଡିଏଲ୍‌ ବାତିଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe