20 female drivers went to Pune for training: ପ୍ରଶିକ୍ଷଣ ପାଇଁ ପୁଣେ ଗଲେ ୨୦ ମହିଳା ଡ୍ରାଇଭର: ୧୪ ଦିନିଆ ପ୍ରଶିକ୍ଷଣରୁ ଫେରିଲେ ଚଲାଇବେ ‘ଆମ ବସ୍’

Advertisment

ସହରାଞ୍ଚଳ ପରିବହନରେ ମହିଳାଙ୍କ ସହଭାଗିତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କ୍ରୁଟ୍‌ର ‘ଆମ ବସ୍’ ସେବା ପାଇଁ ମହିଳା ଡ୍ରାଇଭରଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣେରେ ମହିଳାଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପରେ ଚାଳକ ଭାବେ ନିଯୁକ୍ତି ଦେବାକୁ ଯୋଜନା କରାଯାଇଛି।

ସହରାଞ୍ଚଳ ପରିବହନରେ ମହିଳାଙ୍କ ସହଭାଗିତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କ୍ରୁଟ୍‌ର ‘ଆମ ବସ୍’ ସେବା ପାଇଁ ମହିଳା ଡ୍ରାଇଭରଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣେରେ ମହିଳାଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପରେ ଚାଳକ ଭାବେ ନିଯୁକ୍ତି ଦେବାକୁ ଯୋଜନା କରାଯାଇଛି।

dgjjjgjgj

ଭୁବନେଶ୍ୱର: ସହରାଞ୍ଚଳ ପରିବହନରେ ମହିଳାଙ୍କ ସହଭାଗିତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କ୍ରୁଟ୍‌ର ‘ଆମ ବସ୍’ ସେବା ପାଇଁ ମହିଳା ଡ୍ରାଇଭରଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣେରେ ମହିଳାଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପରେ ଚାଳକ ଭାବେ ନିଯୁକ୍ତି ଦେବାକୁ ଯୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ପର୍ଯ୍ୟାୟରେ ଭାରି ମୋଟର ଯାନ ଲାଇସେନ୍ସ ଥିବା ୨୦ଜଣ ମହିଳା ଚାଳକଙ୍କୁ ପ୍ରଶିକ୍ଷଣ ପାଇଁ ପୁଣେ ପଠାଯାଇଛି। ଆଜି ବିମାନ ଯୋଗେ ସମସ୍ତେ ପୁଣେ ଅଭିମୁଖେ ଯାତ୍ରା କରିଛନ୍ତି।

Cricket: ଆଜି ୟୁନିଲାଇଟ୍‌ କପ୍‌ ଫାଇନାଲ୍‌: ବିଜେଇଏମ୍‌ ବନାମ ଡିଏଭି ଚନ୍ଦ୍ରଶେଖରପୁର

ପୁଣେ ଯିବା ପୂର୍ବରୁ ଆଜି ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ ଉପସ୍ଥିତ ରହି ଏହି ମହିଳା ଡ୍ରାଇଭରଙ୍କୁ ସମ୍ମାନିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ତାଲିମ କାର୍ଯ୍ୟକ୍ରମକୁ ସଫଳତାର ସହ ସମାପ୍ତ କରି ଜନ ପରିବହନ ସେବାରେ ଉଦାହରଣ ସୃଷ୍ଟିକୁ ପରାମର୍ଶ ଦେଇଛନ୍ତି। ଚୟନ ହୋଇଥିବା ଏହି ମହିଳା ପ୍ରଶିକ୍ଷାର୍ଥୀମାନେ ଆଧୁନିକ ଇଲେକ୍ଟ୍ରିକ୍ ବସ୍ ଚାଳନାର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏଭଳି ସ୍ୱତନ୍ତ୍ର ତାଲିମ ନେବେ।

Rangeilunda Airport: ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହେବ ଡ୍ରୋନ୍ ବିପ୍ଳବ କେନ୍ଦ୍ର

ଫେବ୍ରୁଆରି ୨ରୁ ୧୫ ତାରିଖ, ୧୪ ଦିନ ଧରି ଏହି ପ୍ରଶିକ୍ଷଣ ଚାଲିବ। ଜିଆଇଜେଡ୍‌ର ବୈଷୟିକ ସହାୟତାରେ ପୁଣେର ମୂଳ ଉପକରଣ ନିର୍ମାତା ‘ଏକ୍କା ମୋବିଲିଟି’ ପ୍ଲାଣ୍ଟରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ବସ୍ ପରିଚାଳନା, ଉନ୍ନତ ଡ୍ରାଇଭିଂ, ସୁରକ୍ଷା ପ୍ରୋଟୋକଲ୍ ଓ ପରିଚାଳନାଗତ ଉତ୍କର୍ଷତା ଉପରେ ଧ୍ୟାନ ଦିଆଯିବ। ପ୍ରଶିକ୍ଷାର୍ଥୀମାନେ ଫେବ୍ରୁଆରି ୧୭ରେ ଫେରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ, ମହାପ୍ରବନ୍ଧକ ସହଦେବ ସମାଧିଆଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe