Accident : ଦୁର୍ଘଟଣା ଭାଙ୍ଗିଦେଲା ସ୍ବପ୍ନ, ସଜେଇ ଦେଉଥିବା ହାତ ଆଜି ଅସଜଡ଼ା

Advertisment

ଆଖିରେ ମେଞ୍ଚାଏ ସ୍ବପ୍ନ ନେଇ ଆସିଥିଲେ ଭୁବନେଶ୍ବର। ପିଲା ଦିନରୁ ମହିଳାଙ୍କ ସୌନ୍ଦର୍ଯ୍ୟ ପ୍ରତି ଥିଲା ତାଙ୍କର ଦୁର୍ବଳତା। ତେଣୁ ସୌନ୍ଦର୍ଯ୍ୟ ବୃଦ୍ଧି କରାଇ ଖୁସି ପାଉଥିବା କୁନି ଝିଅଟି ବଡ଼ ହୋଇ....

ଆଖିରେ ମେଞ୍ଚାଏ ସ୍ବପ୍ନ ନେଇ ଆସିଥିଲେ ଭୁବନେଶ୍ବର। ପିଲା ଦିନରୁ ମହିଳାଙ୍କ ସୌନ୍ଦର୍ଯ୍ୟ ପ୍ରତି ଥିଲା ତାଙ୍କର ଦୁର୍ବଳତା। ତେଣୁ ସୌନ୍ଦର୍ଯ୍ୟ ବୃଦ୍ଧି କରାଇ ଖୁସି ପାଉଥିବା କୁନି ଝିଅଟି ବଡ଼ ହୋଇ....

1

ଖଣ୍ଡଗିରି: ଆଖିରେ ମେଞ୍ଚାଏ ସ୍ବପ୍ନ ନେଇ ଆସିଥିଲେ ଭୁବନେଶ୍ବର। ପିଲା ଦିନରୁ ମହିଳାଙ୍କ ସୌନ୍ଦର୍ଯ୍ୟ ପ୍ରତି ଥିଲା ତାଙ୍କର ଦୁର୍ବଳତା। ତେଣୁ ସୌନ୍ଦର୍ଯ୍ୟ ବୃଦ୍ଧି କରାଇ ଖୁସି ପାଉଥିବା କୁନି ଝିଅଟି ବଡ଼ ହୋଇ ନିଶାକୁ ପେସା କରିବ‌ାକୁ ମନସ୍ଥ କରିଥିଲା। ସେଥିପାଇଁ ତ ଭୁବନେଶ୍ବରର ଏକ ପାର୍ଲରରେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ପାର୍ଲରରେ କାମ କରି ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ସହ ସ୍ବପ୍ନ ବାସ୍ତବତାର ରୂପ ନେଉଥିବା ଅନୁଭବ କରିବ‌ା ଆରମ୍ଭ କରିଥିଲେ। ହେଲେ ବିଧାତାର ଖେଳ ଥିଲା ଅଲଗା। ଏକ ଅଶୁଭ ଦିନରେ ଏକ ଦୁର୍ଘଟଣା ତାଙ୍କ ସ୍ବପ୍ନକୁ ‌କେବଳ ଭାଙ୍ଗି ଦେଇ ନଥିଲା, ବରଂ ତାଙ୍କଠାରୁ ରୋଜଗାର ମଧ୍ୟ ଛଡ଼ାଇ ନେଇଥିଲା। ଦୁର୍ଘଟଣାରେ ଗୋଟିଏ ହାତ ଅଚଳ ହୋଇଯାଇଥିଲା। ଏହାପରେ ଅନ୍ୟର ସୌନ୍ଦର୍ଯ୍ୟରେ ରଙ୍ଗମାଖୁଥିବା ହାତ, ଆଜି ନିଜ  ଚୁଟି ମଧ୍ୟ ସଜାଡ଼ି ପାରୁନାହିଁ। ଏଭଳି ଏକ ଝିଅ ହେଉଛନ୍ତି ଝିଲ୍ଲୀ ସୋହଲା। ନିକଟରେ ତାଙ୍କ ଦୁର୍ଘଟଣାକୁ ବ‌ର୍ଷେ ପୁରିଛି। ହେଲେ ସେ ଦିନକୁ ଝିଲ୍ଲୀ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି।

Surendra Mohanty: ‘ସାହିତ୍ୟ ସୃଷ୍ଟି ଦୃଷ୍ଟିରୁ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନର ତୁଳନା ନାହିଁ’


ଠିକ୍‌ବର୍ଷେ ତଳେ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ପମ୍ପ ନିକଟରେ ରାସ୍ତା‌ପାର ହେଉଥିବା ବେଳେ ସମ୍ବଲପୁର ଜିଲ୍ଲାର ଝିଲ୍ଲୀ ସୋହଲା ‘ମୋ ବସ୍‌’ ଧକ୍କାରେ ଗୁରୁତର ଆହତ ହୋଇଥିଲେ। ଆହତ ଝିଲ୍ଲୀଙ୍କୁ ଏମ୍‌ସ ନିଆଯାଇଥିଲା। ଏମ୍‌ସ୍‌ର ବର୍ଣ୍ଣ ଆଣ୍ଡ୍‌ପ୍ଲାଷ୍ଟିକ୍‌ସର୍ଜରି ବିଭାଗରେ ପାଖାପାଖି ୩ ମାସ ଧରି ‌ସେ ଚିକିତ୍ସାଧୀନ ଥିଲେ। ଏହି ଅବଧିରେ ତାଙ୍କର ୬ଥର ଅସ୍ତ୍ରୋପଚାର ହୋଇଥିଲା। ଝିଲ୍ଲୀ ଭୁବନେଶ୍ବର ଆସି ସ୍ବଳ୍ପ ଦରମାରେ ପା‌ର୍ଲରରେ କାମ କରୁଥିଲେ। ‌ପେଟକୁ କାଟି ଘରକୁ ପଠାଉଥିବା ଅର୍ଥରେ ଘର ଚଳୁଥିଲା, ବାପା ମା’ଙ୍କ ଚିକିତ୍ସା ଖର୍ଚ୍ଚ ଉଠୁଥିଲା। ଅର୍ଥାଭାବରୁ ୧୭ ବର୍ଷର ସାନ ଭଉଣୀର ପାଠରେ ଡୋରି ବନ୍ଧା ହୋଇ ଯାଇଥିଲା। ଦୁର୍ଘଟଣା ପରେ ମାସକ ଭିତରେ ଝିଲ୍ଲୀଙ୍କ ପରିବାରର ସ୍ଥିତି ସମ୍ପୂର୍ଣ୍ଣ ଦୋହଲି ଯାଇଥିଲା। ରୋଜଗାର ନିଶାରେ ଗାଁ ଛାଡ଼ିଥିବା ବଡ଼ ଝିଅର ଏହି ଅଘଟଣ, ସମଗ୍ର ପରିବାରର ସ୍ଥିତିକୁ ଦୋହଲାଇ ଦେଇଥିଲା।

Science-Based Child Care: ଆଜିର ଆବଶ୍ୟକତା: ବିଜ୍ଞାନଭିତ୍ତିକ ଶିଶୁ ଯତ୍ନ


ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଝିଲ୍ଲୀ ପୂର୍ବରୁ କାମ କରୁଥିବା ପାର୍ଲରରେ ଏବେ କାମ କରୁଛନ୍ତି। ହେଲେ ବାମ ହାତଟି କାର୍ଯ୍ୟକ୍ଷମ ହେଉ ନଥିବାରୁ ଗ୍ରାହକଙ୍କୁ ସେଭଳି ସେବା ଯୋଗାଇ ପା‌ରୁନାହାନ୍ତି। ପାର୍ଲର ମୁଖ୍ୟ ମମତାରାଣୀ ଜେନାଙ୍କ କହିବା କଥା, ଝିଲ୍ଲୀ ଏବେ ଏକା କୌଣସି କାମ କରି ପାରୁନାହାନ୍ତି। ମଝି‌ରେ ମଝିରେ ହାତ ଯନ୍ତ୍ରଣା ଏତେ ବଢ଼ିଯାଉଛି ଯେ, ଉଠିବା ସମ୍ଭବପର ହେଉନି। ଝିଲ୍ଲୀ କୁହନ୍ତି, ମୋର ପୂରା ଭବିଷ୍ୟତ ଅନ୍ଧାର ଭିତରକୁ ଚାଲି ଯାଇଛି। ହାତ ବଙ୍କା ହୋଇ ରହୁଛି। ହାଡ଼ର ଚିକିତ୍ସା ବାକି ଅଛି। ୬ ଥର ଅତ୍ସୋପଚାର ପରେ ଆହୁରି ଦୁଇଟି ଅସ୍ତ୍ରପ୍ରଚାର ହେବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe