ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ମହିଳାଙ୍କ ହାତ ଆଙ୍ଗୁଠି କାଟିବା ସହ ଗୋଡ଼ଭାଙ୍ଗି ସୁନାଚେନ୍ ଲୁଟ୍ ମାମଲାରେ ଆଜି ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଭୁବନେଶ୍ୱର ତୃତୀୟ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ହିମାଂଶୁ ଶେଖର ମଲ୍ଲିକ ମାମଲାର ବିଚାର କରି ଆସାମୀ ସାଲିଆସାହି ବସ୍ତିର ନାରାୟଣ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୨ବର୍ଷ ଜେଲ୍ଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Dispute over the river: ନଦୀକୁ ନେଇ ବିବାଦ
4-month MRNEGA: ୧୪ ମାସର ମନରେଗା ବିଲ୍ ବନାମ ୪ ଦିନର ଭିବି-ଜି ରାମ ଜି ବିଲ୍
ସୂଚନା ମୁତାବକ, ଗତ ୨୦୨୦ ମସିହା ଜୁଲାଇ ୨୬ ତାରିଖ ସକାଳ ପ୍ରାୟ ୯ଟା ଆଇଆର୍ସି ଭିଲେଜ୍ର ଚକ୍ରପାଣି ମିଶ୍ର ମାଛକିଣିବା ପାଇଁ ନିକଟ ମାର୍କେଟ୍କୁ ଯାଇଥାଆନ୍ତି। ପତ୍ନୀ ତୁଳସୀଦେବୀ ଘରେ ଥାଆନ୍ତି। ଏହି ସମୟରେ ଚକ୍ରପାଣିଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ମହିଳା ଫୋନ୍ କରିଥିଲେ। ତାଙ୍କ ପତ୍ନୀଙ୍କୁ କେହି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରି ଲୁଟ୍ କରିଥିବା କହିଥିଲେ। ଏଭଳି ଖବରପାଇବା ପରେ ଚକ୍ରପାଣି ତୁରନ୍ତ ମାର୍କେଟରୁ ଆସି ଘରେ ପହଞ୍ଚିଥିଲେ। ତଳେ ପତ୍ନୀ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିବା ବେଳେ ଆଙ୍ଗୁଠିରୁ ପ୍ରଚୁର ରକ୍ତସ୍ରବା ହେଉଥାଏ, ଗୋଡ଼ ଭଙ୍ଗାଯାଇଥାଏ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇବା ସହ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ଘଟଣାର ଗୁରୁତ୍ବକୁ ଦେଖି ତତ୍କାଳୀନ ଆଇଆଇସି ଶରତ କୁମାର ସାହୁ ଓ ଅରୁଣ କୁମାର ସ୍ବାଇଁଙ୍କ ନେତୃତ୍ବରେ ଟିମ୍ ଗଠନ କରାଯାଇଥିଲା। କୋଭିଡ୍ ସମୟ ଥିବାରୁ ବହୁ କଷ୍ଟରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ମାମଲା ବିଚାରାଧୀନ ଥିବା ବେଳେ କୋର୍ଟ ୧୭ଜଣ ସାକ୍ଷ୍ୟ ଓ ଦସ୍ତାବିଜ୍ ଆଧାରରେ ଏହି ରାୟ ପ୍ରକାଶ କରିଛନ୍ତି। ସରକାର ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରୋସିକ୍ୟୁଟର ଶୁଭଶ୍ରୀ ଜେନା ମାମଲାର ପରିଚାଳନା କରିଥିଲେ।
Follow Us