ଭୁବନେଶ୍ବର‌: ଚାକିରି ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ଆଉ ଜଣେ ମାଷ୍ଟରମାଇଣ୍ଡକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦିଲ୍ଲୀରୁ ଗିରଫ କରିଛି। ସେ ହେଲା ବିହାର ଖଙ୍ଗାରିଆ  ଅଞ୍ଚଳର ଗୌତମ କୁମାର। ଗିରଫ ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ୪ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇଥିଲା। ଆଜି ତାକୁ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Advertisment

Environmental warrior: ପରିବେଶ ଯୋଦ୍ଧା: ଗଛ ଓ ଚଢ଼େଇଙ୍କ ସେବାରେ ରଞ୍ଜନ

 
ସୂଚନା ମୁତାବକ, ଗତ ୨୦୨୦ ମସିହାରରୁ ଗୌତମ, ଧରମପାଲ ସିଂହ, ମିତ୍ ସିଂହ, ଜୟରାମ ତିୱାରୀ ଏବଂ  ସହଯୋଗୀମାନେ ଚାକିରି ପାଇଁ ଆବେଦନ କରୁଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍‌ କରିଥିଲେ। ଆଶାୟୀଙ୍କ ମନରେ ବିଶ୍ବାସ ଜନ୍ମାଇବା  ପାଇଁ  ସରକାରୀ ୱେବ୍‌ସାଇଟ୍‌ ଭଳି ଜାଲ୍‌ ୱେବ୍‌ସାଇଟ୍‌ ଖୋଲିଥିଲେ। ଜିଲ୍ଲାଗୁଡ଼ିକରେ ବ୍ଲକ୍‌ କୋର୍ଡିନେଟର, କମ୍ପୁଟର ଅପରେଟର୍‌, ବ୍ଲକ ସର୍ଭେୟର ଆଦି ପଦବି ପାଇଁ ଅବେଦନ କରିବାକୁ ବିଜ୍ଞାପନ ଦିଆଯାଇଥିଲା। ଅନ୍‌ଲାଇନ୍‌ରେ ଆବେଦନକାରୀଙ୍କ ପରୀକ୍ଷା ସହ ସାକ୍ଷାତାକାର କରାଯାଉଥିଲା। ଏପରିକି, ଚାକିରି ନାଁରେ ହେଉଥିବା ଠକାମି ପ୍ରତି ସତର୍କ ରହିବାକୁ ମଧ୍ୟ ସଂସ୍ଥା ପକ୍ଷରୁ ସତର୍କ କରାଯାଉଥିଲା।

Air-purifying: ବାୟୁ ସଫା କରୁଥିବା ଘରୋଇ ଗଛ

 
ଆଶାୟୀଙ୍କଠାରୁ ଠକମାନେ ସାଢ଼େ ୬କୋଟିରୁ ଊର୍ଧ୍ବ ଟଙ୍କା ଠକିନେଇଥିଲେ। ଓଡ଼ିଶାର ହଜାର ହଜାର ଆଶାୟୀ ଠକାମିର ଶିକାର ହୋଇଥିବା ଜଣାପଡ଼ିବା ପରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନିଜକୁ ଆବେଦନକାରୀ ଦର୍ଶାଇ ଇଓଡବ୍ଲ୍ୟ ପକ୍ଷରୁ ଆବେଦନ ଫି ଦିଆଯାଇଥିଲା। ତେ‌ବେ ସେ ଟଙ୍କା କେଉଁ ଆକାଉଣ୍ଟକୁ ଯାଉଛି? କେଉଁଠୁ ଟଙ୍କା ଊଠୁଛି? ଆର୍ଥିକ କାରବାର ଓ ସିଡିଆର୍‌ ରିପୋର୍ଟକୁ ଯାଞ୍ଚ କରି ଇଓଡବ୍ଲ୍ୟୁ ରୢାକେଟ୍‌ର ଠିକଣା ଠାବ କରିଥିଲା। ପରେ ଏକ ଟିମ୍‌ ବିହାରରେ ପହଞ୍ଚି ଚଢ଼ଉ କରି ରୢାକେଟ୍‌ ୩ ମାଷ୍ଟରମାଇଣ୍ଡ ଧରମପାଲ ସିଂହ, ମିତ୍ ସିଂହ, ଜୟରାମ ତିୱାରୀଙ୍କୁ ଗିରଫ କରିଥିଲା। ତେବେ ସଂସ୍ଥାରେ ଗୌତମ ସ୍କିଲ୍‌ ଡେଭଲପର ଭାବେ କାର୍ଯ୍ୟ ତୁଲାଉଥିଲା। ତା’ର ଦୁଇଟି ସଂସ୍ଥାକୁ ୭୦ଲକ୍ଷ ଟଙ୍କା ଆସିଥିବା ଜଣାପଡ଼ିଛି। ଇଓଡବ୍ଲ୍ୟୁ ବ୍ୟାଙ୍କ ତଥ୍ୟକୁ ଆଧାର କରି ଦିଲ୍ଲୀରେ ଚଢ଼ଉ କରି ଗୌତମକୁ ଗିରଫ କରିଥିଲା। ଗ୍ୟାଙ୍ଗ୍‌ରେ ସମ୍ପୃକ୍ତ ଅନ୍ୟ ସହଯୋଗୀକୁ ଗିରଫ ପାଇଁ ତନାଘନା ଜାରି ରଖିଛି।

Odisha map: ଓଡ଼ିଶାର ମାନଚିତ୍ର ବଦଳାଇଦେବ ରାସ୍ତା