Ahamikar Storm: ପରିବାର ମହତ୍ତ୍ୱର ବାର୍ତ୍ତାଦେଲା ‘ଅହମିକାର ଝଡ଼’

Advertisment

ଡା. ସମରେନ୍ଦ୍ର ସହରର ଜଣେ ନାମୀଦାମୀ ମେଡିସିନ୍ ସ୍ପେସାଲିଷ୍ଟ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ବଡ଼ ମନ୍ତ୍ରୀଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ। ହେଲେ ପ୍ରତିଷ୍ଠାର ଅହମିକାରେ ଅନ୍ଧ...

ଡା. ସମରେନ୍ଦ୍ର ସହରର ଜଣେ ନାମୀଦାମୀ ମେଡିସିନ୍ ସ୍ପେସାଲିଷ୍ଟ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ବଡ଼ ମନ୍ତ୍ରୀଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ। ହେଲେ ପ୍ରତିଷ୍ଠାର ଅହମିକାରେ ଅନ୍ଧ...

Untitled-24

ଭୁବନେଶ୍ୱର: ଡା. ସମରେନ୍ଦ୍ର ସହରର ଜଣେ ନାମୀଦାମୀ ମେଡିସିନ୍ ସ୍ପେସାଲିଷ୍ଟ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ବଡ଼ ମନ୍ତ୍ରୀଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ। ହେଲେ ପ୍ରତିଷ୍ଠାର ଅହମିକାରେ ଅନ୍ଧ ହୋଇ ରୋଗୀମାନଙ୍କଠାରୁ ଅର୍ଥ ଶୋଷଣ କରିଥା’ନ୍ତି। ପତ୍ନୀ ସୁନନ୍ଦା ମଧ୍ୟ ବିଭିନ୍ନ କ୍ଲବ୍ ଯାଇ ମଉଜ ମଜଲିସ୍‌ରେ ସମୟ କଟାନ୍ତି। ତାଙ୍କର ଏକମାତ୍ର କନ୍ୟା ତନ୍ମୟୀ କିନ୍ତୁ ଖୁବ୍ ସଂସ୍କାରୀ। ଡା. ସମରେନ୍ଦ୍ର ତାଙ୍କର ପିଲାଦିନର ବନ୍ଧୁ ସିଦ୍ଧାର୍ଥ ରାୟର ପୁଅ ଆଇଏଏସ୍ ଟପର ଅମ୍ଳାନ୍ ରାୟ ସହିତ ତନ୍ମୟୀର ବିବାହର ପ୍ରସ୍ତାବ ଦିଅନ୍ତି। ହେଲେ ସେ ଏଥିରେ ରାଜି ହୁଏ ନାହିଁ। ଏହା ଭିତରେ ତାଙ୍କ ପୋଷାକୁକୁର ଅସୁସ୍ଥ ହୋଇପଡ଼େ। ତା’ର ଚିକିତ୍ସା କରୁଥିବା ଡା. ରୋନକକୁ ସେ ପସନ୍ଦ କରେ। ହେଲେ ଖଳନାୟକ ଦୁଃଖୀଶ୍ୟାମ ଡା. ସମରେନ୍ଦ୍ରଙ୍କୁ ଇଆଡ଼ୁ ସିଆଡୁ କହି ଡା. ରୋନକ୍‌ର ବଦଳି ସୁଦୂର ମାଲକାନାଗିରି କରେଇ ଦିଏ। ଏହା ଜାଣିବା ପରେ ତନ୍ମୟୀ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନିଏ। ହେଲେ ଡା. ସମରେନ୍ଦ୍ର ଓ ସୁନନ୍ଦା ତାଙ୍କୁ ଉଦ୍ଧାର କରନ୍ତି। ଏକମାତ୍ର ଝିଅକୁ ହରାଇବାର ଡର ତାଙ୍କ ଅହଂକାରକୁ ଭାଙ୍ଗି ଦିଏ।  ତାଙ୍କ ଅହମିକାର ଝଡ଼ରେ ପରିବାରର ସୁଖ ଉଜୁଡ଼ି ଯିବା ପୂର୍ବରୁ ସେ ଆତ୍ମସଚେତନ ହୋଇଉଠନ୍ତି। ଝିଅ ତନ୍ମୟୀଙ୍କୁ ତା’ର ପସନ୍ଦର ଡା. ରୋନକଙ୍କ ସହ ବିବାହ କରାଇ  ଜଣେ ଦାୟିତ୍ବବାନ ପିତାର କର୍ତ୍ତବ୍ୟ କରନ୍ତି। ଏଭଳି କିଛି ପାରିବାରିକ କଥାବସ୍ତୁକୁ ନେଇ ଅଭିଳାଷ ଥିଏଟର ପକ୍ଷରୁ ରବୀନ୍ଦ୍ରମଣ୍ଡପରେ ମଞ୍ଚସ୍ଥ ହୋଇଯାଇଛି ନାଟକ ‘ଅହମିକାର ଝଡ଼’।

Diary: ଆତ୍ମ ଆବିଷ୍କାରର ପ୍ରକୃଷ୍ଟ ସାଧନ ଡାଏରି

Army bomb: ମ୍ୟାମାର ହସ୍‌ପିଟାଲ୍‌ ଉପରେ ସେନାର ବୋମାମାଡ଼: ୩୪ ମୃତ

‘ଶ୍ୱେତପଦ୍ମା’ ଅନୁଷ୍ଠାନର ଦ୍ୱାଦଶ ଓଡ଼ିଆ ମଞ୍ଚ ନାଟକ ମେଳାର ପ୍ରଥମ ନାଟକ ଭାବରେ ପ୍ରଦର୍ଶିତ ଏହି ନାଟକର ରଚନା ପ୍ରଶାନ୍ତ କୁମାର ବିଶ୍ୱାଳ କରିଥିଲେ। ହୃଷୀକେଶ ମହାପାତ୍ର ନିର୍ଦ୍ଦେଶନା ଦେଇଥିବା ବେଳେ ସହନିର୍ଦ୍ଦେଶନା ଦେଇଥିଲେ ବିରଞ୍ଚି କୁମାର ଦାସ। କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ପୂର୍ବତନ ପ୍ରମୁଖ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ନାଟ୍ୟକାର ଧୀରେନ୍ଦ୍ର ନାଥ ମଲ୍ଲିକ, ହରେନ ସାହୁ, ଅନୁଷ୍ଠାନର ସଭାପତି ପ୍ରଦୀପ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସାହିତ୍ୟିକ ଚନ୍ଦ୍ରଶେଖର ହୋତାଙ୍କୁ ‘ଶ୍ୱେତପଦ୍ମା ସାରସ୍ବତ ପ୍ରତିଭା ସମ୍ମାନ’ ଓ ସତ୍ୟ ନାରାୟଣ ଜେନାଙ୍କୁ ‘ଶ୍ୱେତପଦ୍ମା ମଞ୍ଚ ଜ୍ୟୋତି ସମ୍ମାନ’ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe