Ashok's ': ଅଶୋକଙ୍କ ‘ନୋ ପଲିଟିକ୍ସ’ ବନ୍ଧୁମିଳନ

Advertisment

ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସୋମବାରିଆ ବନ୍ଧୁମିଳନ ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତ ଅଶୋକ ଆଜି ମନ୍ଦିରର ଆନନ୍ଦ...

ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସୋମବାରିଆ ବନ୍ଧୁମିଳନ ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତ ଅଶୋକ ଆଜି ମନ୍ଦିରର ଆନନ୍ଦ...

Untitled-18

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସୋମବାରିଆ ବନ୍ଧୁମିଳନ ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତ ଅଶୋକ ଆଜି ମନ୍ଦିରର ଆନନ୍ଦ ବଜାରରେ ପ୍ରସାଦ ସେବନ ପାଇଁ ବନ୍ଧୁ ଓ ସହଯୋଗୀଙ୍କୁ ଡାକିଥିଲେ। ୫୦୦ରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ। ନିଜ ଦଳର ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ଏକାମ୍ରର ବିଭିନ୍ନ ଅଞ୍ଚଳର ନାଗରିକ କମିଟି, କର୍ପୋରେଟର, ଗଣମାଧ୍ୟମ ପ୍ରତିନିଧି ଓ ଶୁଭେଚ୍ଛୁମାନଙ୍କୁ ଡାକିଥିଲେ। ନବୀନନିବାସ ଓ ଶଙ୍ଖ ଭବନର କର୍ମଚାରୀମାନେ ବି ଅତିଥି ତାଲିକାରୁ ବାଦ୍ ପଡ଼ି ନଥିଲେ। ପ୍ରଫୁଲ୍ଲ ଘଡ଼ାଇ, ଦେବୀପ୍ରସାଦ ମିଶ୍ର, ଦେବାଶିଷ ସାମନ୍ତରାୟ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଭୁବନେଶ୍ବରର ଦୁଇ ବିଧାୟକ ବାପୁ ଓ ବୁନୁ, ମେୟର ସୁଲୋଚନା ଦାସ ସମସ୍ତେ ପ୍ରସାଦ ସେବନ କରିଥିଲେ। ଚନ୍ଦକା ବଣଭୋଜିର ତିନି ଦିନ ପରେ ଅଶୋକଙ୍କ ଏହି ବନ୍ଧୁମିଳନକୁ ନେଇ ସକାଳୁ ସକାଳୁ ରାଜନୈତିକ ଆଲୋଚନା ଆରମ୍ଭ ହୋଇଯାଇଥିଲା। ଅବଶ୍ୟ ଅଶୋକଙ୍କର ଏହା ଅଦିନିଆ ବନ୍ଧୁମିଳନ ନୁହେଁ। ପ୍ରତି ବର୍ଷ ପୁଷ ମାସରେ ମନ୍ଦିରରେ ସେ ଏମିତି ପ୍ରସାଦ ସେବନର ବ୍ୟବସ୍ଥା କରାଇଥା’ନ୍ତି। କିନ୍ତୁ ବର୍ତ୍ତମାନ ବିଜେଡିର ରାଜନୈତିକ ପାଣିପାଗ ଯାହା, ଚର୍ଚ୍ଚା ତ ଯେମିତି ହେଲେ ହେବ। ପୁଣି ନବୀନଙ୍କ ଖାସ୍ ଅନୁଗତ ଅଶୋକ ଯେତେବେଳେ ବନ୍ଧୁମିଳନ କରୁଛନ୍ତି, ତେଣୁ ସମସ୍ତଙ୍କର ନଜର ସେଠାରେ ରହିବ  ହିଁ ରହିବ।

n the Zamindari: ଜମିଦାରୀ ଗାଁ’ରେ ସାଇତା ସ୍ମୃତି, ସବାରି, ପାଲିଙ୍କି ସାଜିଛି ଇତିହାସର ମୂକକସାକ୍ଷୀ

Shambhu: ‘ଶମ୍ଭୁ’ ଅସୁସ୍ଥ


ତେବେ ସେଠାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ମନ୍ଦିର ଭିତରେ ଅଶୋକ ରାଜନୈତିକ ଆଲୋଚନା ଓ ଚର୍ଚ୍ଚାକୁ ରୋକ୍‌ଠୋକ୍‌ ମନା କରୁଥିଲେ।  ସେଠି ଯିଏ ବିଜେଡିର ଭିତର ରାଜନୀତି କଥା ଆଲୋଚନା କରୁଥିଲା କିମ୍ବା ଏକାମ୍ର ରାଜନୀତି କଥା ଉଠାଉଥିଲା, ଅଶୋକ ତାଙ୍କୁ ବାରଣ କରୁଥିଲେ। ସମସ୍ତଙ୍କୁ ‘ନୋ ପଲିଟିକ୍ସ’ କହି ରାଜନୈତିକ ଆଲୋଚନାକୁ ଅଟକାଇ ଦେଉଥିଲେ। ମହାପ୍ରଭୁଙ୍କ ମନ୍ଦିର ଭିତରେ ରାଜନୈତିକ ଆଲୋଚନା କରିବାନି ବୋଲି କହୁଥିଲେ। କିନ୍ତୁ ଯେଉଁଠି ବିଜେଡିର ଆଗଧାଡ଼ିର ନେତା ଅଛନ୍ତି ଓ ଗଣମାଧ୍ୟମ ପ୍ରତିନିଧି ଅଛନ୍ତି, ସେଠି କେଉଁଠି ନା କେଉଁଠି ତ ରାଜନୀତି ନିଶ୍ଚିତ ଧସେଇ ପଶିବ। ଶେଷକୁ ସେଇୟା ହେଲା। ମନ୍ଦିର ଭିତରେ ସିନା କେହି ଆଲୋଚନା କଲେନି। କିନ୍ତୁ ମନ୍ଦିର ବାହାରେ ଗଣମାଧ୍ୟମ ପ୍ରତିନିଧିମାନେ ବିଜେଡି ନେତାଙ୍କ ଠାରୁ ପ୍ରତିକ୍ରିୟା ପାଇବାରେ ସକ୍ଷମ ହେଲେ। ବିଜେଡିର ଆଭନ୍ତରୀଣ ରାଜନୀତି ଉପରେ ଦେବାଶିଷ ସାମନ୍ତରାୟ ଓ ପ୍ରମିଳା ମଲ୍ଲିକ ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe