ଭୁବନେଶ୍ବର: ଚନ୍ଦକା ଅଭୟାରଣ୍ୟ କୁମାରଖୁଣ୍ଟି ହାତୀ ପାଠଶାଳାର ସବୁଠୁ ଗେହ୍ଲା ହାତୀ ଛୁଆ ‘ଶମ୍ଭୁ’ ଏବେ ଅସୁସ୍ଥ ହୋଇପଡ଼ିଛି। ଆଜି ସକାଳ ୧୦ଟାରେ ଛୁଆ ହାତୀଟି ଅସୁସ୍ଥ ହୋଇପଡ଼ିଥିବା ଯତ୍ନ ନେଉଥିବା ମାହୁନ୍ତ ଦେଖିବାକୁ ପାଇଥିଲେ। ତେଣୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ସଙ୍ଗେ ସଙ୍ଗେ ଚିକିତ୍ସା କରାଇଥିଲେ। ଡାକ୍ତରମାନେ ନିରୀକ୍ଷଣ କରିବା ସମୟରେ ଜାଣିବାକୁ ପାଇଥିଲେ ଯେ ‘ଶମ୍ଭୁ’ର ପଛ ଗୋଡ଼ରେ କିଛିଟା ଅସୁବିଧା ହୋଇଛି। ହାତୀଛୁଆଟି ଠିକ୍ ଭାବେ ଚାଲିପାରୁ ନଥିଲା। କାଉନ୍ଦା ହୋଇ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହୁଥିଲା। ଚଳଚଞ୍ଚଳ ଥିବା ହାତୀ ଛୁଆର ହଠାତ୍ ଏଭଳି ଅବସ୍ଥା ଦେଖି ସମସ୍ତେ ଚକିତ ହୋଇଥିଲେ। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହାତୀଟିର ଚିକିତ୍ସା ଜାରି ରହିଛି। ରାତି ପର୍ଯ୍ୟନ୍ତ ହାତୀଟି ସମ୍ପୂର୍ଣ୍ଣ ନିରୀକ୍ଷଣରେ ରହିଥିବା ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
Petrol refusal : ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ୍ ମନା ପ୍ରସଙ୍ଗ, ମିଳିଲା ସମୟ, ଜାନୁଆରିରୁ କଡ଼ାକଡ଼ି ଯାଞ୍ଚ
କେନ୍ଦୁଝର ଜଙ୍ଗଲରୁ ଉଦ୍ଧାର ହୋଇ ହାତୀ ପାଠଶାଳାକୁ ଆସିଥିବା ହାତୀଟି ଏବେ ସମସ୍ତଙ୍କ ଗେହ୍ଲା ପାଲଟିଛି। ୯ ହାତୀ ମଧ୍ୟରେ ସବୁଠୁ ଛୋଟ ‘ଶମ୍ଭୁ’ ଏବେ ସବୁରି ପ୍ରିୟ। ହାତୀଶାଳାର ୧୬ ମାହୁନ୍ତଙ୍କ ମଧ୍ୟରୁ ୫ଜଣ ଶମ୍ଭୁର ଯତ୍ନ ନେଉଥିଲେ ହେଁ ସମସ୍ତଙ୍କ ନଜର ଏବେ ‘ଶମ୍ଭୁ’ ଉପରେ ରହିଛି। ବନ ବିଭାଗର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ ପ୍ରତିଦିନ ସକାଳୁ ‘ଶମ୍ଭୁ’କୁ ପ୍ରାତଃଭ୍ରମଣରେ ନିଆଯାଉଥିଲା। ଜଙ୍ଗଲ ଭିତରେ କିଛି ବାଟ ଚାଲୁଥିଲା। ଛୁଆ ହୋଇଥିବାରୁ ଅନ୍ୟ ହାତୀଙ୍କ ଭଳି ତାକୁ ବାନ୍ଧିବା ଦରକାର ହେଉ ନଥିଲା। ଅନ୍ୟ ହାତୀମାନେ ବହୁତ ବାଟ ଚାଲି ଯାଉଥିବା ବେଳେ ‘ଶମ୍ଭୁ’ କମ୍ ବାଟ ଯାଉଥିଲା। ବଡ଼ ହାତୀମାନେ କାଳେ ଆକ୍ରମଣ କରିବେ, ସେଥିପାଇଁ ସତର୍କତାର ସହ ମାହୁନ୍ତମାନେ ସାଙ୍ଗରେ ଯାଉଥିଲେ। ମାତ୍ର ଆଜି ସକାଳୁ ହାତୀ ପୂର୍ବଭଳି ଚଳଚଞ୍ଚଳ ନଥିଲା। ତେଣୁ ମାହୁନ୍ତମାନେ ତାକୁ ସେମିତି ଜଗି ରହିଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ‘ଶମ୍ଭୁ’ର ଚିକିତ୍ସା କରାଯାଇ ଲାକ୍ଟ୍ରୋଜେନ୍ ପିଇବାକୁ ଦିଆଯାଇଥିଲା। ଦିନତମାମ ତାହାର ଆଉ କୌଣସି ପ୍ରକାର ଯତ୍ନ ନିଆଯାଇ ନାହିଁ। ରାତି ସୁଦ୍ଧା ହାତିଟି ସାମାନ୍ୟ ସୁସ୍ଥ ହୋଇଥିବା ଖବର ମିଳିଛି।
Environmental Warrior: ପରିବେଶ ଯୋଦ୍ଧା: ବର୍ଜ୍ୟ ସାମଗ୍ରୀରୁ ପରିବେଶ ଅନୁକୂଳ କଳାକୃତି
କେନ୍ଦୁଝର ଜଙ୍ଗଲରେ ହାତୀପଲଙ୍କ ସହ ବୁଲୁବୁଲୁ ଏକ ବଡ଼ ଖାଲରେ ପଡ଼ିଗଲା ଶମ୍ଭୁ। ମାଆ ହାତୀ ଓ ଅନ୍ୟମାନେ ବହୁ ଚେଷ୍ଟା କଲେ, ମାତ୍ର ୪ମାସର ଶମ୍ଭୁକୁ ଖାଲରୁ ଉଠାଇ ପାରିଲେ ନାହିଁ। ଖାଲରୁ ଉଠିବାକୁ ସେ ବହୁ ବିକଳ ହେଲା, ମାଆ ବି ଜଗି ରହିଲା। ଶେଷରେ ବନ ବିଭାଗ ଶମ୍ଭୁକୁ ଖାଲରୁ ବାହାର କଲା। କିନ୍ତୁ ଆଉ ମାଆ ଗ୍ରହଣ ନ କରିବାରୁ ତା’କୁ ଉଦ୍ଧାର କରି ଏଠାକୁ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/23/untitled-14-2025-12-23-08-04-41.jpg)