Auditorium: ଅଧାଗଢ଼ା ଓୟୁଟିଆର ଅଡିଟୋରିୟମ୍‌

Advertisment

ବର୍ଷ ପ‌ରେ ବର୍ଷ ବିତୁଛି। ହେଲେ ଆଗେଇପାରୁନି ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର) ପ୍ରେକ୍ଷାଳୟ ନିର୍ମାଣ। ବିଲଡିଂ ଅଧାପନ୍ତରିଆ ହୋଇ ପଡ଼ିରହିଛି। ତିନିବର୍ଷ....

ବର୍ଷ ପ‌ରେ ବର୍ଷ ବିତୁଛି। ହେଲେ ଆଗେଇପାରୁନି ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର) ପ୍ରେକ୍ଷାଳୟ ନିର୍ମାଣ। ବିଲଡିଂ ଅଧାପନ୍ତରିଆ ହୋଇ ପଡ଼ିରହିଛି। ତିନିବର୍ଷ....

Untitled-11

ଭୁବନେଶ୍ବର: ବର୍ଷ ପ‌ରେ ବର୍ଷ ବିତୁଛି। ହେଲେ ଆଗେଇପାରୁନି ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର) ପ୍ରେକ୍ଷାଳୟ ନିର୍ମାଣ। ବିଲଡିଂ ଅଧାପନ୍ତରିଆ ହୋଇ ପଡ଼ିରହିଛି। ତିନିବର୍ଷ ହେଲା ଇଟା ଖଣ୍ଡେ ଯୋଡ଼େଇ ହୋଇ ନାହିଁ। ପରିଣାମ ସ୍ବରୂପ ସମାବର୍ତ୍ତନ ଉତ୍ସବ ହେଉ କି ପ୍ରତିଷ୍ଠା ଦିବସ ପାଳନ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭଡ଼ାରେ ପ୍ରେକ୍ଷାଳୟ ନେବାକୁ ପଡ଼ୁଛି। ରାଜଧାନୀର ପ୍ରମୁଖ ବିଶ୍ବବିଦ୍ୟାଳୟ ହୋଇଥିଲେ ମଧ୍ୟ ଗତ ମାସରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବ ପାଇଁ ଶିକ୍ଷାନୁଷ୍ଠାନଠାରୁ ୧୦ କିମି ଦୂର ଚନ୍ଦ୍ରଶେଖରପୁରସ୍ଥିତ ରେଳ ପ୍ରେକ୍ଷାଳୟ ଭଡ଼ା ନେବାକୁ ପଡ଼ିଥିଲା। 
୧୯୮୧ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନରେ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି) ପ୍ରତିଷ୍ଠା ହୋଇଥିଲା।

Young man: ପ୍ରେମିକା କିନ୍ନରଙ୍କ ହାତ ଧରିଲେ ଯୁବକ

ପରବର୍ତ୍ତୀ ସମୟରେ ୨୦୦୧ରେ ଘାଟିକିଆଠାରେ ଥିବା ୧୦୦ ଏକର ବିଶିଷ୍ଟ ନିଜସ୍ୱ କ୍ୟମ୍ପସ୍‌କୁ ସ୍ଥାନାନ୍ତରିତ ହୋଇଥିଲା। ଓଡ଼ିଶାର ପ୍ରମୁଖ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ‌ରେ ନାକ୍‌ରେ ଭଲ ଗ୍ରେଡ୍ ମଧ୍ୟ ମିଳିଥିଲା। ତେବେ ୨୦୨୧ରେ ଏହାକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ନାମ ପରିବର୍ତ୍ତନ କରି ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର) କରିଥିଲେ। ସିଇଟି ଥିବା ସମୟରେ ଏଠାରେ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ନିର୍ମାଣ କରିବାକୁ ପୂର୍ବ ସରକାର ରୂପରେଖ ପ୍ରସ୍ତୁତ କରିବା ସହ ୬୩ କୋଟି ଟଙ୍କା ଦେବାକୁ ସ୍ଥିର କରିଥିଲେ। ବିପିୟୁଟି ତିନିଟି କିସ୍ତିରେ ଏହି ପ୍ରେକ୍ଷାଳୟ ନିର୍ମାଣ କରିବାକୁ ଅର୍ଥ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରତି କିସ୍ତିରେ ୨୧ କୋଟି ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମ କିସ୍ତିରେ ୨୧ କୋଟି ମିଳିବା ପରେ କାମ ଆରମ୍ଭ ହୋଇଥିଲା ଏବଂ ସିଇଟି ବିଶ୍ବବିଦ୍ୟାଳୟ ହୋଇଯାଇଥିଲା। ତେଣୁ ପରବର୍ତ୍ତୀ କିସ୍ତିଗୁଡ଼ିକରେ ଅର୍ଥ ନ ଦେବାକୁ ବିପିୟୁଟି ବୋର୍ଡ ଅଫ୍‌ ଗଭର୍ଣ୍ଣିଂ ବୈଠକରେ ସ୍ଥିର ହୋଇଥିଲା। ବାକି ଦୁଇ କିସ୍ତି ଅର୍ଥ ମିଳି ନ ଥିବାରୁ ଇଡ୍‌କୋ ପକ୍ଷରୁ କାମ ଆଗେଇପାରୁ ନାହିଁ। 

Redevelopment : ଭୁବନେଶ୍ବର ରେଳଷ୍ଟେସନ୍‌ର ପୁନର୍ବିକାଶ କାର୍ଯ୍ୟ, ଘରୋଇ ସଂସ୍ଥା କରିବ ପରିଚାଳନା


ଏସମ୍ପର୍କରେ ଓୟୁଟିଆର କର୍ତ୍ତୃପକ୍ଷ ୨୦୨୫ ଡିସେମ୍ବର ୨୩ରେ ବୈଷୟିକ ଶିକ୍ଷା ବିଭାଗକୁ ପତ୍ର ଲେଖି ପ୍ରେକ୍ଷାଳୟ କାର୍ଯ୍ୟରେ ବିଳମ୍ବ ହେଉଥିବା ସମ୍ପର୍କରେ ଅବଗତ କରାଇଥିଲେ।  ସେହି ଚିଠି  ଆଧାରରେ ପ୍ରକଳ୍ପକୁ ସଂପୂର୍ଣ କରିବାକୁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ପକ୍ଷରୁ ବାକି ୪୨ କୋଟି ଟଙ୍କାର ଅନୁମୋଦନ କରିବାକୁ ବିପିୟୁଟି କୁଳପତିଙ୍କୁ ଚିଠି ଲେଖାଯାଇଛି।
ଓୟୁଟିଆର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ କହିଛନ୍ତି ଯେ ବହୁ ବର୍ଷ ହେଲା କାମ ବନ୍ଦ ରହିଛି। ଇଡ୍‌କୋ ପଇସା ନ ପାଇବାରୁ କାମ କରୁନାହିଁ। ବାରମ୍ବାର କହିବା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ବୈଷୟିକ ଶିକ୍ଷା ବିଭାଗ ସହାୟତା ଲୋଡ଼ିଥିଲୁ। ସେମାନେ ଚିଠି କରିଥିବାରୁ ତୁରନ୍ତ ଅର୍ଥ ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe