ଭୁବନେଶ୍ବର: ବିହାର ଛପ୍ରା ମହାନଗର ନିଗମର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରେ ଥିବା ଏମ୍ସିସି ଓ ଅନ୍ୟାନ୍ୟ ବର୍ଜ୍ୟ ପରିଚାଳନା କେନ୍ଦ୍ର ବୁଲି ଦେଖିଛନ୍ତି। ଛପ୍ରା ମହାନଗର ନିଗମର ମେୟର ଲକ୍ଷ୍ମୀ ନାରାୟଣ ଗୁପ୍ତାଙ୍କ ନେତୃତ୍ବରେ ଆସିଥିବା ଏକ ଟିମ୍ ବିଏମ୍ସି ବର୍ଜ୍ୟ ଓ ମଳ ପରିଚାଳନା ବ୍ୟବସ୍ଥା ବୁଲି ଦେଖିଥିଲେ। ସହରର ସ୍ୱଚ୍ଛତା ଓ ସବୁଜିମା ବ୍ୟବସ୍ଥା ଦେଖିଥିଲେ। ପରେ ବିଏମ୍ସି ମୁଖ୍ୟାଳୟରେ ମେୟର ସୁଲୋଚନା ଦାସ, ବିଏମ୍ସି କମିସନର ଚଞ୍ଚଳ ରାଣା, ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ, ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର ପ୍ରମୁଖଙ୍କ ସହ ଭେଟି ପରିମଳ ବ୍ୟବସ୍ଥା ଉପରେ ଅଧିକ ଆଲୋଚନା କରିଥିଲେ।
Petrol refusal : ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ୍ ମନା ପ୍ରସଙ୍ଗ, ମିଳିଲା ସମୟ, ଜାନୁଆରିରୁ କଡ଼ାକଡ଼ି ଯାଞ୍ଚ
Petrol refusal : ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ୍ ମନା ପ୍ରସଙ୍ଗ, ମିଳିଲା ସମୟ, ଜାନୁଆରିରୁ କଡ଼ାକଡ଼ି ଯାଞ୍ଚ
ବିଏମ୍ସି ଅଞ୍ଚଳରେ କିପରି ବର୍ଜ୍ୟ ଓ ମଳ ପରିଚାଳନା ହେଉଛି ବୁଝିଥିଲେ। ଧୂଳି ରୋକିବା ପାଇଁ ଯାନ୍ତ୍ରିକ ସଫେଇ ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ବୁଝିଥିଲେ। ପରେ ଏହି ପ୍ରତିନିଧି ଦଳ ଟିଟିଏସ୍, ବାସୁଆଘାଇସ୍ଥିତ ମଳ ପରିଚାଳନା କେନ୍ଦ୍ର ବୁଲିଥିଲେ। ନୟାପଲ୍ଲୀ ହଜପୋଖରୀ ସହ ଅନ୍ୟ ପୋଖରୀ ବୁଲି ସୌନ୍ଦର୍ଯ୍ୟୀକରଣ ବ୍ୟବସ୍ଥା ଦେଖିଥିଲେ। ଡ୍ରେନେଜ୍ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରା ପ୍ରତିନିଧି ଦଳଙ୍କୁ ବିଭିନ୍ନ ସ୍ଥାନ ବୁଲାଇଥିଲେ। ଏହି ଅବସରରେ ଛପ୍ରା ମହାନଗର ନିଗମର ପ୍ରତିନିଧିଙ୍କୁ ବିଏମ୍ସି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/23/untitled-13-2025-12-23-07-57-57.jpg)