Advertisment

BJP Women's: ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହକଲା ବିଜେପି ମହିଳା ମୋର୍ଚ୍ଚା

Advertisment

ନୂଆଦିଲ୍ଲୀଠାରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ କଂଗ୍ରେସ କର୍ମୀମାନେ ବିଦେଶୀ ଅତିଥିଙ୍କ ସମ୍ମୁଖରେ ସାର୍ଟ ଖୋଲି ଅର୍ଦ୍ଧନଗ୍ନ ପ୍ରଦର୍ଶନ କରି....

ନୂଆଦିଲ୍ଲୀଠାରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ କଂଗ୍ରେସ କର୍ମୀମାନେ ବିଦେଶୀ ଅତିଥିଙ୍କ ସମ୍ମୁଖରେ ସାର୍ଟ ଖୋଲି ଅର୍ଦ୍ଧନଗ୍ନ ପ୍ରଦର୍ଶନ କରି....

Untitled-4

ଭୁବନେଶ୍ବର: ନୂଆଦିଲ୍ଲୀଠାରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ କଂଗ୍ରେସ କର୍ମୀମାନେ ବିଦେଶୀ ଅତିଥିଙ୍କ ସମ୍ମୁଖରେ ସାର୍ଟ ଖୋଲି ଅର୍ଦ୍ଧନଗ୍ନ ପ୍ରଦର୍ଶନ କରି ଦେଶର ଗରିମାକୁ ବିଶ୍ୱ ଦରବାରରେ କ୍ଷୁଣ୍ଣ କରିଛନ୍ତି।

10 ward members: ପଞ୍ଚାୟତ ବୈଠକ ବର୍ଜନ କଲେ ୧୦ ୱାର୍ଡସଭ୍ୟ

Budget: ସ୍ବତନ୍ତ୍ର: ଜନକଲ୍ୟାଣ ପ୍ରତି, ସମର୍ପିତ

ଦେଶର ଏହି ସର୍ବପୁରାତନ ରାଜନୈତିକ ଦଳ ବୈଚାରିକ ଭାବେ ଦେବାଳିଆ ଓ ଚରିତ୍ରହୀନ ହୋଇଗଲାଣି ‌ବୋଲି ଅଭିଯୋଗ କରି ଆଜି ବି‌ଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାମମନ୍ଦିର ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଦେଶବାସୀଙ୍କ ସମ୍ମୁଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ। ଏହି ବିକ୍ଷୋଭରେ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଐଶ୍ବର୍ଯ୍ୟା ବିଶ୍ବାଳ, ଉପସଭାପତି ରଞ୍ଜିତା ସେଠୀ, ସମ୍ପାଦିକା ନନ୍ଦିନୀ ଶତପଥୀ ପ୍ରମୁଖଙ୍କ ସମେତ ମହିଳା ମୋର୍ଚ୍ଚା ରାଜ୍ୟଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe