Advertisment

Builder: ବିଲ୍‌ଡର୍‌ ହତ୍ୟା ଘଟଣା

Advertisment

ରାଜଧାନୀରେ ହାଇପ୍ରୋଫାଇଲ୍‌ ବିଲ୍‌ଡର୍‌ ମୁରଲୀଧର ବେହେରା ଓରଫ ପପୁଙ୍କ ସନ୍ଦେହଜନକ ମୃତ୍ୟୁ, ଖଣ୍ଡବିଖଣ୍ଡିତ ମୃତହେଦ ଲିଙ୍ଗରାଜ ଷ୍ଟେସନ ନିକଟରୁ ଜବତ ହୋଇଥିଲା। ଏହା....

ରାଜଧାନୀରେ ହାଇପ୍ରୋଫାଇଲ୍‌ ବିଲ୍‌ଡର୍‌ ମୁରଲୀଧର ବେହେରା ଓରଫ ପପୁଙ୍କ ସନ୍ଦେହଜନକ ମୃତ୍ୟୁ, ଖଣ୍ଡବିଖଣ୍ଡିତ ମୃତହେଦ ଲିଙ୍ଗରାଜ ଷ୍ଟେସନ ନିକଟରୁ ଜବତ ହୋଇଥିଲା। ଏହା....

Untitled-8

ଭୁବନେଶ୍ବର: ରାଜଧାନୀରେ ହାଇପ୍ରୋଫାଇଲ୍‌ ବିଲ୍‌ଡର୍‌ ମୁରଲୀଧର ବେହେରା ଓରଫ ପପୁଙ୍କ ସନ୍ଦେହଜନକ ମୃତ୍ୟୁ, ଖଣ୍ଡବିଖଣ୍ଡିତ ମୃତହେଦ ଲିଙ୍ଗରାଜ ଷ୍ଟେସନ ନିକଟରୁ ଜବତ ହୋଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ପରିବାରଲୋକ ଅଭିଯୋଗ ଆଣିଲେ। ହେଲେ ଏ ଘଟଣାର ତଦନ୍ତରେ ପୁଲିସର ଆଚରଣ ଓ ତଦନ୍ତରେ ବିଳମ୍ବ ପରିବାର ଓ ଅଞ୍ଚଳବାସୀଙ୍କ ପାଇଁ ଉଦ୍‌ବେଗର କାରଣ ହୋଇଛି। ତାଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଟ୍ରେନ୍‌ ଲାଇନ୍‌ରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ୩ଦିନ ବିତିଗଲା, ଉଦ୍‌ବେଗର ବିଷୟ, ରେଳବାଇ ଥାନା ପୁଲିସ ଅପମୃତ୍ୟୁ ମାମଲାଟିଏ ରୁଜୁକରି ବସିଯାଇଛି। ଅନ୍ୟପଟେ ଘଟଣାସ୍ଥଳ ଓ ଥାନା ସୀମାକୁ ନେଇ ଜିଆର୍‌ପି ଥାନା ଓ ଏୟାର୍‌ଫିଲ୍ଡ ଥାନା ମଧ୍ୟରେ ଟଣାଓଟରା ସରୁନି। ପୁଲିସ ମାମଲାକୁ ଯେତିକି ଗୁରୁତ୍ବର ସହ ନେବା କଥା ସେଥିରେ ଅବହେଳା କରିବା ଓ ତଦନ୍ତ ତ୍ବରାନ୍ବିତ ନ କରିବା ପରୋକ୍ଷରେ ପ୍ରମାଣ ହାତଛଡ଼ା ହେବା ସହ ଅପରାଧୀଙ୍କୁ ଖସିଯିବାକୁ ସୁଯୋଗ ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଉଛି।

Jail warder's : ଜେଲ୍‌ ୱାର୍ଡ଼ରଙ୍କ ଝୁଲନ୍ତା ମୃତଦେହ ଜବତ

 
ସୂଚନା ମୁତାବକ, ଗତ ୩ ତାରିଖ ବିଳମ୍ବିତ ରାତି ପାଖାପାଖି ସାଢ଼େ ୧୨ଟା ସମୟରେ ରେଲୱେ ପାଟ୍ରୋଲିଂ ଟିମ୍‌ ଟ୍ରାକ୍‌ ଯାଞ୍ଚ ସମୟରେ ପପୁଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ କରିଥିଲା। ତୁରନ୍ତ ଜିଆର୍‌ପି ଥାନାକୁ ଫୋନ୍‌କରି ଜଣାଇବା ପରେ ଜିଆର୍‌ପି ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ପରିଚୟ ଜଣାପଡ଼ିବା ପରେ ପରିବାରଲୋକଙ୍କୁ ଖବର ଦେବାରୁ ରାତି ପାଖାପାଖି ୩ଟାରେ ପରିବାରଲୋକ ହସ୍ପିଟାଲ୍‌ରେ ପହଞ୍ଚି ପପୁଙ୍କ କ୍ଷତାକ୍ତ ମୃତଦେହ ଦେଖି ସେ କେବେ ବି ଆତ୍ମହତ୍ୟା କରିନଥିବେ ବରଂ ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ୟମ ହୋଇଥିବା ଓ ରେଳଧାରଣାରେ ମୃତଦେହ ଫୋପାଡ଼ିଥିବା ଅଭିଯୋଗ କରିଥିଲେ। କାରଣ ପପୁଙ୍କ ମୃତଦେହ ପଡ଼ିଥିବା ସ୍ଥାନଠାରୁ ମାତ୍ର କିଛି ଦୂରରେ ଏକ ମନ୍ଦିର ନିକଟରୁ ତାଙ୍କ କାର୍‌ ଠାବ ହୋଇଥିଲା, ଯାହାକି ସନ୍ଦେହକୁ ଦ୍ବିଗୁଣିତ କରିଥିଲା।

Trolls: ପୁରସ୍କାର ପରେ ଟ୍ରୋଲ୍‌

ଉଦ୍‌ବେଗର ବିଷୟ, ଦୁଇ ଥାନା ପୁଲିସ ମାମଲା ନେବା ନେଇ ଠେଲାପେଲା ହେବା ଭିତରେ ଅସଲ ରହସ୍ୟଠାରୁ ପୁଲିସ ଦୂରେଇଯାଉଛି। ରେଳବାଇ ପୁଲିସର ଯୁକ୍ତି, କାର୍‌କୁ ଏୟାରଫିଲ୍ଡ ଥାନା ଜବତ କରିଥିଲା। ଆମ କାମ ସାରିଦେଇଛୁ। ବର୍ତ୍ତମାନ ମାମଲାର ତଦନ୍ତ ଏୟାରଫିଲ୍ଡ ଥାନା କରିବା କଥା। ହେଲେ ଏୟାରଫିଲ୍ଡ ଥାନା ଅଧିକାରୀ କହୁଛନ୍ତି, ଆମେ କୌଣସି ମାମଲା ରୁଜୁକରି ନାହୁଁ କି ତାଙ୍କ ଗାଡ଼ି ଜବତ କରିନାହୁଁ। ରେଳବାଇ ଥାନା ପୁଲିସ ମାମଲାର ତଦନ୍ତ କରୁଛି। ଯଦି ଏଭଳି ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ପୁଲିସ ପୁଲିସ ଭିତରେ ଏଭଳି ଟଣାଟଣିରେ ତିନିଦିନ ଗଲାଣି, ସାଧାରଣ ଘଟଣାରେ ଲୋକଙ୍କୁ କେମିତି ନ୍ୟାୟ ମିଳୁଥିବ ଏଥିରୁ ଅନୁମାନ କରିହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe