Advertisment

Bullet : ବୁଲେଟ୍‌କୁ ପିଟିଲା ଥାର୍‌

Advertisment

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୨ଟା ବେଳ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକରେ ଏକ ଥାର୍‌ ଧକ୍କାରେ ଜଣେ ବୁଲେଟ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଣା ଭୁବନେଶ୍ବର ତିନିମୁଣ୍ଡିଆ....

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୨ଟା ବେଳ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକରେ ଏକ ଥାର୍‌ ଧକ୍କାରେ ଜଣେ ବୁଲେଟ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଣା ଭୁବନେଶ୍ବର ତିନିମୁଣ୍ଡିଆ....

Untitled-11

ଭୁବନେଶ୍ବର: ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୨ଟା ବେଳ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକରେ ଏକ ଥାର୍‌ ଧକ୍କାରେ ଜଣେ ବୁଲେଟ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଣା ଭୁବନେଶ୍ବର ତିନିମୁଣ୍ଡିଆ ଛକ ଅଞ୍ଚଳର ରାଜା ପେଦିନି(୧୯)। ବୁଲେଟ୍‌ରେ ଥିବା ରାଜାଙ୍କ ବନ୍ଧୁ ଗୁରୁତର ହୋଇଛନ୍ତି ଏବଂ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କ୍ୟାପିଟାଲ୍‌ ଥାନା ପୁଲିସ ଥାର୍‌ ଗାଡ଼ିକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି ଏବଂ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ମିଳିଥିବା ଖବର ଅନୁସାରେ ରାଜା ଓ ତାଙ୍କ ବନ୍ଧୁ ଏକ ବୁଲେଟ୍‌ରେ ଏୟାର୍‌ପୋର୍ଟ ଛକରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକକୁ ଆସି ୟୁଟର୍ଣ୍ଣ ନେଉଥିଲେ। ଠିକ୍‌ ସେତିକିବେଳେ ଏଜି ଛକରୁ ଦ୍ରୁତବେଗରେ ଆସୁଥିବା ଏକ ଥାର୍‌ ବୁଲେଟ୍‌କୁ ପିଟିଥିଲା। କ୍ୟାପିଟାଲ୍‌ ହସ୍ପିଟାଲ ଭଳି ଗୁରୁତ୍ବପୂର୍ଣ୍ଣ ଛକରେ ବି ଥାର୍‌ ଗାଡ଼ିର ବେଗ ବହୁତ ଅଧିକ ଥିଲା। ଫଳରେ ବୁଲେଟ୍‌କୁ ଧକ୍କା ଦେବା ସହ କିଛି ବାଟ ଘୋଷାଡ଼ି ନେଇଥିଲା। ବୁଲେଟ୍‌ରେ ଥିବା ରାଜା ଥାର୍ ଚକ ତଳେ ରହି ଘୋଷାଡ଼ି ହୋଇଯାଇଥିଲେ ଏବଂ ତାଙ୍କ ବନ୍ଧୁ କିଛି ବାଟ ଘୋଷାଡ଼ି ହେବା ପରେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଦେଖି କ୍ୟାପିଟାଲ ହସ୍ପିଟାଲ ପରିସରରୁ ଲୋକମାନେ ଧାଇଁ ଆସି ଗୁରୁତର ରାଜା ଓ ତାଙ୍କ ବନ୍ଧୁକୁ ଉଦ୍ଧାର କରି ହସ୍ପିଟାଲ୍‌ ଭିତରକୁ ନେଇଥିଲେ। ମାତ୍ର ଡାକ୍ତର ରାଜାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁରୁଣା ଭୁବନେଶ୍ବରରୁ ରାଜାଙ୍କ ସମ୍ପର୍କୀୟମାନେ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଉତ୍ତେଜନା ବଢ଼ିଥିଲା। ମାତ୍ର ସେତେବେଳକୁ କ୍ୟାପିଟାଲ ଥାନା ପୁଲିସ ଥାର୍‌ ଚାଳକଙ୍କୁ ସେଠାରୁ ଥାନାକୁ ନେଇସାରିଥିଲା।

ରାତିରେ ଅସୁରକ୍ଷିତ ରାଜଧାନୀ ରାସ୍ତା

 ରାତିହେଲେ ରାଜଧାନୀ ରାସ୍ତା ଅସୁରକ୍ଷିତ ହୋଇଉଠୁଛି। ବିଶେଷ କରି ବିଳମ୍ବିତ ରାତିରେ ନିଶାସକ୍ତମାନେ ଦ୍ରୁତଗତିରେ କାର୍‌ ଚଳାଇ ଦୁର୍ଘଟଣାମାନ ଘଟାଉଛନ୍ତି। ଗତ ଶନିବାର ରାତି ୧ଟା ବେଳେ  ଡମଣାଛକରେ  ନିଶାସକ୍ତ ଜଣେ କାରଚାଳକ ଗୋଟିଏ କାର, ୩ଟି ବାଇକ୍‌କୁ ଧକ୍କା ଦେଇ ଏକ ଦୋକାନ ଭିତରେ ପଶିଯାଇଥିଲା। ଏଥିରେ ୨ ଜଣ ଆହତ ହୋଇଥିଲେ। ସେହିପରି ରବିବାର ରାତି ପ୍ରାୟ ୧ଟା ବେଳେ ରସୁଲଗଡ଼ ଫ୍ଲାଏଓଭର ଉପରେ ଏକ ଟ୍ରକ୍‌ ସହ କାର୍‌ର ଧକ୍କା ହେବା ଫଳରେ  କାରଚାଳକ ଦିବ୍ୟ ସାମନ୍ତସିଂହାରଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe