Cha Mana Athaguntha: ‘ଛ ମାଣ ଆଠଗୁଣ୍ଠ’ ଆଜି ବି ଯୁଗୋପଯୋଗୀ

Advertisment

ଫକିରମୋହନଙ୍କ ଅଭିନବ ଗଦ୍ୟଶୈଳୀ, କଥାସାହିତ୍ୟ ଓ କାଳ୍ପନିକ ଚରିତ୍ରଗୁଡ଼ିକ ଥିଲା ଅନନ୍ୟ । ଭାଷା ଆନ୍ଦୋଳନର କର୍ଣ୍ଣଧାର, ଓଡ଼ିଆ ପାଠ୍ୟପୁସ୍ତକର ପ୍ରଣେତା, ସମ୍ବାଦପତ୍ର ପ୍ରକାଶନ.....

ଫକିରମୋହନଙ୍କ ଅଭିନବ ଗଦ୍ୟଶୈଳୀ, କଥାସାହିତ୍ୟ ଓ କାଳ୍ପନିକ ଚରିତ୍ରଗୁଡ଼ିକ ଥିଲା ଅନନ୍ୟ । ଭାଷା ଆନ୍ଦୋଳନର କର୍ଣ୍ଣଧାର, ଓଡ଼ିଆ ପାଠ୍ୟପୁସ୍ତକର ପ୍ରଣେତା, ସମ୍ବାଦପତ୍ର ପ୍ରକାଶନ.....

Untitled-15

ଭୁବନେଶ୍ୱର: ଫକିରମୋହନଙ୍କ ଅଭିନବ ଗଦ୍ୟଶୈଳୀ, କଥାସାହିତ୍ୟ ଓ କାଳ୍ପନିକ ଚରିତ୍ରଗୁଡ଼ିକ ଥିଲା ଅନନ୍ୟ । ଭାଷା ଆନ୍ଦୋଳନର କର୍ଣ୍ଣଧାର, ଓଡ଼ିଆ ପାଠ୍ୟପୁସ୍ତକର ପ୍ରଣେତା, ସମ୍ବାଦପତ୍ର ପ୍ରକାଶନ, ସଂଗଠନ, ଛାପାଖାନା ପ୍ରତିଷ୍ଠା, ଅନୁବାଦ ଏବଂ ସାମ୍ବାଦିକତା ଆଦି କ୍ଷେତ୍ରରେ ସେ ନିଜର ଅବଦାନ ପ୍ରକଟ କରିଯାଇଛନ୍ତି। ତାଙ୍କ ରଚିତ ଛ ମାଣ ଆଠଗୁଣ୍ଠ, ରେବତୀ, ଲଛମା ଭଳି ସାରସ୍ବତ କୃତି ଆଜି ବି ଯୁଗୋପଯୋଗୀ ହୋଇ ରହିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜ୍ୟସ୍ତରୀୟ ବ୍ୟାସକବି ଫକିର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନରେ ବ୍ୟାସକବି ଫକିର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଅତିଥି ଏହା କହିଛନ୍ତି।

How is life found on other planets: ଅନ୍ୟ ଗ୍ରହରେ ଜୀବନ ସନ୍ଧାନ ହେଉଛି କେମିତି?


ସଭାର ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଅମିୟ ପଟ୍ଟନାୟକ ଫକିର ମୋହନଙ୍କୁ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ବୋଲି କହିବା ସହ ସାମାଜିକ ବ୍ୟବସ୍ଥାରେ ନାରୀ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅଦମ୍ୟ ଚେଷ୍ଟା ତାଙ୍କୁ କାଳଜୟୀ କରିଛି ବୋଲି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ସେଣ୍ଟର୍ ଫର୍ ଜୁଡିସିଆଲ ଆର୍କାଇଭ୍‌ସ୍‌ର ପ୍ରାକ୍ତନ ନିର୍ଦ୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ର ଓଡ଼ିଆ ଭାଷା ସାହିତ୍ୟର ପରମ ବିନ୍ଧାଣୀ, ଆଧୁନିକ ଓଡ଼ିଆ ସାହିତ୍ୟର ଅଗ୍ରଦୂତ ବ୍ୟାସକବି ଫକିର ମୋହନ ଓଡ଼ିଆ ସାହିତ୍ୟରେ ଏକ ବିରଳ ଦୃଷ୍ଟାନ୍ତ ଥିଲେ ଏବଂ ଓଡ଼ିଆ ମାଟି, ଓଡ଼ିଆ ଜାତି ଓ ମାତୃଭୂମି ପାଇଁ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପାଇଁ ଆଜି ମାତୃଭାଷାର ଗୁରୁତ୍ୱ ବଢ଼ିଛି ବୋଲି କହିଥିଲେ।

Ama bus : ଅଟୋକୁ ଧକ୍କା ଦେବାରୁ ଆମ ବସ୍‌ ହାଇଜାକ୍‌


କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟସ୍ତରୀୟ ବ୍ୟାସକବି ଫକିର ମୋହନ ସ୍ମୃତି ସଂସଦର ସଭାପତି ଜୀବନ କୁମାର ମହାପାତ୍ର, ସମ୍ପାଦକ ଅଜୟ ମହାନ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରୁବୀର ସିଂ, ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ଜୟଦେବଭବନ ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe