ଭୁବନେଶ୍ୱର: ଭେନେଜୁଏଲା ବିରୋଧରେ ଆମେରିକାର ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କର ସହଧର୍ମିଣୀ ସିଲିଆ ଫ୍ଲୋରେସଙ୍କୁ ଅପହରଣ ଘଟଣାକୁ କଟୁ ସମାଲୋଚନା କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆଜି ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆମେରିକାର ଏହି ଅନୁପ୍ରବେଶ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ବିରୋଧରେ ହୋଇଥିବା ଆକ୍ରମଣ, ଯାହା ଜାତିସଂଘ ସମ୍ବିଧାନର ଖୋଲାଖୋଲି ଉଲ୍ଲଂଘନ ବୋଲି ସିପିଆଇ ପକ୍ଷରୁ କୁହାଯାଇଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାଷଣରେ ଭେନେଜୁଏଲାର ତୈଳ ସଂପଦକୁ ଦଖଲ କରିବା କଥା କହି ଏହି ଆକ୍ରମଣ ପଛରେ ଥିବା ଅସଲ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଦେଇଛନ୍ତି।
Koraput products: କୋରାପୁଟର ଉତ୍ପାଦ, ନାଁ ନେଉଛି ଆନ୍ଧ୍ର
ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମୋଦୁରୋ, ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଅବିଳମ୍ବେ ମୁକ୍ତ କରିବା, ଭେନେଜୁଏଲାରେ ନିଜର କାଠପୁତୁଳିକୁ କ୍ଷମତାରେ ବସାଇ ତୈଳ ସମ୍ପଦ ଲୁଣ୍ଠନର ହୀନ ପ୍ରୟାସ ବନ୍ଦ କରିବାକୁ ସିପିଆଇ ଦାବି କରିଛି। ଏହାସହିତ ଆମେରିକାର କ୍ୟୁବା ଉପରେ ଅର୍ଥନୈତିକ ବାସନ୍ଦ, ଇରାନ ଉପରେ ଆକ୍ରମଣର ଧମକ ଓ ଭାରତ ଉପରେ ଟାରିଫ୍ ବୋଝ ଲଦି ଦେବା ଘଟଣାକୁ ନିନ୍ଦା କରାଯାଇଛି। ଭାରତ ସରକାର ବିଶ୍ୱର ବିଭିନ୍ନ ଦେଶଙ୍କ ସହ ଐକ୍ୟବଦ୍ଧ ହୋଇ ଆମେରିକାର ଆକ୍ରମଣକୁ ନିନ୍ଦା କରିବା ସହିତ ଭେନେଜୁଏଲାର ସପକ୍ଷରେ ଦୃଢ଼ ଭାବେ ଠିଆ ହେବାକୁ ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ଆହ୍ୱାନ ଦେଇଛନ୍ତି। ଏହି ବିକ୍ଷୋଭରେ ସହସମ୍ପାଦକ ଜୟନ୍ତ ଦାସ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ସୁର ଜେନା, ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା, ଭୁବନେଶ୍ୱର ଅଞ୍ଚଳ ସମ୍ପାଦକ କୈଳାସ ପୁହାଣ, ରାଜ୍ୟ ପରିଷଦ ସଦସ୍ୟ ତଥା ରାଉରକେଲା ବାର ଆସୋସିଏସନ୍ ସଭାପତି ସଦାନନ୍ଦ ସାହୁ, ଏଆଇଟିୟୁସି ନେତା ଶଙ୍କର ବେହେରା, ପଞ୍ଚାନନ ସାହୁ, ଛେତମ୍ୱର ଭୋଇ, ଭଗବାନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।
Oil greed: ଲାଟିନ ଆମେରିକାରେ ଅସ୍ଥିରତା, ଭେନେଜୁଏଲା ଆକ୍ରମଣ ପଛରେ ତୈଳ ଲୋଭ
Follow Us