Advertisment

Crowd: ସଞ୍ଜ ନଉଁ ନଉଁ ମହୋତ୍ସବରେ ଭିଡ଼

Advertisment

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସପ୍ତମ ପୁସ୍ତକ ମହୋତ୍ସବ ବଖାଣୁଛି ଜ୍ଞାନ, ବିଜ୍ଞାନ, ସୂଚନା ଓ ସଂସ୍କୃତିର କାହାଣୀ। ମହୋତ୍ସବରେ କେଉଁଠି ପାରମ୍ପରିକ ଢୋଲର ଧ୍ୱନି ଗୁଞ୍ଜରିତ ହେଉଛି ତ...

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସପ୍ତମ ପୁସ୍ତକ ମହୋତ୍ସବ ବଖାଣୁଛି ଜ୍ଞାନ, ବିଜ୍ଞାନ, ସୂଚନା ଓ ସଂସ୍କୃତିର କାହାଣୀ। ମହୋତ୍ସବରେ କେଉଁଠି ପାରମ୍ପରିକ ଢୋଲର ଧ୍ୱନି ଗୁଞ୍ଜରିତ ହେଉଛି ତ...

Untitled-16

ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସପ୍ତମ ପୁସ୍ତକ ମହୋତ୍ସବ ବଖାଣୁଛି ଜ୍ଞାନ, ବିଜ୍ଞାନ, ସୂଚନା ଓ ସଂସ୍କୃତିର କାହାଣୀ। ମହୋତ୍ସବରେ କେଉଁଠି ପାରମ୍ପରିକ ଢୋଲର ଧ୍ୱନି ଗୁଞ୍ଜରିତ ହେଉଛି ତ କେଉଁଠି ଅତ୍ୟାଧୁନିକ ରୋବର୍ଟ, ଏଲ୍‌ଇଡି ଟିଭିର ଦୃଶ୍ୟ ଓ ସେଲ୍‌ଫି ପଏଣ୍ଟ ଲୋକଙ୍କୁ ବାନ୍ଧି ରଖିଛି। ପୁଣି ବିଭିନ୍ନ ପୁସ୍ତକ ଉନ୍ମୋଚନ ଉତ୍ସବରେ ନିଜ ପ୍ରିୟ ଲେଖକଙ୍କୁ ଦେଖି ପାଠକମାନେ ଆନନ୍ଦିତ ହେଉଛନ୍ତି। ସେମାନଙ୍କ ପୁସ୍ତକ କିଣିବା ସହିତ ଅଟୋଗ୍ରାଫ୍ ନେଇ ନିଜ ସାମାଜିକ ଗଣମାଧ୍ୟମର ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ସେହିପରି ନିଜ ଜିଲ୍ଲାର ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ଚିତ୍ର ଦେଖି ତାଙ୍କ ତ୍ୟାଗ, ବଳିଦାନ, ସଂଘର୍ଷର କାହାଣୀ ବିଷୟରେ ଅଧ୍ୟୟନ କରିବାକୁ ଲୋକଙ୍କ ଉତ୍ସାହ ବଢ଼ୁଛି। ସଞ୍ଜ ନଉଁ ନଉଁ ମହୋତ୍ସବରେ ଲୋକଙ୍କର ସୁଅ ଛୁଟିବା ଆରମ୍ଭ ହୋଇଯାଉଛି।

Ramu: ‘ରାମୁ’ର ମୁଣ୍ଡରେ ଥିଲା ଗଭୀର କ୍ଷତ

Education: ୩୫ ବର୍ଷ ପରେବି ଜମି ଚିହ୍ନଟରେ ସୀମିତ ଛାତ୍ରାବାସ କୋଠା

ଏକାଡେମୀ ପୁରସ୍କାରପ୍ରାପ୍ତ ଛଅଟି ବହି: ମାତ୍ର ୬୦୦ ଟଙ୍କାରେ

‘ପୁସ୍ତକ ମହୋତ୍ସବ’ର ଶେଷ ଦୁଇଦିନ ପାଇଁ ଆଜି ‘ଆମ ଓଡି଼ଶା’ ପକ୍ଷରୁ ଶେଷ ରିହାତି ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ଛଅଟି ବହି ସ୍ବତନ୍ତ୍ର ରିହାତିରେ ମିଳିବ। ଏହି ବହି ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଦାଶ ବେନହୁରଙ୍କ ‘କୁନାପାଇଁ ଅନାବନା ଗୀତ’, ଅସିତ ମହାନ୍ତିଙ୍କ ଅନୂଦିତ ମନୁ ବେନ୍ ଗାନ୍ଧୀଙ୍କ ‘ବାପୁ- ମୋ ମା’, ରବୀନ୍ଦ୍ରନାଥ ମାଝୀଙ୍କ କିଶୋର ଉପନ୍ୟାସ ‘ନୀଳ ଠେକୁଆ’,  ବିଜୟ କୁମାର ପ୍ରଧାନଙ୍କ ଅନୂଦିତ ମନମୋହନ ବାୱାଙ୍କ ‘ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ’ ଓ ସୀତେଶ ତ୍ରିପାଠୀଙ୍କ ଅନୂଦିତ ବୃନ୍ଦାବନଲାଲ ବର୍ମାଙ୍କ ଉପନ୍ୟାସ ‘ତେଜସ୍ବିନୀ’, ନବକୁମାର ବସୁଙ୍କ ଲିଖିତ ତଥା ଶ୍ରଦ୍ଧାଞ୍ଜଳି କାନୁନଗୋଙ୍କ ଅନୂଦିତ ଉପନ୍ୟାସ ‘ଶ୍ରୀମୟୀ ମା’ ରହିଛି। ଉଲ୍ଲେଖନୀୟ ଯେ ‘ତେଜସ୍ବିନୀ’ ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନଚରିତ ଆଧାରିତ ଉପନ୍ୟାସ ହୋଇଥିବା ବେଳେ ‘ଶ୍ରୀମୟୀ ମା’ ରାମକୃଷ୍ଣ ପରମହଂସ ଓ ସାରଦା ଦେବୀଙ୍କ ଜୀବନଚରିତ ଆଧାରିତ ଯୁଗ୍ମ-ଉପନ୍ୟାସ। ଏହି ଛଅଟି ବହିର ମୋଟ ମୂଲ୍ୟ ୮୨୦ ଟଙ୍କା ହୋଇଥିବା ବେଳେ  ଷ୍ଟଲ୍ ନମ୍ବର ଏ-୩/୪୭-୪୮ରେ ଏହା ମାତ୍ର ୬୦୦ ଟଙ୍କାରେ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe