ଭୁବନେଶ୍ୱର: ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟର ଚର୍ଚ୍ଚିତ ଦନ୍ତାହାତୀ ‘ରାମୁ’ର ମୁଣ୍ଡରେ ଗଭୀର କ୍ଷତ ରହିଛି। ମୁଣ୍ଡର ତଳପାର୍ଶ୍ବ(ଆଖି ତଳକୁ ଓ ନାକପୁଡ଼ା ଉପରକୁ)ରେ ଏହି କ୍ଷତ ଥିବା ବିଶେଷଜ୍ଞମାନେ ଦେଖିବାକୁ ପାଇଛନ୍ତି। ଏହି କ୍ଷତ କେଉଁ କାରଣରୁ ହୋଇଛି ସ୍ପଷ୍ଟ ହୋଇ ନଥିଲେ ବି ହାତୀ-ହାତୀ ଲଢ଼େଇ ବେଳେ ଅନ୍ୟ ଏକ ହାତୀର ଶୁଣ୍ଢ ମୁଣ୍ଡରେ ପଶିଯାଇଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଏହି କ୍ଷତ ୨୫ରୁ ୩୦ ବର୍ଷ ତଳର ହୋଇଥାଇ ପାରେ ବୋଲି ‘ରାମୁ’ର ଅସ୍ଥି ସଂରକ୍ଷଣର ନେତୃତ୍ବ ନେଉଥିବା ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ପ୍ରାଣୀବିଜ୍ଞାନ ପ୍ରଫେସର ଡା. ଶିବପ୍ରସାଦ ପରିଡ଼ା କହିଛନ୍ତି।

Advertisment

Education: ୩୫ ବର୍ଷ ପରେବି ଜମି ଚିହ୍ନଟରେ ସୀମିତ ଛାତ୍ରାବାସ କୋଠା

Strong climate: ସବୁଜ ଭବିଷ୍ୟତ ପାଇଁ ଦୃଢ଼ ଜଳବାୟୁ ଶିକ୍ଷା

ଚନ୍ଦକା ଜଙ୍ଗଲର ସବୁଠୁ ବଡ଼ ଓ ବୟସ୍କ ହାତୀ ‘ରାମୁ’ର ଅସ୍ଥି ଭରତପୁର ଜଙ୍ଗଲରୁ ଉଦ୍ଧାର ପରେ ଏହାକୁ ସଫା କରାଯାଇଛି। ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଡ. ପରିଡ଼ାଙ୍କ ନେତୃତ୍ବରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ଓ ଅନ୍ୟମାନେ ଉଦ୍ଧାର ହୋଇଥିବା ‘ରାମୁ’ର ଖପୁରି ଓ ଅନ୍ୟାନ୍ୟ ଅଂଶକୁ ପାଣି ଓ କେମିକାଲ୍ ଜରିଆରେ ସଫା କରିଛନ୍ତି। ମାଂସ, ଚମଡ଼ା, ମାଟିକୁ ସଫା କରାଯାଇଛି। ଶ୍ରୀ ମଲ୍ଲିକ କହିଛନ୍ତି,  ଡା. ପରିଡ଼ାଙ୍କ ମାର୍ଗଦର୍ଶନରେ ସବୁକିଛି ହେଉଛି ଏବଂ ଗୋଡ଼ିବାରି ପ୍ରକୃତି ନିବାସରେ ବି ତାଙ୍କ ଦ୍ବାରା ‘ରାମୁ’ର ଅସ୍ଥି ଯୋଡ଼ାହେବ। ଏହା ପୂର୍ବରୁ ରାସାୟନିକ ପଦାର୍ଥ ବ୍ୟବହାର କରି ସବୁ ଅସ୍ଥିକୁ ସଫା କରାଯିବ। ସଂରକ୍ଷଣ ପୂର୍ବରୁ ଅସ୍ଥି ସବୁରୁ ମାଟି, ମାଂସ ସଫା କରାଯାଇଛି। ପରେ ରାସାୟନିକ ପଦାର୍ଥରେ ସପ୍ତାହେ ଧରି ଅସ୍ଥିକୁ ବୁଡ଼ାଇ ରଖାଯିବ। କେମିକାଲ୍ ୱାସ୍ କରାଯିବ। ରାସାୟନିକ ପଦାର୍ଥର ଧଳା ପ୍ରଲେପ ଦିଆଯିବ। ଯେହେତୁ ସଂରକ୍ଷଣର ସବୁ କାମ ଡା. ପରିଡ଼ାଙ୍କ ମାର୍ଗଦର୍ଶନରେ ହେଉଛି, ସେ ରବିବାରକୁ ସମୟ ଦେଇଛନ୍ତି। ରବିବାରଠାରୁ ସଂରକ୍ଷଣ କାମ ଆରମ୍ଭ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି, ମୁଣ୍ଡରେ ଆଘାତ ପରେ ଅସୁସ୍ଥ ହାତୀ ବଞ୍ଚିବା କଷ୍ଟକର। କିନ୍ତୁ ‘ରାମୁ’ ସଂଘର୍ଷ ଭିତରେ ବଞ୍ଚିଛି। ଏହି ଆଘାତ ପାଇବା ପରେ ମଣିଷଙ୍କୁ ଆକ୍ରମଣ ନ କରିବା ସ୍ବଭାବ ତା’ଠାରେ ଜାତ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ‘ରାମୁ’କୁ ୧୪/୧୫ ବର୍ଷ ହେବା ସମୟରେ ଏହି ଆଘାତ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି।