ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଯାତାୟାତ ଓ ପରିବହନ କ୍ଷେତ୍ରରେ ଅଣମୋଟର ଗମନାଗମନ (ଏନ୍ଏମ୍ଟି)କୁ ପ୍ରୋତ୍ସାହନ ପାଇଁ ସେଣ୍ଟର୍ ଫର୍ ଗ୍ରିନ୍ ମୋବିଲିଟି(ସିଜିଏମ୍) ସଂସ୍ଥା ସହ ବିଏମ୍ସି ଚୁକ୍ତିନାମା ସ୍ୱାକ୍ଷର କରିଛି। ବିଶେଷ କରି ଗାଡ଼ି ଚଲାଇ ଯତାୟାତ ବଦଳରେ ସାଇକେଲ୍ ଚଲାଇ ଅବା ଚାଲି ଚାଲି ଯିବାକୁ ଏହି ସଂସ୍ଥା ପ୍ରୋତ୍ସାହିତ କରିବ।
Unique plant: ଅନନ୍ୟ ଉଦ୍ଭିଦ: ଜୀବନକାଳରେ ଥରେ ଫୁଟେ ସିକ୍କିମ ସୁନ୍ଦରୀ
କେଉଁ ସ୍ଥାନରେ ଏଭଳି ଅଣମୋଟର ଗମନାଗମନର ଆବଶ୍ୟକତା ରହିଛି ଓ ଏ ଦିଗରେ ଆଉ କ’ଣ ଭିତ୍ତିଭୂମିର ଆବଶ୍ୟକତା ରହିଛି, ସଂପୃକ୍ତ ସଂସ୍ଥା ବିଏମ୍ସିକୁ ବୈଷୟିକ ଜ୍ଞାନ ଓ ପରାମର୍ଶ ଦେବ। ସେହି ଅନୁସାରେ ବିଏମ୍ସି ଅଣମୋଟର ଗମନାଗମନର ଭିତ୍ତିଭୂମି ସୁଦୃଢ଼ କରିବ। ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଓ ସବୁଜିମା ସୁରକ୍ଷା ଏବେ ସବୁଠୁ ବଡ଼ ଆହ୍ବାନ ପାଲଟିଛି। ସାରା ବିଶ୍ବ ଏ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ଏଣୁ ବିଏମ୍ସି ଐତିହ୍ୟ ଓ ଆଧୁନିକତା ସହ ତାଳ ଦେଇ ଚାଲିଥିବା ସ୍ମାର୍ଟ ସିଟି ଭୁବନେଶ୍ୱରରେ ଅଣମୋଟର ଯାତାୟାତକୁ ପ୍ରୋତ୍ସାହିତ କରିବାକୁ ଅଣ୍ଟା ଭିଡ଼ିଛି। ବିଶେଷ କରି ଶିଶୁ, ମହିଳା, ବୃଦ୍ଧ, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଦୁର୍ବଳ ବର୍ଗଙ୍କ ପାଇଁ ଏହି ସୁବିଧା କରିବାକୁ ରଣନୀତି ପ୍ରସ୍ତୁତ ହେବ।
ଚୁକ୍ତିନାମା କରିଥିବା ସିଜିଏମ୍ ସଂସ୍ଥା ଅଣମୋଟର ଯାତାୟାତ କ୍ଷେତ୍ରରେ ବୈଷୟିକ ମାର୍ଗଦର୍ଶନ ଓ ଯୋଜନା ପ୍ରସ୍ତୁତିରେ ସହଯୋଗ କରିବ। ପ୍ରଶିକ୍ଷଣ, କର୍ମଶାଳା, ଏକ୍ସପୋଜର ଭିଜିଟ୍ ସହ ସାଇକଲେ୍ ଚଲାଇ ଅବା ଚାଲି ଚାଲି ଯିବା ବେଳେ କ’ଣ ସବୁ ସୁରକ୍ଷାର ଆବଶ୍ୟକତା ରହିଛି, ଏହାର କିଭଳି ପରିଚାଳନା କରାଯିବ, ସେ ଉପରେ ବିଏମ୍ସିର ସଂସ୍ଥାଗତ ଦକ୍ଷତା ବୃଦ୍ଧି କରିବ। ପରିବେଶ ଅନୁକୂଳ ଗମନାଗମନ ଅଭ୍ୟାସକୁ ପ୍ରୋତ୍ସାହନ ଉପରେ ତାଲିମ ଦେବା ସହ ଏକ ନିରାପଦ ଓ ଲାଭଦାୟକ ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟତା କରିବ। ବିଏମ୍ସି ପକ୍ଷରୁ କମିସନର ଚଞ୍ଚଳ ରାଣା ଓ ସିଜିଏମ୍ ପକ୍ଷରୁ ସିଇଓ ବଙ୍କିମ କାର୍ଲା ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ।ଏହି ଚୁକ୍ତିନାମା ସମୟରେ ମେୟର ସୁଲୋଚନା ଦାସ, ଅତିରିକ୍ତ କମିସନର ରତ୍ନାକର ସାହୁ, କୈଳାସ ଚନ୍ଦ୍ର ଦାସ, ଡେପୁଟି କମିସନର ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/18/untitled-2-2026-01-18-04-53-27.jpg)