ଭୁବନେଶ୍ୱର: ରାଜ୍ୟରେ ମହିଳା କର୍କଟ ସମ୍ପୂର୍ଣ୍ଣ ନିରାକରଣ ଏବଂ ସଚେତନତା ସୃଷ୍ଟି ଦିଗରେ ‘କ୍ରିୟା ଫାଉଣ୍ଡେସନ’, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଶିଖରଚଣ୍ଡୀ ପାହାଡ଼ ଛକରେ ୭ କିଲୋମିଟର ବ୍ୟାପୀ କ୍ଷୁଦ୍ର ଗଣଦୌଡ଼ ଏବଂ ୩ କିଲୋମିଟରର ମନୋରଞ୍ଜନ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଦୌଡ଼ରେ ପ୍ରାୟ ୩୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଅଲିମ୍ପିକ୍ସ ଖେଳାଳି ରବି କୁମାର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।
Hoarding: ହଟୁନି ଛିଣ୍ଡା, କଳଙ୍କିଲଗା ହୋର୍ଡିଂ
ଏଥିସହିତ ଫାଉଣ୍ଡେସନ୍ ପକ୍ଷରୁ ତଥା ଏମ୍ସର ବିକିରଣ କର୍କଟ ଚିକିତ୍ସା ବିଭାଗ ସହଯୋଗରେ ‘ଡିଅର ଜିନ୍ଦେଗୀ’ ଯୁବ ମହୋତ୍ସବର ଅନ୍ତିମ ପର୍ଯ୍ୟାୟ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଡାକ୍ତରୀ ଓ ନର୍ସିଂ ଛାତ୍ରଛାତ୍ରୀଙ୍କୁ ନେଇ ପୋଷ୍ଟର ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା କରାଯାଇଥିଲା। ଏଥିସହ କର୍କଟ ରୋଗରୁ ମୁକ୍ତ ହୋଇଥିବା ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି କର୍କଟ ସଚେତନତା ଭିତ୍ତିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଫାଉଣ୍ଡେସନର ଅଧ୍ୟକ୍ଷା ଲିଲି ଜେନାମଣି ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାକୁ ଏକ କର୍କଟ ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ତାଙ୍କ ସଂଗଠନ ପ୍ରତିବଦ୍ଧ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/03/untitled-9-2026-03-03-07-18-23.jpg)