ଭୁବନେଶ୍ବର: ପାଣିପାଗ ବିଭାଗ କାଳବୈଶାଖୀ ନେଇ ସତର୍କଘଣ୍ଟି ଶୁଣାଇଛି। ତଥାପି ଭୁବନେଶ୍ବର ମହାନଗର ନିଗମର ନିଦ ଭାଙ୍ଗୁନି। ସହର ସାରା ଏବେ ବି ଛିଣ୍ଡା ଓ କଳଙ୍କିଲଗା ହୋର୍ଡିଂ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିଲେ ବି ଅଦ୍ୟାବଧି ଏହାକୁ ହଟାଯାଉନି। ସେ ସହର ଭିତର କଥା ହେଉ କି ଉପକଣ୍ଠ, ସବୁଠି ଏଭଳି ବିପଦପୂର୍ଣ୍ଣ ହୋର୍ଡିଂ ସବୁ ଝୁଲି ରହିଛି। ସେପଟେ ନିଜ ନିଜ ହୋର୍ଡିଂର ସ୍ଥିତାବସ୍ଥା ଜଣାଇବାକୁ ସମସ୍ତ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅଦ୍ୟାବଧି କେହି ହୋର୍ଡିଂଗୁଡ଼ିକର ସ୍ଥିତାବସ୍ଥା ଜଣାଇନାହାନ୍ତି। ଯାହା ଆଇଗିଣିଆ ଭଳି ଅଘଟଣର ପୁନରାବୃତ୍ତି ଘଟାଇବାର ଆଶଙ୍କା ସୃଷ୍ଟି କରିଛି।
Liquor : ଭେରାଇଟି ଷ୍ଟୋର୍ରୁ ମଦ ଜବତ, ପୁଲିସକୁ ଖଣ୍ଡାରେ ହାଣିବା ଉଦ୍ୟମ, ଦୁଇଭାଇ ଗିରଫ
ଗତ ଫେବ୍ରୁଆରି ୨୫ରେ ଆଇଗିଣିଆଠାରେ କାଳବୈଶାଖୀ ବର୍ଷାରୁ ବର୍ତ୍ତିବା ପାଇଁ ଏକ କେବିନରେ ଆଶ୍ରୟ ନେଇଥିବା ୨ଜଣଙ୍କର ପ୍ରାଣ ନେଇଥିଲା ହୋର୍ଡିଂ। ଏକ ବିରାଟକାୟ ହୋର୍ଡିଂ ଭାଙ୍ଗି ଖସିପଡ଼ିବାରୁ ୨ଜଣଙ୍କ ମୃତ୍ୟୁ ସହ ୬ଜଣ ଆହତ ହୋଇଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ପରେ ଭୁବନେଶ୍ବର ମହାନଗର ନିଗମ ସଂପୃକ୍ତ ହୋର୍ଡିଂକୁ ବେଆଇନ ଘୋଷଣା କରିବା ସହ ହୋର୍ଡିଂ ଲଗାଇଥିବା ସଂସ୍ଥା ନାଁରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅପରପକ୍ଷେ ତତ୍କାଳ ହୋର୍ଡିଂ ପରିଚାଳନା କମିଟି ସହ ଏକ ଜରୁରୀ ବୈଠକ ଡାକି ଏହି ଅଘଟଣ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲା। ବୈଠକରେ ହୋର୍ଡିଂ ବିଜ୍ଞାପନ ଏଜେନ୍ସିମାନେ ଉପସ୍ଥିତ ଥିଲେ। ପ୍ରତ୍ୟେକ ହୋର୍ଡିଂର ତୃତୀୟ ପକ୍ଷ ବୀମା କରିବାକୁ ଏଜେନ୍ସିମାନଙ୍କୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ ଅନୁବନ୍ଧିତ ଏଜେନ୍ସିଙ୍କୁ ଚିଠି ମାଧ୍ୟମରେ ହୋର୍ଡିଂଗୁଡିକର ସ୍ଥାୟିତ୍ବ ପ୍ରମାଣପତ୍ର ଦେବାକୁ କୁହାଯାଇଥିଲା। ସମସ୍ତ ହୋର୍ଡିଂର ଷ୍ଟ୍ରକଚର କିପରି ପରିଚାଳନା, ଦେଖାଶୁଣା ହେବ, ଏହା କିଭଳି ସୁରକ୍ଷିତ ରହିବ, ତାର ପ୍ରାମାଣିକ ବିବରଣୀ ଦେବାକୁ ମଧ୍ୟ କୁହାଯାଇଥିଲା। ସମସ୍ତେ ତୁରନ୍ତ ନିଜ ନିଜର ହୋର୍ଡିଂଗୁଡିକର ସ୍ଥିତି ସଂପର୍କିତ ରିପୋର୍ଟ ଦେବା ସହ ମରାଯାଇଥିବା ହୋର୍ଡିଂରେ ନିଜ ସଂସ୍ଥାର ନାମ ଲେଖିବାକୁ କୁହାଯାଇଥିଲା। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ କଳଙ୍କି ଲାଗି ଯାଇଥିବା, ଛିଣ୍ଡି ଯାଇଥିବା ଅବା ଚିରିଯାଇଥିବା ହୋର୍ଡିଂ ତତ୍କାଳ କାଟି ବାହାର କରିବା, ଆବଶ୍ୟକସ୍ଥଳେ ସଂପୂର୍ଣ୍ଣ ହୋର୍ଡିଂକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
National Defence Day: ଜାତୀୟ ପ୍ରତିରକ୍ଷା ଦିବସ
କିନ୍ତୁ ଏହା କେବଳ ନିର୍ଦ୍ଦେଶରେ ସୀମିତ ରହିଛି। ବୈଠକ ପରେ ଏଜେନ୍ସି ସେମାନଙ୍କ ବାଟରେ ଓ ଅଧିକାରୀ ସେମାନଙ୍କ ବାଟରେ। ସେ ବରମୁଣ୍ଡା କଥା ହେଉ କି ଲିଙ୍ଗିପୁର, ପଳାଶୁଣୀ ଆଦି ଅଞ୍ଚଳ ସବୁଠି ମାଳ ମାଳ ହୋର୍ଡିଂ ଛିଣ୍ଡା ଅବସ୍ଥାରେ ଝୁଲିଛି। ସାମାନ୍ୟ ପବନରେ ଏହା ସବୁ ଉଡ଼ୁଛି ଓ ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ମାଷ୍ଟରକ୍ୟାଣ୍ଟିନ ଭଳି ପ୍ରମୁଖ ଜାଗାରେ ହୋର୍ଡିଂ ସବୁ କଳଙ୍କି ଲାଗି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/03/untitled-7-2026-03-03-07-11-18.jpg)